ବିବାହ କରିବା ଉଚିତ ନା ନୁହେଁ ! ବିବାହ ନ କରି ଜୀବନ ଏକା ବିତେଇବେ ଠିକ କି , ଜାଣନ୍ତୁ ଏହାର ଉତ୍ତର …

0

ଯୌବନ ବୟସ ଆସିଲେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରି ଚାଲେ। ସେହି ପ୍ରଶ୍ନ ହେଲା ବିବାହ କରିବା ଉଚିତ ନ ନୁହେଁ ? ବିବାହ ନ କରି ଏକୁଟିଆ ରହିବା ଠିକ କି? ଏପରି ଅନେକ ପ୍ରଶ୍ନ ଆମ ଭିତରେ ଉଙ୍କି ମାରି ଚାଲେ। ତେବେ ପ୍ରକୃତ ରେ ଏହି ଭଳି ପ୍ରଶ୍ନ ମନକୁ ବିଚଳିତ କରି ଚାଲେ। ଏହାର ଉତ୍ତର ଆମେ ଆପଣଂକୁ ଦେବୁ। ଏହାର ଉତ୍ତର ଜାଣିଲେ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖରେ ଭରି ଉଠିବ। ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ର ଉତ୍ତର।

ଆଜିର ଏହି ମେସେଜ ଜରିଆରେ ଦୁଇଟି ଉଦାହରଣ ଆପଣଙ୍କୁ ପ୍ରଦାନ କରିବୁ। ଗୋଟିଏ ହେଲା ବିବାହ କରିଥିବା ବ୍ୟକ୍ତି ଙ୍କ ଜୀବନ ବିଷୟରେ ଅନ୍ୟଟି ହେଲା ବିବାହ କରି ନଥିବା ବ୍ୟକ୍ତିଙ୍କ ବିଷୟରେ। ତେବେ ପ୍ରଶ୍ନ ର ଉତ୍ତର ପାଇବାକୁ ହେଲେ ଏହି କାହାଣୀ ଶୁଣିବାର ଆବଶ୍ୟକ ରହିଛି। ଆସନ୍ତୁ ଜାଣିବା ଏହି କାହାଣୀ।

ଗୋଟିଏ ଜଙ୍ଗଲ ରେ କଳା ରଙ୍ଗର କାଉ ଥିଲା। ସେ ସର୍ବଦା ମନ ଦୁଖ କରି ଘୁରି ବୁଲୁଥିବାର ଦେଖାଯାଏ। ଥରେ ସେହି ରାସ୍ତା ଦେଇ ଜଣେ ଋଷି ଯାଉଥିଲେ। ସେ ସେହି କାଉ କୁ ଦେଖି ତାର ମନ କଥା ପଚାରିଲେ। ସେହି କଉ ଟି କହିଲା ଭଗବାନ ତା ପ୍ରତି ଅନେକ ଅନ୍ୟାୟ କରିଛନ୍ତି। ତାକୁ କଳା କରିବା ସହ ତାର ସ୍ୱର ମଧ୍ୟ କର୍କଶ କରି ଦେଇଛନ୍ତି। ଯାହା ଦ୍ୱାରା ତାକୁ କେହି ମଣିଷ ଭଲ ପାଆନ୍ତି ନାହିଁ। ତେଣୁ କାଉ ସେହି ଋଷି ଙ୍କୁ କହିଲା ତାକୁ ସେ ଯଦି ମୟୁର କରିଦିଅନ୍ତେ ତେବେ ସେ ଖୁସିରେ ବାକି ଜୀବନ କାଟି ଦିଅନ୍ତା। ମାତ୍ର ଋଷି କହିଲେ ହଉ ସେ ସେମିତି କରିବେ କିନ୍ତୁ ତା ପୂର୍ବରୁ ଥରେ ମୟୁର ସହ ଯାଇ ଭେଟିବାକୁ ଉପଦେଶ ଦେଲେ।

କାଉ ଯାଇ ଦେଖିଲା ମୟୂର ପାଖରେ ଅନେକ ଲୋକ ଭିଡ଼ କରୁଛନ୍ତି। ତାକୁ ଅନେକ ପ୍ରକାର ର ଖାଦ୍ୟ ଦେଉଛନ୍ତି। ସେ ମନେ ମନେ ଭାବିଲା ଏଭଳି ଜୀବନ ନିଶ୍ଚିତ ହେବା ଦରକାର। କିନ୍ତୁ ଋଷି କହିଥିଲେ ଟିକେ ମୟୂର ସହ କଥା ହେବାକୁ। ତେଣୁ ସେ ସବୁ ଲୋକ ଯିବା ପର୍ଯ୍ୟନ୍ତ ଅପେକ୍ଷା କଲା। ଆଉ ସବୁ ଲୋକ ପଳେଇ ଗଲା ପରେ ଦେଖିଲା ମୟୂର ଦୁଃଖରେ ଗୋଟିଏ କୋଡ଼ରେ ବସିଲା। ଏହା ଦେଖି କାଉ ତାକୁ ପଚାରିଲା ସେ କଣ ପାଇଁ ଦୁଃଖିତ। ମୟୁର ଉତ୍ତର ରେ କହିଲା ସେ ଏହି ପିଞ୍ଜରା ଭିତରେ ଜୀବନ ପିତାଉଛନ୍ତି। ତାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ଢେଲା ମାଡ଼ ଖାଇ ନାଚିବା ଛଡା ଆଉ କିଛି ଉପାୟ ନାହିଁ। ତାର ସ୍ୱାଧୀନତା ବୋଲି କିଛି ଅଧିକାର ନାହିଁ। ତେଣୁ ଏଭଳି ଜୀବନ ରଖି ଲାଭ କଣ।


ତେବେ ଏହି କଥା ଶୁଣି କାଉ ର ମନ ପରିବର୍ତ୍ତନ ହୋଇଗଲା। ସେ ଭାବିଲା ତାର ଜୀବନ ଯେମିତି ଅଛି ସେମିତି ସବୁଠାରୁ ଭଲ। ତେଣୁ ମୟୂର ଜୀବନ ଦରକାର ନାହିଁ। ତେଣୁ ଏହି କାହାଣୀରୁ ଶିଖିଲେ ଯେ ବିବାହ କଲେ ମଣିଷ ଏକ ଦାୟିତ୍ୱ ଭିତରେ ବନ୍ଧା ହୋଇଯାଏ। କିନ୍ତୁ ଥରେ ଭାବନ୍ତୁ ପରିଣତ ବୟସ ରେ ଯେତେବେଳେ କେହି ନଥିବେ ନିଜର ସାହାରା ହେବା ପାଇଁ ନିଜ ଜୀବନ ସାଥୀ ହିଁ ଥିବ। ତେଣୁ ବିବାହ କରିବା ଦ୍ୱାରା କିଛି ମାତ୍ରାରେ ଦାୟିତ୍ୱ ବଢେ। ଆଉ ମଣିଷ ମାନେ ହିଁ ସମ୍ପର୍କ ବଢ଼େଇବା। ତେଣୁ ବିବାହ ଏକ ବନ୍ଧନ ଏହାକୁ ବ୍ୟବହାର କରି ପାରିଲେ ଜୀବନ ସୁଖମୟ ହୋଇଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।