ଜାରି ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍: ନଭେମ୍ବର ପାଇଁ ଲାଗୁ ହେଲା ନୂଆ ଦର ଜାଣିଲେ ଖୁସି ହୋଇଯିବେ

0

ଆମ ଦେଶର କିଛି ବିଜ୍ଞ ବ୍ୟକ୍ତି ମାନେ ଏହି ୨୦୨୦ କୁ ଏକ କଳା ବର୍ଷ ଭାବେ ବିବେଚିତ କରିଛନ୍ତି । କାରଣ ୨୦୨୦ ର ପ୍ରାରମ୍ଭରୁ ଚୀନ ରେ ବାହାରି ଥିବା ଏହି କରନା ଭୁତାଣୁ (covid-19) ର ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବି ଉପଚାର ସାରା ବିଶ୍ୱରେ ବାହାର କରିବାରେ ଅସଫଳ ହୋଇଛି ।କିନ୍ତୁ ସବୁ ଦେଶ ନିଜ ନିଜର ଚେଷ୍ଟା ଚଳେଇଛନ୍ତି ଏହି ମାରାତ୍ମକ ଭୂତାଣୁ ର ପ୍ରତିଷଧକ ବାହାର କରିବା ଲାଗି।


ତେବେ ଏହି କରନା ଭୁତାଣୁ କାରଣରୁ ସାରା ଦେଶରେ ଲୋକଡାଉନ ପରିସ୍ଥିତି ଚାଲିଛି । ଯାହା ଫଳରେ ଦେଶ ଦେଶ ମଧ୍ୟରେ ଅର୍ଥନୈତିକ ଆମଦାନୀ ଓ ରପ୍ତାନୀ ରେ ବାଧାପ୍ରାପ୍ତ ହୋଇଛି। କେବଳ ଦେଶ ଦେଶ ମଧ୍ୟରେ ନୁହେଁ ବରଂ ଦେଶ ମଧ୍ୟରେ ଥିବା ରାଜ୍ୟ ରାଜ୍ୟ ଭିତରେ ମଧ୍ୟ ଯୋଗା ଯୋଗ ସମ୍ଭବ ହୋଇପାରିନାହିଁ । ଏବଂ ଦେଶ ଦେଶ ମଧ୍ୟରେ ତଥା ରାଜ୍ୟ ରାଜ୍ୟ ମଧ୍ୟରେ ଆମଦାନୀ ଓ ରପ୍ତାନି ହୋଇନଥିବାରୁ ଆମ ଦେଶରେ ପ୍ରାୟ ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ର ଦର ଦାମ ବୃଦ୍ଧି ହେବାରେ ଲାଗିଛି । ଏମିତି କି ଲୋକମାନେ ବ୍ୟବହାର କରୁଥିବା ଅତ୍ୟାବଶ୍ୟକ ପଦାର୍ଥ ତଥା ଆଳୁ , ପିଆଜ , ଡାଲି ,ତେଲ ଆଦିର ଦାମ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ରହିଛି ଆମ ବଜାର ରେ ।


ତେବେ ଏହି ସମସ୍ୟା ସମୟରେ ସରକାର ଆମ ପାଇଁ ଏକ ଆଶାସ୍ତିକର ସୂଚନା ଦେଇଛନ୍ତି । ତେବେ ସୂଚନା ଅନୁସାରେ ଚଳିତ ମାସ ଅର୍ଥାତ ନଭେମ୍ବର ମାସରେ LPG ଗ୍ୟାସ ସିଲିଣ୍ଡର ର ଦାମ ରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ପୂର୍ବ ମାସ ଅର୍ଥାତ ଅକ୍ଟୋବର ମାସ ଗ୍ୟାସ ର ଦାମ ଯାହା ଥିଲା ଏହି ମାସରେ ମଧ୍ୟ ସମାନ ରହିବ ।ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଏହି ସୂଚନା ଜାଣିବା ପରେ ଲୋକମାନେ ଟିକିଏ ଆଶସ୍ତି ପାଇଛନ୍ତି ।

ଉଲେଖଯୋଗ୍ୟ ଯେ, ଅକ୍ଟୋବର ମାସରେ HPCL, BPCL, IOC ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇନଥିଲା ।ତେବେ ପୂର୍ବ ମାସରେ ୧୯ କେଜି ଗ୍ୟାସ ର ଦାମ ୭୪ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ର ଦାମ ୪ ଟଙ୍କା ବୃଦ୍ଧି ହୋଇଥିଲା ।ସେହି ପରି ଜୁଲାଇ ମାସରେ ମଧ୍ୟ ୧୪ କିଲଗ୍ରାମ ଗ୍ୟାସ ସିଲିଣ୍ଡର ମୁଲ୍ୟ ୩ ଟଙ୍କା ବୃଦ୍ଧି ହେବା ସହ । ଜୁନ ମାସରେ ଦିଲ୍ଲୀ ରେ ଅଣ-ସବ୍ସିଡି ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ର ମୁଲ୍ୟ ୧୧ .୫୦ ପଇସା ହ୍ରାସ ପାଇବାରେ ସହ ମେ ମାସରେ ଏହାର ମୂଲ୍ୟ ୧୬୨ ଟଙ୍କା ମହଙ୍ଗା ହୋଇଥିଲା । ତେବେ ନଭେମ୍ବର ରେ ଦେଶର ସବୁଠାରୁ ବଡ ତୈଳ କମ୍ପାନୀ IOC ସୂଚନା ଦେଇଛନ୍ତି କି ଚଳିତ ମାସ ଗ୍ୟାସ ରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହା ପୂର୍ବ ମାସ ସହ ସମାନ ରହିବ । ତେବେ ଏହା ଲୋକମାନଙ୍କ ପାଇଁ ଏକ ଆଶାସ୍ତିକର ସୂଚନା ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।