୬ ମାସ ଧରି କାମନାର ଭୋକ ମେଣ୍ଟାଉ ଥିଲା ଝିଅ ଦେହରେ ବାପା ଏଭଳି ବାପାଙ୍କୁ କଣ ଦଣ୍ଡ ମିଳିବା ଦରକାର କମେଣ୍ଟ ରେ ଜଣାନ୍ତୁ

0

ଜଣେ ପିଲା ପାଇଁ ତାର ବାପା ମାଆ ହିଁ ତା ପାଇଁ ସବୁ କିଛି ହୋଇଥାନ୍ତି। ମାଆ ହେଉଛି ସିଏ ଯିଏକି ଦଶ ମାସ ଦଶ ଦିନ ଆମକୁ ତା ନିଜ ଗର୍ଭ ରେ ଧାରଣ କରି ଅନେକ କଷ୍ଟ ସହି ଏହି ଦୁନିଆର ଆଲୋକ ଦେଖାଇଥାଏ,ଆଉ ବାପା ହେଉଛନ୍ତି ସିଏ ଯିଏକି ରାତି ରାତି ଅନିଦ୍ରା ହୋଇ ନିଜ ଛୁଆ ଆଖିରେ ନିଦ ଦେଇଥାନ୍ତି। ଯେତେବେଳେ ଛୋଟ ବେଳେ ଆମେ ଚାଲିବା ଶିଖି ନ ଥାଉ ସେତେବେଳେ ବାପା ହିଁ ଆମ ହାତ ଧରି ଏବଂ ସାହସ ଦେଇ ଚାଲିବା ଶିଖେଇ ଥାନ୍ତି,

ଆଉ ଜଣେ ବାପା ସବୁ ଦୁଃଖ କଷ୍ଟ ସହି ନିଜର ପିଲା ର ଆଶା କୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି, କେବଳ ନିଜ ଛୁଆ ମୁହଁ ରେ ହସ ଦେଖିବା ପାଇଁ। ଝିଅ ମାନଙ୍କ ପାଇଁ ତ ତାଙ୍କ ବାପା ମାନେ ସେମାନଙ୍କ ଜୀବନ ହୋଇଥାନ୍ତି, ଝିଅ ମାନେ ସବୁଠୁ ବେଶୀ ନିଜ ବାପା ମାନଙ୍କୁ ଭଲ ପାଆନ୍ତି।

ଝିଅ ମାନଙ୍କୁ ସେମାନଙ୍କ ବାପା ମାନେ ସେମାନଙ୍କୁ ସବୁ ଅସୁବିଧା ରୁ ରକ୍ଷା କରିଥାନ୍ତି। ଝିଅ ମାନଙ୍କର ମଧ୍ୟ ସବୁଠୁ ବେଶୀ ନିଜ ବାପାଙ୍କ ଭରସା ଥାଏ। ତାଙ୍କ ବାପା ସେମାନଙ୍କୁ ସବୁ ଅସୁବିଧା ରୁ ରକ୍ଷା କରିବେ ବୋଲି, କିନ୍ତୁ ଆଜି କାଲି ଦୁନିଆରେ ଜଣେ ବାପା ନିଜ ଝିଅର ଇଜ୍ଜତ୍ ନେବାକୁ ମଧ୍ୟ ପଛଉ ନାହାନ୍ତି। ଆମେ ଆଜି ଆପଣଙ୍କୁ ସେହି ପରି ଏକ ଘଟଣା ସଂପର୍କରେ କହିବୁ ।

ବିଶ୍ୱାସ କରି ହଉନି କି ଜଣେ ଲୋକ ନିଜ ଶାରିରୀକ ଭୋକ ମେଣ୍ଟାଇବା ପାଇଁ ଏତେ ତଳକୁ ଖସି ଯାଇ ପାରେ ସିଏ ବି ନିଜ ଝିଅ ସହ।ଘଟଣା ଟି ହେଉଛି ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳର,ଏହି ଅଞ୍ଚଳରେ ଜଣେ ବାପା ନିଜ ଶରୀର ର କାମନା ମେଣ୍ଟାଇବା ପାଇଁ ନିଜ ଝିଅ ସହ ଦୁଷ୍କର୍ମ କରୁଥିଲା। ଦିନେ କି ଦୁଇ ଦିନ କି ମାସେ ନୁହେଁ 6 ମାସ ଧରି ସେ ଏହିପରି କାମ କରୁଥିଲା। ତାଙ୍କ ସ୍ତ୍ରୀ ତାଙ୍କୁ ବାରଣ କରିବାରୁ ତାଙ୍କୁ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛି। ଝିଅ ଟି କୁ ମାତ୍ର 14 ବର୍ଷ ବୟସ।

ଏହି ସମ୍ପର୍କରେ ତାଙ୍କ ଗାଁ ର ସରପଞ୍ଚ ଜାଣିବା ପରେ ତାଙ୍କୁ କେରଳ ପଠାଇ ଦେଇଥିଲେ, ସେଠାରେ ସେ 2 ମାସ ରହିଥିଲେ, ଘର କୁ କୌଣସି ଟଙ୍କା ଦେଉ ନଥିଲେ। ଏହା ପରେ ଘରକୁ ଫେରି ଥିଲେ ଏବଂ ପୁଣି ଯେପରି କୁ ସେମିତି। ବାପର ଅତ୍ୟାଚାର ସହ୍ୟ ନ କରି ପାରି ମାଆ ଝିଅ ଏବେ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି।

ଏହି ସମ୍ପର୍କରେ ମିଡିଆ ବାଲା ସେହି ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ସବୁ ସମ୍ପୂର୍ଣ୍ଣ ମିଛ କଥା। ମୁଁ କିଛି ବି ସେହି ପରି କାମ କରିନି। ବାପ ହୋଇ ଯଦି ସେହିପରି କରିବି ତାହା ହେଲେ ମରି ଯିବା ହିଁ ଭଲ। ଯଦି ଜଣେ ବାପା ନିଜ ଝିଅ ସହ ଏମିତି ସବୁ କରୁଛି ତାହା ହେଲେ ଝିଅ ମାନେ ସୁରକ୍ଷିତ ହେବେ କେଉଁ ପରି ଏବଂ କାହା ଉପରେ ବିଶ୍ୱାସ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।