ଗୋଟିଏ ମଣ୍ଡପରେ ଦୁଇ ଜଣ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବକ ଏହାର କାରଣ ଜାଣି କହିଲେ – ହେ ମୋର ଭଗବାନ !

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ବିଷୟରେ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ପାଗଳ ହୋଇଯିବେ ।


ଉଲ୍ଲେଖଯୋଗ୍ୟ ଯେ , ମଧ୍ୟପ୍ରଦେଶ ର କେରିଆ ଗ୍ରାମରେ ଏକ ଏମିତି ଘଟଣା ଘଟିଛି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି । ତେବେ ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶ ର କେରିଆ ଗ୍ରାମରେ ସନ୍ଦୀପ ନାମକ ଜଣାଏ ଯୁବକ ଏକା ସାଙ୍ଗରେ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏହି ବିବାହରେ ଉଭୟ ବର ପକ୍ଷ ଏବଂ ଦୁଇ ଜଣ ଯୁବତୀଙ୍କ ପରିବାର ପକ୍ଷ ତଥା ସମସ୍ତ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତ ରେ ଏହି ବିବାହଟି ବଡ଼ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ।ଖାଲି ଏତିକି ନୁହେଁ ବରଂ ସେହି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କ ସହ ଗୋଟିଏ ବିବାହ ମଣ୍ଡପରେ ଗୋଟିଏ ରୀତିନୀତି ରେ ବିବାହ କରିଛନ୍ତି । ଯଦିଓ ଘଟଣା ଟି ଏକ ହସ୍ୟସ୍ପଦ ଗଳ୍ପ ପରି ଲାଗୁଛି ମାତ୍ର ଏହା ସତ୍ୟ ଘଟଣା ଅଟେ ।


ତେବେ ସେଠାକାର ଲୋକମାନଙ୍କ କହିବା ଅନୁସାରେ ସନ୍ଦୀପ ଵିଵାହ କରୁଥିବା ଯୁବତୀ ଦୁଇ ଜଣ ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସିକନ୍ଦରବାଦ ର ଏବଂ ଅନ୍ୟ ଜଣେ ହେଉଛନ୍ତି କୋଇଲାରୀ ଗ୍ରାମ ର । ତେବେ ଘଟଣା ଟି କିଛି ଏମିତି ଥିଲା କି ସନ୍ଦୀପ ଯେତେବେଳେ ପାଠ ପଢ଼ୁଥିଲେ ସେତେବେଳେ ସେ ସିକନ୍ଦରବାଦ ର ଜଣେ ଯୁବତୀ ଙ୍କୁ ପ୍ରେମ କରିଥିଲେ ଏବଂ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଅନ୍ୟ ପକ୍ଷରେ ସନ୍ଦୀପ ଙ୍କ ପରିବାର ଲୋକେ କୋଇଲାରୀ ଗ୍ରାମର ଏକ ଝିଅ ଟୀକୁ ନିଜର ପିଅ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ


ଯେତେବେଳେ ସନ୍ଦୀପ ଜାଣିଲେ କି ତାଙ୍କର ପରିବାର ଲୋକ ତାଙ୍କର ବିବାହ କୋଇଲାରୀ ଗ୍ରାମର ଏକ ଯୁବତୀଙ୍କ ସହ ଠିକ ହୋଇଛି ସେତେବେଳେ ସେ ତାଙ୍କର ପ୍ରେମ ବିଷୟରେ କହିଥିଲେ । ପରେ ନିଜ ପିଲାର ଖୁସି ପାଇଁ ସମସ୍ତେ ଏଥିରେ ସମତି ଦେଇଥିଲେ କି ଦୁହିଁଙ୍କୁ ଵିଵାହ କରିବାକୁ । ଏବଂ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏଥିରେ ଦୁଇଜଣ ଯୁବତୀ ଓ ତାଙ୍କର ପରିବାର ଲୋକେ ମଧ୍ୟ ଅନୁମତି ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।