ଚାଷି ମାନଙ୍କ ପାଇଁ ଆସିଲା ଖୁସି ଖବର ! କାଲିଠୁ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା, ୧୭ରେ ପ୍ରବଳ ବର୍ଷିପାରେ,, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ……

0

ଚାଷି ମାନଙ୍କ ପାଇଁ ଆସିଲା ଖୁସି ଖବର ! କାଲିଠୁ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା, ୧୭ ରେ ପ୍ରବଳ ବର୍ଷିପାରେ।କଣ ରହିଛି ଏଇ ବର୍ଷା ଉପରେ ସମ୍ପୂର୍ଣ ଖବର ଚାଲନ୍ତୁ ଜାଣିବା। ଯେତେବେଳେ ଆମ ଚାଷୀ ଭାଇ ମାନେ କୃଷି କାର୍ଯ୍ୟ କରିଥାନ୍ତି ତାପରେ ପରେ ସେମାନେ ବର୍ଷା ର ଆଗମନର ଅପେକ୍ଷା ରେ ଥାଆନ୍ତି ।ସେଇ ଚାଷୀ ଭାଇ ମାନଙ୍କ ପାଇଁ ବର୍ଷା ନିତାନ୍ତ ଆବଶ୍ୟକ ଯାଇଥାଏ ।

ସେଠୁ ପାଇଁ ଆମେ ଆପଣଙ୍କୁ ଗୋଟିଏ ଭଲ କଥା କହିବୁ ଏଇ ପାଣିପାଗ ବିଭାଗ ର ସୂଚନା ଅନୁସାରେ କହିବୁ ଏବେ ବର୍ଷା ହେବାକୁ ଯାଉଛି । ଆସନ୍ତା ୧୬ ତାରିଖ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି । ଯେଉଁଥି ପାଇଁ କି ଆସନ୍ତା କାଲି ଠାରୁ ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା କାଲି ଠାରୁ ଅର୍ଥାତ ୧୬ ତାରିଖରୁ ସମ୍ବଲପୁର , ନୂଆପଡା , ବରଗଡ , ଝାରସୁଗୁଡା , ସୁନ୍ଦରଗଡ ଏବଂ ଦେବଗଡ ରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୬ ତାରିଖ ରହିଛି ସ୍ୱରସ୍ୱତୀ ପୂଜା ମାତ୍ର ଏହି ପୂଜା ଏବେ କୌଣସି ବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ପାଳନ ହେବ ନାହିଁ କାରଣ କରୋନା କଟକଣାରୁ ଆଖି ଆଗରେ ରଖି ଏହି ପୂଜାକୁ ବନ୍ଦ କରାଯାଇଛି । ପୂଜା ନଥିଲେ ମଧ୍ୟ ଏହି ବର୍ଷା ହେବା କାରଣରୁ ତାହା ସମସ୍ତଙ୍କ ପାଇଁ ବହୁତ ଦୁଃଖର କଥା ଅଟେ ।

୧୬ ତାରିଖ ରୁ କେତେକ ସ୍ଥାନ ରେ ବର୍ଷା ର ସମ୍ଭାବନା ରହିଥିବା ସମୟରେ ୧୭ ତାରିଖ ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି , ଗଞ୍ଜାମ , କେନ୍ଦୁଝର , ମୟୂରଭଞ୍ଜ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ବାଲେଶ୍ୱର , ଭଦ୍ରକ ଜିଲ୍ଲାରେ ବର୍ଷା ହେବ । ତେବେ ଏହି ବର୍ଷା ହେବା ସହିତ ସେହି ୧୭ ତାରିଖରେ ମଧ୍ୟ ବିଭିନ୍ନ ଜିଲ୍ଲା କୁ ଝଡ ତୋଫାନ ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।

ଯେଉଁଥି ପାଇଁ କି ରାୟଗଡା , ଗଜପତି , ଗଞ୍ଜାମ , କନ୍ଧମାଳ , ବୌଦ୍ଧ , ସୋନପୁର , ବଲାଙ୍ଗିର , ମୟୂରଭ଼ଞ୍ଜ , କେନ୍ଦୁଝର , ବାଲେଶ୍ୱର , ଭଦ୍ରକ , ଯାଜପୁର , ଅନୁଗୁଳ ଓ ଢେଙ୍କାନାଳ ଆଦି ୧୫ ଜିଲ୍ଲା କୁ ଝଡତୋଫାନ ସହିତ ବଜ୍ରପାତ ହେବା ର ଆଶଙ୍କା ରହି ଥିବାରୁ ଏହି ଜିଲ୍ଲା ମାନଙ୍କୁ ୟଲୋ ୟାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାତି ର ତାପମାତ୍ରା ରେ ମଧ୍ୟ ପରିବର୍ତ୍ତନ ଦେଖାଦେବ ।ଏହା ସହିତ ମଧ୍ୟ ୧୮ ତାରିଖ ରେ କେନ୍ଦୁଝର , ମୟୂରଭଞ୍ଜ , କନ୍ଧମାଳ , ଗଜପତି , ଗଞ୍ଜାମ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ଭଦ୍ରକ , ବାଲେଶ୍ୱର ଜିଲ୍ଲା ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେଣୁ ଆପଣ ମାନେ ଏହି କରୋନା ସମୟ ରେ ବର୍ଷା ପାଗରେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବିଶେଷ ଜରୁରୀ କାମ ନଥିଲେ ଘରେ ରୁହନ୍ତୁ ।ଏମିତି ସବୁ କାର୍ଯ୍ୟ କରନ୍ତୁ ପାଣିପାଗ ବିଭାଗ ଙ୍କ କହିବା କଥା ଅନୁଯାଇ ।ନିଜେ ନିଜ ପାଖରେ ଲାଇଟ୍ , ଟର୍ଚ୍ଚ ଆଦି ପାଖରେ ରଖିଥିବେ। ଆଉ ଖାଦ୍ୟ ପେୟ ନିହାତି ରଖିଥିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।