ଖୋଲିଲା ଟଙ୍କିକିଆ କ୍ଲିନିକ୍ ; ଗରିବ ରୋଗୀଙ୍କ ପାଇଁ ଅର୍ପୂବ ସୁଯୋଗ , ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ବର୍ତ୍ତମାନ ର ଦୁନିଆ ରେ ସମସ୍ତେ ଟଙ୍କା ପଇସା ପଛରେ ଦୌଡ଼ିଥାନ୍ତି, ସେ ଡାକ୍ତର ହେଉ କିମ୍ବା ଇଞ୍ଜିନିୟର । କିନ୍ତୁ ଜଣେ ଡାକ୍ତରଙ୍କର ଉଦ୍ଦେଶ୍ୟ ରୋଗୀ ଙ୍କ ରୋଗ କୁ ଠିକ୍ କରିବା, ସେମାନଙ୍କର ପଇସା କୁ ହଡ଼ପ କରିବା ନୁହେଁ। ଲୋକମାନେ ଡାକ୍ତର ଙ୍କ ପାଖକୁ ବହୁତ୍ ଆଶା ନେଇ ଯାଇଥାନ୍ତି କିନ୍ତୁ ସେମାନେ ଆଶାୟୀ ଫଳ ପାଆନ୍ତିନାହି। ବହୁ କ୍ଷେତ୍ର ରେ ଡାକ୍ତରଙ୍କ ଟିକଟ ଫି ଏତେ ବେଶୀ ଥାଏ ଯେ ଲୋକ ମାନେ ସେତିକି ଦେଇନପାରିବାରୁ ଯାଇପାରନ୍ତି ନାହିଁ ।

ଏମିତି ଫଳ ରେ ବହୁ ଲୋକ ରୋଗ ରେ ପୀଡ଼ିତ ହୋଇ ପ୍ରାଣ ହରାଇଥାନ୍ତି । କିନ୍ତୁ କିଛି କିଛି ଲୋକ ଥାଆନ୍ତି ଯେଉଁମାନେ ସମାଜ କଥା ଭାବନ୍ତି ।ଏମିତି ଜଣେ ସମାଜସେବୀ ଡାକ୍ତର ନିଜ ସୁକର୍ମ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ମହଲା ରେ ସୁଖ୍ୟାତ ସାଉଁଟିଛନ୍ତି।ସମ୍ବଲପୁର ରେ ଡା.ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍ ବର୍ତ୍ତମାନ ଚର୍ଚ୍ଚା ର ଆଗ ଧାଡ଼ି ରେ ।

ସମ୍ବଲପୁର ର ବୁର୍ଲା ବଜାରର ଉତ୍କଳ ଫର୍ନିଚର୍ ନିକଟ ରେ ଖୋଲିଅଛି ଏହି କ୍ଲିନିକ୍ ଟି ଯାହାକି ଗରିବ ଲୋକ ଙ୍କ ପାଇଁ ଉଦ୍ଦିଷ୍ଟ। ଡା.ରାମଚନ୍ଦାନୀ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେବା ପରେ ଏହି କ୍ଲିନିକ୍ ର ଶୁଭାରମ୍ଭ କରିଛନ୍ତି।

 

ଗତ ମାସ ୨୩ ରେ ସେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଲେ ଏବଂ ଗତ ଶୁକ୍ରବାର ଠାରୁ ଏହି କ୍ଲିନିକ୍ ଟି ଗରିବ ଲୋକ ଙ୍କ ସେବା ରେ ଉଦ୍ଦିଷ୍ଟ ହୋଇଅଛି । ଏହି କ୍ଲିନିକ ର ଉଦ୍‌ଘାଟନ କରିଥିଲେ ତାଙ୍କ ମାତା ଲାଜବନ୍ତୀ ରାମଚନ୍ଦାନୀ । ଏହି କ୍ଲିନିକ ଟି ବିଶେଷ କରି ଗରିବ, ପୀଡ଼ିତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସେବା ପାଇଁ ସମର୍ପିତ। ସେଠାରେ ଡା. ଶିଖା ରାମଚନ୍ଦାନୀ ମଧ୍ୟ ଦନ୍ତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ସେଠାରେ ଡାକ୍ତର ଙ୍କ ଚାର୍ଜେସ କେବଳ ୧ ଟଙ୍କା । ଏହି ୧ ଟଙ୍କା ରଖିବାର କାରଣ ଏହା ଯେ ରୋଗୀ ମାନେ ଅନୁଭବ ନ କରନ୍ତୁ କି ବିନା ପଇସା ରେ ସେବା ପାଇଲେ ତାହା ସେମାନଙ୍କ ପାଇଁ ପର୍ଫେକ୍ଟ ହେବ ନାହିଁ କିମ୍ବା ରୋଗୀମାନେ ଯେମିତି ଫି’ ଦେଇ ଚିକିତ୍ସା ସେବା ପାଇଛନ୍ତି ବୋଲି ଅନୁଭବ କରିବେ ସେହି ଉଦ୍ଦେଶ୍ୟରେ ସେ ସମସ୍ତଙ୍କଠାରୁ ଟଙ୍କାଏ ଲେଖାଏଁ ନିଅନ୍ତି ।

ପ୍ରକୃତ ରେ ଡା.ରାମଚନ୍ଦାନୀ ଜନେ ମହାନ୍ ଏବଂ ଉଦାର ହୃଦୟଧାରୀ ବ୍ୟକ୍ତି । ଏ ସମାଜ ର ଗରିବ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ କଥା ଭାବି ସେମାନଙ୍କ ସହିତ ଠିଆ ହୋଇ ସେମାନଙ୍କୁ ସାହାଯ୍ୟ କରୁଥିବା ରୁ ତାଙ୍କୁ ବିଭିନ୍ନ ମହଲା ରୁ ସ୍ବାଗତ କରାଯାଉଛି ଏବଂ ଏମିତି ସମାଜସେବୀ ଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ମିଳୁଛି ।

ବୁର୍ଲା ବଜାରର ଉତ୍କଳ ଫର୍ନିଚର୍ ନିକଟରେ ଖୋଲିଥିବା ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀଙ୍କ ଏହି ଟଙ୍କିକିଆ କ୍ଲିନିକ୍‌କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।ଗତ ମାସ ୨୩ ରୁ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେଇଥିବାବେଳେ ଗତ ଶୁକ୍ରବାରଠୁ ଏହି କ୍ଲିନିକରେ ଶୁଭାରମ୍ଭ କରିଥିଲେ। ତାଙ୍କ ମାତା ଲାଜବନ୍ତୀ ରାମଚନ୍ଦାନୀ କ୍ଲିନିକର ଉଦ୍‌ଘାଟନ କରିଥିଲେ।

ଶଂକରଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ ମଧ୍ୟ ସେଠାରେ ଦନ୍ତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏହି କ୍ଲିନିକ୍ ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ରୋଗୀମାନେ ଯେମିତି ଫି’ ଦେଇ ଚିକିତ୍ସା ସେବା ପାଇଛନ୍ତି ବୋଲି ଅନୁଭବ କରିବେ ସେହି ଉଦ୍ଦେଶ୍ୟରେ ସେ ସମସ୍ତଙ୍କଠାରୁ ଟଙ୍କାଏ ଲେଖାଏଁ ନେବେ ବୋଲି ଡା. ରାମଚନ୍ଦାନୀ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।