ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ – ଆପଣ ଭାବୁଥିବେ ଏ ଷଣ୍ଢ ଏତେ ଉଚ୍ଚକୁ ଚଢିଲା କେମିତି ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ….

0

ସୋସିଆଲ ମିଡ଼ିଆ ସହିତ ଆମେ ମାନେ ସମସ୍ତେ ଜଡିତ ଅଟନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । କିନ୍ତୁ ଆଜି ଯେଉଁ ଭିଡିଓ ଟି ଆସିଚି ସେହି ଭିଡିଓ ଟି ସମାଜ ପାଇଁ ଓ ସୁରକ୍ଷା କର୍ମୀ ମାନଙ୍କ ପାଇଁ ଏକ ଉତ୍ସାହ ଜନକ ଭିଡିଓ ।ତେବେ କଣ ରହିଛି ଭିଡିଓ ରେ ଆସନ୍ତୁ ଜାଣିବା ;

ଏମିତି ବି ହୁଏ ହୁଏତ ଆପଣ ଏମିତିକା ଦୃଶ୍ୟ କେବେ ଦେଖି ନଥିବେ । ଥରେ ତଳେ ଦିଆଯାଇଥିବା ଭିଡିଓ କୁ ନୀରିଖେଇ ଦେଖନ୍ତୁ । ଆଜ୍ଞା ହଁ ଆପଣ ଏହି ଭିଡିଓ ରେ ଏକ ଷଣ୍ଢ କୁ ଦେଖି ପାରୁଛନ୍ତି । ଆପଣ ଭାବୁଥିବେ ଯେ ଏହି ଷଣ୍ଢ ଟି ଏତେ ଉପରକୁ କେମିତି ଚଢ଼ିଲା । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଏହି ଘଟଣା ଟି ହରିୟଣା ର । ଏଠାରେ ଏକ ଷଣ୍ଢ ପ୍ରାୟ ୨୦୦ ଫୁଟ୍ ଉଚ୍ଚତା ର ଏକ ପାଣି ଟାଙ୍କୀ କୁ ଚଢ଼ି ଯାଇଛି । ଆଉ ଷଣ୍ଢ ଟିକୁ ସୁରକ୍ଷା ର ସହିତ ଆଣିବା ପାଇଁ ପ୍ରଶାସନ କୁ ହେବାକୁ ପଡ଼ିଲା ନାକେଦମ୍ । ଆଉ ପାଖା ପାଖି ୩ ଘଣ୍ଟା ର ପରିଶ୍ରମ ପରେ ଷଣ୍ଢ ଟିକୁ ସୁରକ୍ଷା ର ସହିତ ତଳକୁ ଅଣା ଯାଇଥିଲା । ଷଣ୍ଢ ଟିକୁ ସୁରକ୍ଷା ର ସହିତ ଉଦ୍ଧାର କରାଯିବା ପରେ ପ୍ରଶାସନ ବିଭାଗ କର୍ମଚାରୀ ମାନେ ଶାନ୍ତି ରେ ନିଶ୍ବାସ ନେଇଥିଲେ । କିନ୍ତୁ ଏହି ଘଟଣା ଟି ସେମାନଙ୍କୁ ରାତା ରାତି ଷ୍ଟାର୍ ବନାଇ ଦେଇଛି।

ଆଉ ତାଙ୍କ ପାଖକୁ ବର୍ତ୍ତମାନ ବିଭିନ୍ନ ଆଡୁ ପ୍ରଶଂସା ର ସୁଅ ଛୁଟିଛି । ଏହି ଷଣ୍ଢ ଟିର ଉଦ୍ଧାର କାର୍ଯ୍ୟ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଟ୍ରେଣ୍ଡ ହେବାରେ ଲାଗିଛି । ଏବେ ପ୍ରଶ୍ନ ଉଠୁଛି ଯେ ଷଣ୍ଢ ଟି ଏତେ ଉପରକୁ ଗଲା କେମିତି । ସତ କଥା ହେଲା ଯେ ପାଣି ଟାଙ୍କି ର କବାଟ ଖୋଲା ଥିବାରୁ ଷଣ୍ଢ ଟି ସିଡି ବାଟ ଦେଇ ଉପରକୁ ଚଢ଼ି ଆସିଥିଲା । ସକାଳୁ ସକାଳୁ ଲୋକ ମାନେ ଯେତେବେଳେ ଏହି ଘଟଣା କୁ ଦେଖିଥିଲେ ଏହି ଘଟଣା ଟି ସ୍ଥାନୀୟ ଅଞ୍ଚଳ ରେ ବ୍ୟାପି ଯାଇଥିଲା।

ଷଣ୍ଢ କୁ ଦେଖିବା ପାଇଁ ଲୋକ ମାନଙ୍କ ର ଅନେକ ମାତ୍ରା ରେ ଭିଡ଼ ଦେଖିବାକୁ ମିଳିଥିଲା । ଏହା ସହିତ ଜନ ସ୍ବାସ୍ଥ୍ୟ ବିଭାଗ ର ଦାୟିତ୍ଵ ହୀନତା ଲୋକ ମାନଙ୍କ ସାମ୍ନା କୁ ଆସିଥିଲା । ଲୋକ ମାନଙ୍କ କହିବା ଅନୁସାରେ ରାତି ରେ ପାଣି ତାଙ୍କୀ ଗେଟ୍ ଖୋଲା ଥିବାରୁ ଷଣ୍ଢ ଟି ଭିତରକୁ ପଶି ଆସିଥିଲା । ଏନେଇ ପୋଲିସ ଓ ଦମକଳ ବାହିନୀ କୁ ଖବର ଦିଆ ଯାଇଥିଲା । ଆଉ ତାଙ୍କ ଟିମ୍ ପହଞ୍ଚିବା ପରେ ଦୀର୍ଘ ତିନି ଘଣ୍ଟା ପରେ ଷଣ୍ଢ ଟିକୁ ଉଦ୍ଧାର କରାଯାଇ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।