ମାଟ୍ରିକ୍‌ ପାସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇ ଆଣିଲା ବଡ଼ ସୁଯୋଗ, ଚାକିରି ପାଇଁ ଆଜି ହିଁ ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ…

0

ଦଶମ ପାସ୍ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ପୁଣି ଏକ ସୁବର୍ଣ୍ଣ ସୁଯୋଗ। ରେଳ ବିଭାଗ ତରଫରୁ ନିଯୁକ୍ତି ପାଇଁ ଏବେ ବିଜ୍ଞପ୍ତି ଆସିଛି ଯାହା ରହିଛି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ। ନିଶ୍ଚିତ ଏହା ଏକ ଭଲ ନିଯୁକ୍ତି ସୁଯୋଗ କାରଣ ଏହା ରେଲୱେ ରିକ୍ରୁଇଟ୍‌ମେଣ୍ଟ୍‌ ସେଲ୍‌ (ଆର୍‌ଆର୍‌ସି) ତରଫରୁ ଆସିଛି।ଏହି ବିଭାଗରେ ନିଯୁକ୍ତି ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇ ସାରିଛି।

ତେବେ ପିଲା ମାନଙ୍କ ପାଇଁ (ଆର୍‌ଆର୍‌ସି) ପକ୍ଷରୁ ବାହାରିଥିବା ସୁଯୋଗ କୁ ଦଶମ ପାସ୍ କରିଥିବା ଛାତ୍ର ଛାତ୍ରୀ ମାନେ ଆବେଦନ କରି ପାରିବେ।ଏହି ନିଯୁକ୍ତି ପାଇଁ ଉଭୟ ଛାତ୍ର ଛାତ୍ରୀ ଯଥା ପୁରୁଷ ଓ ମହିଳା ଆବେଦନ କରି ପାରିବେ।

ତେବେ ଯଦି ଆପଣ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।ଏହି ବିଭାଗ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ମୋଟ୍ ପଦବୀ – ୨୫୩୨ ଟି

ଆବେଦନ ମାଧ୍ୟମ- ଆପଣ ଏହାକୁ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ।

ଆପ୍ଲିକେସନ୍ ଫି- ଜେନେରାଲ୍‌ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁକ୍ଳ ନାହିଁ।

ଶିକ୍ଷାଗତ ଯୋଗ୍ୟତା- କେବଳ ଦଶମ ପାସ୍ କରିଥିବା ଦରକାର।(୫୦% ମାର୍କ)

ଆବେଦନ ଆରମ୍ଭ ତାରିଖ- ୬/୦୨/୨୦୨୧

ଆବେଦନ ଶେଷ ତାରିଖ- ୦୫/୦୩/୨୦୨୧

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୫ ରୁ ୨୪ ବର୍ଷ ଭିତରେ ହୋଇଥିବା ଦରକାର।

ଦରମା- ଭଲ ଦରମା ରହିଛି।

ଆବେଦନ ପ୍ରକ୍ରିୟା- ତେବେ ରେଲୱେ ରିକ୍ରୁଇଟ୍‌ମେଣ୍ଟ୍‌ ସେଲ୍‌ (ଆର୍‌ଆର୍‌ସି) ତରଫରୁ ଏହି ବିଭାଗରେ ବାହାରି ଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.rrccr.com) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଆବେଦନ ସମୟରେ ସମସ୍ତ ତଥ୍ୟ ଠିକ ଦିଅନ୍ତୁ ଏବଂ ଏହାକୁ ୫ ମାର୍ଚ୍ଚ ପୂର୍ବରୁ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।