ଦେଖନ୍ତୁ ମନୀଷା ଙ୍କ Live ଭିଡିଓ – ମନୀଷା ହାଥ୍ରାସ ମୁହଁରୁ ଶେଷ ଶବ୍ଦ , ଯାହା କହିଲେ କାନ୍ଦି ପକେଇବେ

0

ଧୀରେ ଧୀରେ ସମାଜରେ ବଢିଚାଲିଛି ନାରୀମାନଙ୍କ ପ୍ରତି ଅତ୍ୟାଚାର ଏବଂ ଯୌନ ନିର୍ଯାତନା । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । ନାରୀ ମାନେ ହିଁ ଯୌନ ନିର୍ଯାତନା ର ଶିକାର ହୋଇଥାଏ କାରଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଏହା ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୁଚନା ଅନୁସାରେ ,ଗତ ସୋମବାର ଦିନ ଦିଲ୍ଲୀ ରେ ଆଖିବୁଜିଛନ୍ତି ଆଉ ଜଣେ ନିର୍ଭୟା ।ଉଲେକ୍ଷ୍ୟଯୋଗ୍ୟ ଯେ ଗତ ଦୁଇ ସପ୍ତାହ ତଳେ ଉତ୍ତରପ୍ରଦେଶର ଗୋଟିଏ ଅନୁସୂଚିତ ଜାତି ର ଝିଅ ଅତି ନୃଶଂସ ଭାବରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ଦୁଇ ଶହ କିଲୋମିଟର ଦୂରରେ ଉତ୍ତରପ୍ରଦେଶରେ ହଟରସ ଗ୍ରାମରେ ଜଣେ ଯୁବତୀ ଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି ୪ ଜଣ ନର ରାକ୍ଷସ । ତବେ ସେହି ଯୁବତୀ ଜଣକ ହେଉଛନ୍ତି ମନୀଷା ।

ପରିବାର ଲୋକଙ୍କ କହିବା ଅନୁସାରେ ମନୀଷା ଦୁଇ ସପ୍ତାହ ପୂର୍ବରୁ ନିଜର ପରିବାର ଲୋକଙ୍କ ସହ ତାଙ୍କ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ବିଲ କୁ ଘାସ କାଟିବାକୁ ଯାଇଥିଲେ କିନ୍ତୁ ହଟାତ ୪ ଜଣ କାପୁରୁଷ ତାଙ୍କ ପାଟିକୁ ବନ୍ଦ କର ଟାଣି ଟାଣି ଅନ୍ୟ ଏକ ସ୍ଥାନ କୁ ନେଇଯାଇଥିଲେ ।ପରେ ଜଣଙ୍କ ପରେ ଜଣେ ମାନଵ ରୂପୀ ରକ୍ଷାସ ତାକୁ ଦୁଷ୍କର୍ମ କରିଥିଲେ । ତେବେ ଏତିକି ରେ ତାଙ୍କର ମନ ଶାନ୍ତି ହୋଇନଥିଲା ଯେ ପରେ ପିଡିତାଙ୍କ ଜିଭକୁ ମଧ୍ୟ କଟିଦେଇଥିଲେ ବଳାତ୍କାରୀ ମାନେ ।ତେବେ ପରିବାର ଲୋକ ତାଙ୍କୁ ନପାଇବାରୁ ଖଜାଖୋଜି କରିଥିଲେ ପରେ ତାଙ୍କୁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଲଗ୍ନ ବେଶରେ ପାଇଥିଲେ ଏକ ବିଲରେ ।


ପରେ ପରିବାର ଲୋକ ତାଙ୍କୁ ଉତ୍ତରପ୍ରଦେଶର ଏକ ହସ୍ପିଟାଲରେ ଭର୍ତ୍ତି କରାଇ ପୋଲିସ କୁ ସୂଚନା ଦେଇଥିଲେ । ମାତ୍ର ଏନେଇ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ପ୍ରଥମେ । ତେବେ ପରେ ଝିଅ ଟିର ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ କୁ ହସ୍ତାନ୍ତର କରାଯାଇଥିଲା । ମାତ୍ର କିଛି ଫଳ ମିଳିନଥିଲା । ଗତ ସୋମବାର ଦିନ ଝିଅ ଟି ଆଖି ବୁଜିଦେଇଥିଲା । ତେବେ ପୋଲିସ ର ଦାୟିତ୍ଵ ହୀନତା ଯୋଗୁଁ ଝିଅ ଟି ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।ତେବେ ଝିଅ ଟି ମୃତ୍ୟୁ ପୂର୍ବରୁ କହିଛନ୍ତି କି ସେହି ଦୁର୍ବୁତ୍ତ ମାନେ ପୂର୍ବରୁ ମଧ୍ୟ ଥରେ ତାଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲେ ବୋଲି କହିଛନ୍ତି ପୀଡିତା । ତେବେ କୌଣସି କାରଣବସତ୍ୱ ବିଫଳ ହୋଇଥିଲେ ମାତ୍ର ଶେଷରେ ସେହି ରକ୍ଷାସ ମାନେ ଝିଅ ଟିର ଜୀବନ ନେଇଗଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।