ଜୟ ମା ତାରାତାରିଣୀ || କେମିତି ଦୁଇ ଭଉଣୀ ହୋଇଗଲେ “ମା ତାରାତାରିଣୀ” ଜାଣନ୍ତୁ ରହସ୍ୟମୟ ସତିପୀଠ ପଛର ରହସ୍ୟ, ମନରେ ଭକ୍ତି ଥିଲେ ଥରୁଟିଏ ଲେଖନ୍ତୁ” ଜୟ ମା” ତାରାତାରିଣୀ”…

0

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି। ଏହି ମନ୍ଦିର ସ୍ଵତନ୍ତ୍ର ମାନ୍ୟତା ରହିଛି ଓ ଏହାର ନିଜର ପୌରାଣିକ ଗାଥା ରହିଛି।

ସେହି ପରି ଏକ ରହସ୍ୟମୟ ମନ୍ଦିର ର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ,ଯାହା ଗଂଜାମ ଜିଲ୍ଲାର କୁମାରୀ ପର୍ବତ ଉପରେ ଅବସ୍ଥିତ।ଏହି ମନ୍ଦିର ର ନାମ ହେଉଛି “ତାରା ତାରିଣୀ” ମନ୍ଦିର।ଏହି ମନ୍ଦିର ଟି ୫୦୦ ବର୍ଷର ପୁରୁଣା ଅଟେ।ଏଠାକୁ ଆସୁଥିବା ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇ ଥାଏ ବୋଲି ଭକ୍ତ ମାନେ କହିଥାନ୍ତି।ଏହି ମନ୍ଦିର ଟି ଆମ ଭାରତରେ ଥିବା ୫୧ ଟି ସତୀ ପୀଠ ମଧ୍ୟରୁ ଅନ୍ୟତମ।କିନ୍ତୁ ଏହି ମନ୍ଦିର ଟି ଅନ୍ୟ ସତୀ ପୀଠ ଅପେକ୍ଷା ସ୍ୱତନ୍ତ୍ର ଅଟେ।ଲୋକକଥା ଅନୁଯାୟୀ ଏହି ମନ୍ଦିର ଟି ଦୁଇ ଭଉଣୀଙ୍କ ନାମରେ ନାମିତ,ତାରା ଓ ତାରିଣୀ।

ଏହି ମନ୍ଦିର ବିଷୟରେ ଏକ କିମ୍ବଦନ୍ତୀ ମଧ୍ୟ ରହିଛି।ତେବେ କିମ୍ବଦନ୍ତୀ ଅନୁସାରେ, ଦକ୍ଷ ରାଜାଙ୍କ କନ୍ୟା ସତୀ,ଭଗବାନ ଶିବ ଙ୍କ ପ୍ରେମରେ ପାଗଳ ହୋଇ ଯାଇ ଥିଲେ।ସେ ଶିବଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସି ଥିଲେ।ମାତ୍ର ଏଥିରେ ଦକ୍ଷ ରାଜ ସହମତି ପ୍ରକାଶ କରି ନଥିଲେ।ତେଣୁ ପିତା ଦକ୍ଷ ରାଜି ନହେବାରୁ ସତୀ, ପିତାଙ୍କ ବିରୋଧରେ ଯାଇ ଶିବଙ୍କୁ ବିବାହ କରି ଥିଲେ।

ତେବେ ଥରେ ରାଜା ଦକ୍ଷ ଏକ ମହାଯଜ୍ଞ ର ଆୟୋଜନ କରିଥିଲେ ଓ ଏଥିରେ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ।ମାତ୍ର ନିଜ ଝିଅ ସତୀ ଓ ଜ୍ବାଇଁ ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ।ମାତ୍ର ଦେବର୍ଷି ନାରଦଙ୍କ ଠାରୁ ଶୁଣିଲା ପରେ ମାତା ସତୀ ସେହି ଯଜ୍ଞକୁ ଯିବା ପାଇଁ ଜିଦ କଲେ।ମାତ୍ର ଭଗବାନ ଶିବ ସତୀଙ୍କୁ ମନା କରିଥିଲେ।କିନ୍ତୁ ମାତା ସତୀ ନମାନି ସେହି ଯଜ୍ଞକୁ ଯାଇଥିଲେ।

ମାତ୍ର ପ୍ରଜାପତି ଦକ୍ଷ ଏହି ଯଜ୍ଞରେ ସମସ୍ତଙ୍କ ସାମ୍ନାରେ ଭଗବାନ ଶିବଙ୍କୁ ବହୁତ ଅପମାନିତ କଲେ।ତେଣୁ ମାତା ସତୀ ଏହା ସହି ନପାରି ଅଗ୍ନିରେ ଝାସ ଦେଇ ମୃତ୍ୟୁ ବରଣ କଲେ।ମାତ୍ର ଏଥିରେ ଭଗବାନ ଶିବ ଅତ୍ୟନ୍ତ ଦୁଃଖିତ ଓ କ୍ରୋଧିତ ହୋଇଥିଲେ।ସେ ମାତା ସତୀଙ୍କ ମୃତ ଦେହକୁ ନିଜ କାନ୍ଧରେ ଧରି ପାଗଳ ପରି ହେବାକୁ ଲାଗିଲେ।

ତେଣୁ ଭଗବାନ ବିଷ୍ଣୁ ଏହା ଦେଖି ନପାରି ତାଙ୍କ ସୁଦର୍ଶନ ଚକ୍ର ସାହାଯ୍ୟ ରେ ମାତା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ।ଏହା ୫୧ ଖଣ୍ଡରେ ବିଭକ୍ତ ହୋଇ, ୫୧ ଟି ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା ଓ ସେହି ସ୍ଥାନ ଗୁଡିକ ସତୀ ପୀଠ ନାମରେ ନାମିତ ହୋଇଥିଲା।ସେଥି ମଧ୍ୟରୁ ଏହି ତାରା ତାରିଣୀ ମନ୍ଦିର ଅନ୍ୟତମ।ଏଠାରେ ମାତା ସତୀଙ୍କ ବକ୍ଷ ପଡ଼ି ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।