Hair Tips – ଚନ୍ଦାପଣ କୁ ନେଇ ଚିନ୍ତା କରନ୍ତୁ ନାହିଁ ବ୍ୟବହାର କରନ୍ତୁ ଏହି ଆୟୁର୍ବେଦିକ ରିମେଡି ମାତ୍ର ଦୁଇ ସପ୍ତାହରେ ଚନ୍ଦାପଣ ଦୂର ହୋଇଯିବ 100% ଗ୍ୟାରେଣ୍ଟି

0

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ପାଲଟିଯାଇଛି ଯୁବ ପୀଡ଼ି ଙ୍କ ପାଇଁ ।କୁହାଯାଏ କି ଜଣେ ବ୍ୟକ୍ତି ର ସୁନ୍ଦରତା କୁ ବୃଦ୍ଧି କରିବାରେ ତାହାର ଲମ୍ବା , ଘନ ଓ ସୁନ୍ଦର କଳା କେଶ ବହୁତ ସାହାଯ୍ୟ କରେ ।କିନ୍ତୁ ସମାଜରେ ଧୀରେ ଧୀରେ ପ୍ରଦୂଷଣ ବଢିବାରୁ ତଥା ଆମ ଖାଦ୍ୟପେୟ ରେ ଅଧିକ ରୁ ଅଧିକ ରାସାୟନିକ ପଦାର୍ଥ ରହିବାରୁ ଏହା ଆମ ଶରୀର ତଥା କେଶ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି।

ତେବେ ଏହି ସମସ୍ୟା ପ୍ରାୟ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ତଥା ବୟସ୍କ ଲୋକ ଙ୍କ ପାଖରେ ମଧ୍ୟ ଦେଖାଯାଏ।ତେବେ ବର୍ତ୍ତମାନ ପୁରୁଷ ଲୋକଙ୍କ ର ମଝି ରୁ କେଶ ଉପୁଡି ଯାଇ ଚନ୍ଦା ହୋଇଯିବା ର ଦେଖିବାକୁ ମିଳୁଛି । ଏବଂ ଆଶ୍ଚର୍ଯ୍ୟ ର କଥା ଏହାକି ଯେ ବହୁତ କମ ବୟସର ପୁରୁଷ ମାନେ ଏବେ ଚନ୍ଦା ହୋଇଯାଉଛନ୍ତି।

ତେବେ ଏହି ଚନ୍ଦାପଣ କୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ଆଉ କସମେଟିକ ବ୍ୟବହାର କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ କାରଣରୁ କେଶ ଝଡ଼ିବା ଆହୁରି ବଢିଯାଇଥାଏ ।ତେବେ ଆମେ ଆପଣଂକୁ ଏକ ଆୟୁର୍ବେଦିକ ଉପାୟ ଜଣେଇବାକୁ ଯାଉଛୁ ଯାହା ପ୍ରୟୋଗ କରିବା ଦ୍ଵାରା ଆପଣ ଙ୍କର ଚନ୍ଦାପଣ ଦୂର ହୋଇଯିବ ଏବଂ ପୁଣି ଥରେ ସେହି ସ୍ଥାନରେ କେଶ ଆସିଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଆବଶ୍ୟକ ସାମଗ୍ରୀ:-

ଏହି ପ୍ରାକୃତିକ ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆପଣଂକୁ ମାତ୍ର ଦୁଇ ଟି ସାମଗ୍ରୀ ର ଆବଶ୍ୟକତା ରହିଛି ।ତଥ

୧.ନାଲି ମନ୍ଦାର ପତ୍ର
୨.ନଡ଼ିଆ ତେଲ

ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୧୫ ରୁ ୨୦ ଟି ନାଲି ମନ୍ଦାର ପତ୍ର କୁ ଆଣି ତାହାକୁ ଭଲ ଭାବରେ ଧୋଇନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଂ କରିନିଆନ୍ତୁ ।ଏବଂ ଏହାକୁ ଏବେ ଛାଣି ନେଇ ଏହାର ରସ କୁ ବାହାର କରିନିଆନ୍ତୁ ।ବର୍ତ୍ତମାନ ଅନ୍ୟ ଏକ ପାତ୍ର ନିଅନ୍ତୁ ସେଥିରେ ନାଲି ମନ୍ଦାର ପତ୍ର ର ରସ ଏବଂ ୪-୫ ଚାମଚ ନଡ଼ିଆ ତେଲ ନିଅନ୍ତୁ ।ଏବଂ ଏହାକୁ ଗ୍ୟାସ୍ ର ଲୋ ଫ୍ରେମ ରେ ଗରମ କରନ୍ତୁ ୫ ମିନିଟ ପର୍ଯ୍ୟନ୍ତ ।ତେବେ ଏହା ୫ ମିନିଟ ପର୍ଯ୍ୟନ୍ତ ଗରମ ହେବା ପରେ ତାହାକୁ ଆଣି ହାଲକା ଥଣ୍ଡା କରିନିଆନ୍ତୁ ।ଏବେ ଆପଣଙ୍କ ର ରିମେଡି ଟି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କରିବା ପ୍ରଣାଳୀ:-

ଆପଣ ଏହି ରିମେଡି ଟୀକୁ ପ୍ରସ୍ତୁତ କରିସାରିବା ପରେ ଆପଣ ଯେପରି ସାଧାରଣ ତେଲ ମୁଣ୍ଡ ରେ ଲଗାନ୍ତି ସେହିପରି ଏହାକୁ ବ୍ୟବହାର କରିପାରିବେ ।ସପ୍ତାହ ରେ ଦୁଇ ରୁ ତିନି ଥର ଏହି ରିମେଡି ଟୀକୁ ଚନ୍ଦା ହୋଇଯାଇଥିବା ସ୍ଥାନରେ ଲଗାନ୍ତୁ ।ଆଉ ଗୋଟିଏ ମାସ ମଧ୍ୟରେ ଦେଖିବେ ଆପଣଙ୍କ ଚନ୍ଦାପଣ ରହିବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।