Jyotish Shastra – ଜାଣନ୍ତୁ କେଉଁ ବାରରେ ଜନ୍ନ ହେଲେ କ’ଣ ସବୁ ଥାଏ ଲକ୍ଷଣ ହୋଇଥାଏ ବ୍ୟକ୍ତିଙ୍କର …

0

ପ୍ରତ୍ୟେକ ମଣିଷ ନିଜ ଜୀବନ ରେ କେବେ ସୁଖ ତ କେବେ ଦୁଃଖ ର ସାମ୍ନା କରିଥାଏ। ତାହା କୁ ସେ ନିଜର ଭାଗ୍ଯ ବୋଲି ଭାବି ଆଗକୁ ବଢିଚାଲେ। ଆଜି ଯିଏ ଖୁସି ରେ ଅଛି କାଲି ଯେ ତା ଜୀବନ ରେ ଦୁଃଖ ନ ଆସିବ ତାହା କେହି କହି ପାରିବେ ନାହିଁ,ଏବଂ ଆଜି ଯିଏ ଦୁଃଖ, ଦୁର୍ଦଶା ରେ ଦିନ କାଟୁଛି କାଲି ତା ଜୀବନ ରେ ସୁଖ, ଶାନ୍ତି ଆସିବ ନାହିଁ ବୋଲି କହିବା ଟା ଭୁଲ୍ ହେବ ଏବଂ ଏହା ହେଉଛି ପ୍ରକୃତି ର ନିୟମ,

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ଯକ୍ତି ଚାହିଁବ ତାହା ହେଲେ ସେ ଏକ ମାଧ୍ଯମ ଦ୍ବାରା ନିଜର ଦୁଃଖ ର କାଳ କୁ କମ କରି ସୁଖ ର ସମୟ କୁ ବଢେଇ ପାରିବ, ତ ଆପଣ ମାନେ ମଧ୍ଯ ନିଜର ଜୀବନ କୁ ବେଶ୍ ଆନନ୍ଦ ଏବଂ ହସ,ଖୁସି ରେ କଟେଇବା ପାଇଁ ଚାହୁଁଥିବେ, କିନ୍ତୁ ତାହା କେବେ ସମ୍ଭବ ହେଉନାହିଁ। ଆପଣ ମାନେ ମଧ୍ଯ ଆପଣଙ୍କ ଚତୁର୍ଦ୍ଦିଗ ରେ ଦୁଇ ପ୍ରକାରର ଲୋକ ଦେଖୁଥିବେ।

କିଛି ଲୋକ ସବୁବେଳ ଦୁଃଖ ଓ ଚିନ୍ତା ରେ ବୁଡି ରହୁଥିବେ।ସେମାନେ ସମସ୍ତେ କୈଣସି ନା କୈଣସି ସମସ୍ୟା ରେ ଘେରି ହୋଇ ରହିଥାନ୍ତି ଏବଂ ଆଉ କିଛି ଲୋକ ଥାନ୍ତି ଯେଉଁମାନେ ସର୍ବଦା ଖୁସି ରେ ଥାନ୍ତି ଏବଂ ସେମାନଙ୍କ ସହ ସର୍ବଦା ଭଲ ହୋଇଥାଏ।ତେବେ ଆଜି ଆମେ ଆପଣ ଙ୍କୁ ସେହି ବିଷୟ ରେ ଜଣାଇବୁ। ସପ୍ତାହ ସାତ ଦିନ, ପ୍ରତ୍ୟେକ ଦିନ ଜନ୍ମ ହେଉଛନ୍ତି ଲକ୍ଷ ଲକ୍ଷ ମଣିଷ। ସାତ ଟି ବାର ରେ ଜନ୍ମ ହେଉଥିବା ମଣିଷ ଙ୍କ ପ୍ରକୃତି କିପରି ରହିବ ଆସନ୍ତୁ ଜାଣିବା।

*ସୋମବାର:-

ପ୍ରଥମ ରେ ସୋମବାର ରେ ଜନ୍ମ ହେଉଥିବା ଲୋକ ମାନେ ଆତ୍ମ ନିର୍ଭରଶୀଳ ହେବାକୁ ପସନ୍ଦ କରିଥାନ୍ତି। ଏମାନେ ସର୍ବଦା ନିଜ କାର୍ଯ୍ୟ ନିଜେ କରିବାକୁ ଭଲ ପାଇଥାନ୍ତି। ଏମାନଙ୍କ ମନ ରେ କୌଣସି ଦ୍ଵନ୍ଦ ନ ଥାଏ।

*ମଙ୍ଗଳବାର:-

ମଙ୍ଗଳବାର ଦିନ ଜନ୍ମ ହେଉଥିବା ବ୍ୟକ୍ତି ହନୁମାନ ଙ୍କ ଆଶୀର୍ବାଦ ରେ ଜନ୍ମ ହୋଇ ଥାନ୍ତି। ଏମାନେ କୌଣସି କାର୍ଯ୍ୟ କରିବାକୁ ଡରି ନ ଥାନ୍ତି। ଏମାନେ ନିଜ ଜୀବନ ରେ କାହାକୁ ଡରି ନଥାନ୍ତି।

*ବୁଧବାର:-

ବୁଧବାର ଦିନ ଜନ୍ମ ଗ୍ରହଣ କରିଥିବା ଲୋକ ସର୍ବଦା ଖୋଲା ହୃଦୟ ର ହୋଇ ଥାନ୍ତି। ଏମାନେ କାହାରି ଅନିଷ୍ଟ ଚିନ୍ତା କରି ନଥାନ୍ତି। ଏମାନେ ସର୍ବଦା ଅନ୍ୟ ର ମଙ୍ଗଳ ଚାହିଁ ଥାନ୍ତି।

*ଗୁରୁବାର:-

ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବା ଲୋକ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଉପରେ କୃପା ଦୃଷ୍ଟି ରହି ଥାଏ। ଏମାନଙ୍କ ର କୌଣସି ଧନ ସମସ୍ୟା ହୋଇ ନଥାଏ। ଯାହା ଫଳରେ ଏମାନଙ୍କ ଜୀବନ ଖୁସି ରେ ବିତି ଥାଏ।

*ଶୁକ୍ରବାର:-

ଶୁକ୍ରବାର ରେ ଜନ୍ମ ହେଉଥିବା ଲୋକ ଏକାକୀ ରହିବାକୁ ଭଲ ପାଆନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇ ଥାନ୍ତି।ନିଜେ ମନେ ମନେ ଚିନ୍ତା କରିବାକୁ ଭଲ ପାଆନ୍ତି, ତେଣୁ ଏମାନେ ବହୁତ ଜ୍ଞାନୀ ହୋଇ ଥାନ୍ତି।

*ଶନିବାର:-

ଶନିବାର ଦିନ ଜନ୍ମ ହେଉଥିବା ଲୋକ ବହୁତ ନ୍ୟାୟ ବାନ ଲୋକ ହୋଇଥାନ୍ତି ।ଏମାନେ ସର୍ବଦା ସତ୍ୟ ର ସପକ୍ଷ ରେ ରହିଥାନ୍ତି। ଏମାନଙ୍କ ମଧ୍ୟରେ କୌଣସି ଖରାପ ଚିନ୍ତା ଧାରା ଆସି ନ ଥାଏ।ଏହି ଲୋକ ମାନେ ବହୁତ୍ ଭଲ ପ୍ରକୃତି ର ହୋଇ ଥାନ୍ତି।

*ରବିବାର:-

ଶେଷରେ ରବିବାର ଦିନ ଜନ୍ମ ହେଉଥିବା ଲୋକ ବହୁତ ଶକ୍ତି ଶାଳୀ ହୋଇ ଥାନ୍ତି। ନିଜ କଥା ମାଧ୍ୟମ ରେ ଅନ୍ୟ ର ମନ ଜିତି ଥାନ୍ତି। ଏମାନେ ସର୍ବଦା ଦଳ ରେ ରହିବାକୁ ପ୍ରୟାସ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।