କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ ଭିଡିଓ ଗାଧେଇବା ସମୟରେ ଚାଲିଗଲା ଜୀବନ କ୍ୟାମେରାରେ ରେକର୍ଡ ହେଲା

0

ବର୍ତ୍ତମାନ ର ଯୁବ ପିଢି ବିପଦ ସଂକେତ ଭିତରେ ରହିଅଛି । କେତେବେଳେ ସୋସିଆଲ ମିଡ଼ିଆରେ ନିଜକୁ ଫେମସ୍ କରାଇବା ପାଇଁ ହେଉ ତ ଆଉ କେତେବେଳେ ନିଜ ମନ ଖୁସି ପାଇଁ ହେଉ , ନିଜ ଜୀବନ ସହିତ ଖେଳିବା ପାଇଁ ସେମାନେ ଆଦୌ ପଛାଉନହନ୍ତି । ତେବେ ମୃତ୍ୟୁ ମଧ୍ୟ କେବେ ହେଲେ ଆଗରୁ କାହିଁକି କିମ୍ବା କୌଣସି ସଂକେତ ଦେଇ ଆସି ନଥାଏ ।

କେତେବେଳେ ପାହାଡ଼ ଉପରେ ଚଢି ସେଲଫି ନେଲା ବେଳେ ଗୋଡ ଖସି ହେଉ କିମ୍ବା ଟ୍ରେନ ଉପରେ ଚଢି ସେଲଫି ନେଲା ବେଳେ ବିଦ୍ୟୁତ୍ ତାର ସହ ସଂସ୍ପର୍ଶରେ ଆସି ପୋଡ଼ି ହୋଇ ନିଜ ଜୀବନ ହାରି ଥାଆନ୍ତି । ଗୋଟେ ଜୀବନ ରେ ମୂଲ୍ୟ କଦାପି ସେମାନେ ଜାଣିପାରନ୍ତି ନାହିଁ । ଏଇଟା କେବେ ହେଲେ ସେମାନେ ବୁଝିପାରନ୍ତି ନାହିଁ ଯେ ସେମାନଙ୍କ ପାଇଁ ଆହୁରି କେତେ ଜୀବନ ଅପେକ୍ଷା କରି ରହିଥାଏ ।

ସେମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଅନ୍ତର୍ଗତ ବେଢାଙ୍ଗୀବାଡ଼ା ପଞ୍ଚାୟତ ର ବେହେରାଗୋଡ଼ା ନିକଟରେ । ଏଠାରେ ଥିବା ଜଳପ୍ରପାତ ରେ ଏଭଳି ଭାବେ ଅଭାବନୀୟ ଘଟଣା ଘଟିଛି । ଗତ କାଲି କିଛି ଯୁବକ ସେଠାରେ ଗାଧେଇବା ବେଳେ ମୁଣ୍ଡ ମାଡ଼ ହୋଇ ଜଣେ ଗୁରୁତର ଆହତ ହୋଇଛି । ସାଙ୍ଗମାନଙ୍କ ସହ ମଜା କରିବାକୁ ଯାଇଥିଲେ ଗମ୍ଫକୋଣ୍ଡା ପଞ୍ଚାୟତ ର ଏମ୍ପିଭି ଛବିଶି ଗ୍ରାମର ବିଜୁ ମଣ୍ଡଳ । ତେବେ ଜଳ ପ୍ରପାତ ରେ ଖସିଲା ବେଳେ ତାଙ୍କ ମୁଣ୍ଡ ପଥରେ ରେ ବାଡେଇ ହୋଇ ଗରୁତର ଆହତ ହୋଇଥିଲେ ।

ଝରଣା ରେ ମଜା କରି ସୁଇମିଂ ପୂଲ୍ ରେ ସ୍ଲୋପିଂ ରେ ତଳକୁ ଖସିବା ଭଳି ପଥର ରେ ସେ ତଳକୁ ଖସୁଥିଲେ,ହଟାତ୍ ତାଙ୍କ ମୁଣ୍ଡ ସେଇ ପଥର ରେ ବାଡେଇ ଯାଇଥିଲା । ସାଙ୍ଗମାନେ ମଧ୍ୟ ଭିଡିଓ କରି ତାକୁ ଉପଭୋଗ କରୁଥିଲେ,କିନ୍ତୁ ନିଜ ବନ୍ଧୁ କୁ ଏମିତି ଖସିଯିବା ର ଦେଖି ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରି ପ୍ରଥମେ ଏମ୍ଭି ଏକୋଇଶି ଓ ପରେ ମାଲକାନଗିରି ଚିକିତ୍ସାଳୟ କୁ ନେଇ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ କୋରାପୁଟ କୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ, ଆଉ ବିଜୁ ଙ୍କୁ କୋରାପୁଟ ନେବା ବେଳେ ରାସ୍ତାରେ ମାଥଲି ଠାରେ ମୃତ୍ୟୁ ବରଣ କରିଥିଲେ ।

ବିଜୁ ଙ୍କ ମୃତ୍ୟୁ ରେ ଶୋକ ଛାୟାରେ ଡୁବିଯାଇଚି ସାରା ଗାଁ ,ସାମାନ୍ୟ ମଜା କେମିତି ବିଜୁ ପାଇଁ ସଜ୍ଜା ରେ ପରିଣତ ହୋଇଗଲା ।ଏଠାରେ ଆପଣମାନେ ଲକ୍ଷ୍ୟ କରି ପାରନ୍ତି ସାମାନ୍ୟ ଅସାବଧାନତା ପାଇଁ ଗୋଟେ ଜୀବନ କେମିତି ଚାଲି ଯାଉଛି,ସତରେ ମୃତ୍ୟୁ ପାଇଁ କୌଣସି କଟକଣା ନାହିଁ । ସେ କେଉଁଠାରେ କେତେ ବେଳେ ମଧ୍ୟ ଆସିପାରେ । ତେଣୁ ବର୍ତ୍ତମାନ ର ଯୁବ ପିଢ଼ି କୁ କେତେ ସଜାଗ ରହିବାକୁ ପଡିବ ଆପଣମାନେ ହିଁ ଭାବନ୍ତୁ ।

କାରଣ ଆପଣମାନେ ସିନା ବନ୍ଧୁ ମାନଙ୍କ ସହିତ ମଜା କରିବା ପାଇଁ ଚାଲିଯାଆନ୍ତି, କିନ୍ତୁ ଅପଙ୍କ ରାସ୍ତା ଚାହିଁ ଆପଣଙ୍କ ବାପା ମାଆ ମାନେ ଚାହିଁବସିଥନ୍ତି । କେବେ ବି ସେମାନଙ୍କ ପାଇଁ ଭାବି ଦେଖିଛନ୍ତି ନିଜ ସନ୍ତାନ ର ମୃତ୍ୟୁ ଖବର କେତେ ଦୁଃଖ ଦାୟକ ହୋଇଥାଇପାରେ । ମଣିଷ ଜୀବନ ସବୁଠୁ ମୂଲ୍ୟବାନ,ତେଣୁ କୌଣସି ବିକଳ୍ପରେ ଏହାକୁ ହାରିବା ଉଚିତ୍ ନୁହେଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।