ଦେଖନ୍ତୁ ଭିଡିଓ କାହିଁକି ବିର୍ଷା Live ଭିଡିଓ ରେ ନିଜର Secret ମୋବାଇଲ ନଂ କୁ ସେୟାର କରିଲେ ସମସ୍ତଙ୍କୁ ଜାଣନ୍ତୁ ତା ପଛର ଥିବା କାରଣ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି ସେମାନଙ୍କ ମଧ୍ୟରେ ବର୍ଷା ହେଉଛନ୍ତି ଅନ୍ୟତମ। ଆଜି ଆମେ ତାଙ୍କ ବିଷୟ ରେ ଜଣାଇବୁ।

ଓଲିଉଡ଼ ରେ ଅନେକ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଛି। ନିଜ ଦମଦାର ଅଭିନୟ ଦ୍ୱାରା ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି। ବର୍ଷା ପ୍ରିଦର୍ଶିନୀ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ।ଘରେ ଘରେ ପରିଚିତ ସେ। ଓଡ଼ିଶା ର ସୁନ୍ଦରୀ ଭାବେ ସମସ୍ତେ ତାଙ୍କୁ ଜନିଛନ୍ତି। ବହୁତ୍ କମ୍ ବୟସରୁ ସିନେମା ଜଗତ ରେ ପାଦ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଲଗାତାର ଭାବେ ସୁପରହିଟ ସିନେମା ଇଣ୍ଡଷ୍ଟ୍ରି କୁ ଦେଇଛନ୍ତି।

ସୁନ୍ଦରତା ରେ ଯେମିତି ପ୍ରଥମ ଅଭିନୟ ରେ ମଧ୍ୟ ସେତିକି ପାରଙ୍ଗମ। ଖୁବ୍ ଶାନ୍ତ ସ୍ଵଭାବ ର ମଣିଷ ସିଏ। ସମାଜ ସେବା ରେ ମଧ୍ୟ ବେଶ୍ ନିବୃତ ରହିଥାନ୍ତି। ନିକଟ ରେ ତାଙ୍କର ବିବାହ ବନ୍ଧନ କୁ ନେଇ ବିଭିନ୍ନ ସମସ୍ୟା ଉପୁଜିଛି। ତେବେ ସେ ଏକ ଲାଇଭ ଭିଡିଓ ରେ ଆସି ଏକ ଫୋନ୍ ନଂ ଦେଇଥିଲେ। ତେବେ କଣ ପାଇଁ ଓ କେଉଁ ନଂ ସେ ଦେଉଛନ୍ତି ଆସନ୍ତୁ ଜାଣିବା।

ବାହାଘର ର ସୂତ୍ରଧାର ଅଜା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବର୍ଷା ଏକ ଅଭିଯାନ ଆରମ୍ଭ କରିଥିଲେ । ସେହି ଅଭିଯାନ ର ନାମ ହେଉଛି ଆମ ପାଠାଗାର। ଏହା ପଛରେ ବର୍ଷା ଙ୍କ ର ଉଦ୍ଦେଶ୍ୟ ଥିଲା କିଛି ଅଭାବୀ ପିଲା ଙ୍କ ମୁହଁ ରେ ହସ ଆଣିବା ଓ ସେମାନଙ୍କୁ ପୁସ୍ତକ ବାଣ୍ଟିବା । ଯାହା ଦ୍ଵାରା ସେମାନଙ୍କ ଭବିଷ୍ୟତ ସୁନ୍ଦର ଓ ସୁଶିଲ ହୋଇ ପାରିବ।ପରେ ସେ ଅନୁରୋଧ କରିଥିଲେ ସମସ୍ତ ଙ୍କୁ ପୁସ୍ତକ ଦେବା ପାଇଁ।

ଗୋଟିଏ ପୁସ୍ତକ କାହାର ଭବିଷ୍ୟତ ନିର୍ମାଣ କରିପାରେ। ଏହି ଫୋନ୍ ନଂ -୮୧୧୪୯୮୦୫୩୧ ରେ କଲ୍ କିମ୍ବା ମେସେଜ ମାଧ୍ୟମ ରେ ଏକ ପୁସ୍ତକ ପ୍ରଦାନ କରି ପାରିବେ। ପ୍ରତ୍ୟେକ ଜିଲ୍ଲା ରେ ଗୋଟିଏ ପାଠାଗାର ପ୍ରସ୍ତୁତ କରିବାର ସ୍ବପ୍ନ ବର୍ଷା ଦେଖିଛନ୍ତି। ଦର୍ଶକ ଙ୍କ ଭଲ ପାଇବା ଓ ଆଶୀର୍ବାଦ ର ସହଯୋଗ ରେ ସେ ତାଙ୍କ ସ୍ବପ୍ନ କୁ ପୁରା କରି ପାରିବେ ବୋଲି ଭିଡିଓ ଟି ରେ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।