ଦେଖନ୍ତୁ ଭିଡ଼ିଓ ଘର ଭିତରେ ଠାକୁର ପଛପଟେ ଥିବା ନାଗ ସାପ , ମନରେ ଭକ୍ତିଥିଲେ ଏବେ ହିଁ କହିଦିଅନ୍ତୁ ଓଁ ନାଗଦେବାୟଃ ନମଃ….

0

ଆଜିର ବିଜ୍ଞାନ ଯୁଗ ରେ ଏମିତି ବହୁତ୍ ଲୋକ ଏ ଯାଏ ବି ଅଛନ୍ତି ଯେଉଁ ମାନେ ଆଜି ବି ଅନେକ ଅନ୍ଧବିଶ୍ୱାସ କୁ ମାନୁଛନ୍ତି । ମାନସିକ ବିକାଶ ରେ ଅନେକ ପଛରେ ମଧ୍ୟ ଲୋକ ରହିଯାଇଛନ୍ତି ଯେଉଁ ମାନେ ଆଜି ବି ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ରେ ବଶବର୍ତ୍ତୀ ହେଉଛନ୍ତି । ଆଜିର ସମାଜ ଠୁ ଅନେକ ପଛରେ ସେମାନେ ରହି ଆସିଛନ୍ତି।

ଯେମିତି କି ରାସ୍ତା ରେ ଗଲା ବେଳେ ବିଲେଇ ବାଟ କାଟିଦେବା, ବିଷଧର ସାପ କୁ ଠାକୁର ଭାବି ଘରେ ପ୍ରଶ୍ରୟ ଦେବା, ତାକୁ ପୂଜା କରିବା । ଏମିତି ଅନ୍ଧବିଶ୍ୱାସ ରେ ବଶବର୍ତ୍ତୀ ହୋଇ ଆଜିର ଦିନ ରେ ବହୁତ୍ ଲୋକ ଙ୍କର ପ୍ରାଣ ହାନୀ ମଧ୍ୟ ହେଉଛି । ତଥାପି ଲୋକ ମାନଙ୍କର ଆଖି ଖୋଲୁନାହି,ଅକାଳ ରେ ଜୀବନ ହାନୀ ଘଟୁଛି ।

ଏମିତି ଏକ ଘଟଣା ଉପରେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା । ଘଟଣା ଟି ହେଉଛି ଭଦ୍ରକ ରେ କୌଣସି ଏକ ଅଞ୍ଚଳ ର । ଗୋଟେ ଗାଁ ରେ ଅନେକ ଘର ; ଏକ ମାଟି ଛପର ଘରେ ବାହାରିଛି ଏକ ବିଷଧର ନାଗସାପ ଟେ । ସେଠାକାର ବାସିନ୍ଦା ସେଇ ସର୍ପ ଟି କୁ ଭଗବାନ ଭାବି ପୂଜା କରୁଥିବା ର ଲକ୍ଷ୍ୟ ଆସିଛି । ଘଟଣା ଅନୁଯାୟୀ ଜଣେ ବୁଢ଼ୀ ଲୋକ ର ଘରେ ସାପ ଟି ବାହାରିଛି ଏବଂ ସେ ଯାଇ ଠାକୁର ଘରେ ଠାକୁର ଙ୍କ ଫଟୋ ପଛପଟେ ରହିଯାଇଛି ।

ଆମ୍ଭେ ଜାଣୁ କି ଭଗବାନ ଶିବ ଙ୍କ ବାହନ ହେଉଛନ୍ତି ନାଗସାପ । ତେଣୁ ସେ ବୁଢ଼ୀ ଟି ସାପ ଟି କୁ ମହାଦେବ ଆସିଛନ୍ତି ଭାବି ପୂଜା କରିଛନ୍ତି ଓ ତାକୁ କ୍ଷୀର ଖାଇବା ପାଇଁ ମଧ୍ୟ ଦେଇଛନ୍ତି । ଏହା ଖବର ପାଇ ଅଞ୍ଚଳ ର ଅନ୍ୟ କୌଣସି ଲୋକ ଜଣେ ଖବର ଦେଇଛନ୍ତି ବନ୍ୟ ବିଭାଗ କୁ। ବନ୍ୟ ବିଭାଗ ର କର୍ମଚାରୀ ଆସି ସାପ ଟି କୁ ସୁସ୍ଥ ଭାବେ ଉଦ୍ଧାର କରି ନେଇ ଜଙ୍ଗଲ ରେ ଛାଡିଛନ୍ତି ।

ପ୍ରଥମ କଥା ହେଉଛି ସର୍ପ ମାନେ ବିଷଧର ପ୍ରଜାତି ର ଅଟନ୍ତି । ତେଣୁ ତାଙ୍କ ସହ ବନ୍ଧୁତା ଯେମିତି ଭଲ ନୁହେଁ ସେମିତି ଶତ୍ରୁତା ମଧ୍ୟ ଭଲ ନୁହେଁ,କାରଣ ସେମାନଙ୍କ ଦେହରେ କୌଣସି ପ୍ରକାର ଆଞ୍ଚ ଆସିଲେ ସେମାନେ ଘୁରି ଆଘାତ କରନ୍ତି । ସେଥି ପାଇଁ ମଣିଷ ଙ୍କ ଜୀବନ ମଧ୍ୟ ଯାଇପାରେ ।

ପ୍ରଥମ କଥା ହେଲା ଆଜି ର ଏତେ ବିକଶିତ ଯୁଗ ରେ ମଧ୍ୟ ଅନେକ ଅନ୍ଧବିଶ୍ୱାସ ଧାରି ଲୋକ ରାହିଯାଇଛନ୍ତି। ଆମକୁ ଏମିତି ଅନ୍ଧବିଶ୍ୱାସ ରୁ ବାହାରି ଆସିବାକୁ ପଡ଼ିବ । ଆଉ ଦ୍ୱିତୀୟ କଥା ହେଲା ଜୀବନ ର ମୂଲ୍ୟ ଅନେକ। ତେଣୁ କୌଣସି ମୁହୂର୍ତ୍ତ ରେ ବି ଏମିତି କୌଣସି କାର୍ଯ କରିବା କଥା ନୁହେଁ ଯେଉଁଥିରେ ଜୀବନ ଯିବା ର ରିସ୍କ ରହିବ ।

ବେଳେ ବେଳେ ଅନେକ ସ୍ଥାନ ରେ ଏମିତି କିଛି ମଧ୍ୟ ଦେଖିବାକୁ ମିଳିଛି କି ସାପ ଧରିବାକୁ ଯାଇ ଅସାବଧାନତା ହେତୁ ସର୍ପଘାତ ରେ ଜୀବନ ହାନୀ ହୋଇଛି ତ ଆଉ କେତେ ବେଳେ ସାପ କୁ ଧରି ନିଜ କରାମତି ଦେଖେଇବା କୁ ଯାଇ ସାପ କୁ ନେଇ ପିଠି ଉପରେ ଧରି ନାଚିଲା ବେଳେ ମଧ୍ୟ ସାପ କାମୁଡା ରେ ଜୀବନ ଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।