୬୦ ବର୍ଷର ବିଧବା ମହିଳାକୁ ବିବାହ କଲା ୨୦ ବର୍ଷିୟ ଯୁବକ, ବିବାହ ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ତେବେ ପ୍ରେମ ଯେ କେବଳ ଜଣେ ଅବିବାହିତ ପୁରୁଷ ଓ ନାରୀଙ୍କ ମଧ୍ୟରେ ହେବ ତାର କିଛି କାରଣ ନାହିଁ। ଏହା କାହା ମଧ୍ୟରେ ବେ ହୋଇପାରେ । ଖାଲି ଏତିକି ନୁହେଁ ବରଂ ପ୍ରେମ ପାଇଁ କୌଣସି ଯୋଗ୍ୟତା , ବୟସ ଇତ୍ୟାଦି କିଛି ବି ସୀମାକୁ ମାନୁ ନାହାନ୍ତି ବର୍ତ୍ତମାନ ର ଲୋକମାନେ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।


ଉଲେଖଯୋଗ୍ୟ ଯେ , ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲା ରେ ଏକ ଏମିତି ଘଟଣା ଘଟିଛି ଯାହା ଜାଣିବା ପରେ ଆପଣଙ୍କର ବର୍ତ୍ତମାନ ର ପ୍ରେମ ଉପରୁ ବିଶ୍ୱାସ ଉଠିଯିବ । ତେବେ ଜଣାପଡିଛି ଯେ ଗତ ଶନିବାର ଦିନ ଉତ୍ତରପ୍ରଦେଶର ଜଣେ ୨୦ ବର୍ଷୀୟ ଯୁବକ ଜଣେ ୬୦ ବର୍ଷର ବିଧବା ବୃଦ୍ଧ ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି । କଥାଟି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ କିନ୍ତୁ ଏହା ସତ୍ୟ ଘଟଣା ଅଟେ ।


ସୂଚନା ଅନୁସାରେ , ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲାର ଅଜିମନଗର ଥାନା ଅଧୀନରେ ଥିବା ଜଟପୁରା ଗ୍ରାମର ଜଣେ ୬୦ ବର୍ଷୀୟ ବିଧବା ମହିଳା କେଶରବତୀ ଙ୍କୁ ହରଦୋଇରେ ରହୁଥିବା ଜଣେ ୨୦ ବର୍ଷର ଯୁବକ ରିତେଶ ପ୍ରେମ ବିବାହ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ପ୍ରାୟ ଦୁଇ ବର୍ଷ ତଳେ ହରଦୋଇରେ ରହୁଥିବା ରିତେଶ ଙ୍କ ଫୋନ ଭୁଲ୍ ରେ କେଶରବତୀ ଫୋନ କୁ ଲାଗିଯାଇଥିଲା । ମାତ୍ର ସେହି ରଙ୍ଗ ନମ୍ବର କଲ ରେ ଦୁହେଁ ଦୁହିଁଙ୍କ ସହ କଥାବାର୍ତ୍ତା ହେବା ଆରମ୍ଭ ହୋଇଥିଲା ।


ଧୀରେ ଧୀରେ ଦୁହିଁଙ୍କ ମଧ୍ୟ ବାର୍ତାଳ୍ପ ବଢ଼ିବାରେ ଲାଗିଲା ଫଳରେ ଦୁହେଁ ପ୍ରାୟ ପ୍ରତିଦିନ ପରସ୍ପର ସହ କଥା ବାର୍ତା କରୁଥିଲେ । ଏହି କଥା ବାର୍ତା ରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଭଲପାଇବା । ଧୀରେ ଧୀରେ ଦୁହେଁ ଦୁହିଁଙ୍କର ନିକଟତର ହେବାକୁ ଲାଗିଲେ ଆଉ ନିୟମିତ ଭାବରେ ଦୁହେଁ ଫୋନ ରେ କଲ ଓ ଭିଡ଼ିଓ କଲ ମାଧ୍ୟମରେ କଥା ହେଉଥିଲେ । ତେବେ ଏହାପରି କିଛି ଦିନ ଚାଲିବା ପରେ ରିତେଶ କେଶରବତୀ ଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ଏବଂ ବିନା କିଛି ସମସ୍ୟା ରେ କେଶରବତୀ ମଧ୍ୟ ରିତେଶ ଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ ।  ତେବେ ସେମାନଙ୍କ ପ୍ରେମର ଦୁଇ ବର୍ଷ ପରେ ଉଭୟ ଶନିବାର ଦିନ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଆଜିମନଗର ରହୁଥିବା କେଶରବତୀ ରହୁଥିବା ସ୍ଥାନକୁ ଆସି ସେଠାରେ ତାଙ୍କ ମୁଣ୍ଡ ରେ ସିନ୍ଦୁର ଦେଇ ଉଭୟ ଉଭୟଙ୍କୁ ବିବାହ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।Inspire Post From – Odia scraps