ଦେଖନ୍ତୁ ଭିଡିଓ – ହଜିଗଲା ମାନବିକତା ରାସ୍ତା ଉପରେ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟିଲା ବୋହୁ ଭିଡ଼ିଓ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ

0

ମା, ହୁଏତ ଏହି ଶବ୍ଦ ର ବାଖ୍ୟା କରିବା ପାଇଁ ଲୋକଙ୍କୁ କୁହାଗଲେ ସେମାନଙ୍କ ପାଇଁ ଶବ୍ଦ ର ଅଭାବ ପଡିଯାଇପାରେ ସେମାନଙ୍କ ମା’ ର ସ୍ନେହ, ମମତା,ଭଲପାଇବା ଏବଂ ବଳିଦାନ୍ କୁ କହିବା ପାଇଁ। କୁହାଯାଇଥାଏ ଏକ ନାରୀ ର ନାରୀତ୍ୱ ସେତେବେଳେ ଧନ୍ୟ ହୋଇଥାଏ ଯେତେବେଳେ ସେ ଏକ ନାରୀ ରୁ ମା’ ହୋଇଯାଇଥାଏ।

ଏକ ନାରୀ ଦଶ ମାସ ଦଶ ଦିନ ଧରି ନିଜ ଗର୍ଭ ରେ ନିଜ ସନ୍ତାନ କୁ ଧାରଣ କରି ଅନେକ ଦୁଃଖ କଷ୍ଟ କୁ ସହି ସେହି କଅଁଳ ଶିଶୁ ଟି କୁ ଜନ୍ମ ଦେଇଥାଏ ତାକୁ ଏ ଦୁନିଆର ଆଲୋକ ଦେଖାଇଥାଏ। ଜଣେ ମା’ ନିଜ ଛୁଆ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥାଏ। ଛୋଟ ବେଳେ ଗୋଟିଏ ଛୁଆ ତଳେ ପଡିଗଲେ ସେହି ଛୁଆ ଟି ଆଖିରୁ ଲୁହ ବାହାରିବା ଆଗରୁ ତା ମା’ ଆଖିରେ ଲୁହ ଆସିଯାଇଥାଏ।

ଏହି ପରି ଅନେକ କିଛି କରିଥାଏ ଜଣେ ମା’ ତା ଛୁଆ ପାଇଁ। କିନ୍ତୁ ଏହାର ପ୍ରତିବଦଳରେ ସେ କିଛି ବି ଆଶା କରିନଥାଏ। ଖାଲି ଏତିକି ଆଶା କରିଥାଏ ବୃଦ୍ଧା କାଳରେ ଦି ମୁଠା ଖାଇବାକୁ ଦେବ ଏବଂ ଟିକେ ସେବା କରିବ ତାଙ୍କର। ଆଗ କାଳ ରେ ଦେଖିବାକୁ ମିଳୁଥିଲା ଗୋଟେ ପୁଅ ବାହାହୋଇ ଘରକୁ ବୋହୂ ଟି ଏ ଆଣିଲେ ଶାଶୂ ମାନେ ସାଧାରଣତଃ ତାଙ୍କୁ ଟିକେ ହଇରାଣ କରିଥାନ୍ତି ,

କିନ୍ତୁ ଆଜି କଳିଯୁଗରେ ତାର ଓଲଟା ଦେଖିବାକୁ ମିଳୁଛି। ଏବେ ବୋହୂ ମାନେ ଶାଶୂ ମାନଙ୍କୁ ହଇରାଣ କରିବା ସହ ଏହି ବୃଦ୍ଧ କାଳ ରେ ମାଡ ମଧ୍ୟ ମାରୁଛନ୍ତି। ଆମେ ଆଜି ଆପଣଙ୍କୁ ସେହି ପରି ଏକ ଘଟଣା ସଂପର୍କରେ କହିବୁ।

ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଙ୍ଗ ଥାନା ମୁଣ୍ଡେଇଲ ଗ୍ରାମ ପଞ୍ଚାୟତ ର ଗେଲେହିପାଟଣା ଗ୍ରାମ ର। ଏଠାରେ ଜଣେ ବୋହୂ ନିଜ ର 82 ବର୍ଷୀୟ ବୃଦ୍ଧା ଶାଶୁ ଙ୍କୁ ଗାଁ ଦାଣ୍ଡରେ ରେ ଘୋଷାଡ଼ି ଘୋଷାଡି ମାଡ ମାରୁଥିବା ର ଘଟଣା ସାମ୍ନା କୁ ଆସିଛି। ଏହି ଘଟଣା ଟି ସେହି ଗ୍ରାମ ବାସୀ ଙ୍କୁ ପୂରା ସ୍ତବ୍ଧ କରିଦେଇଛି। ଏହି ଘଟଣା ର କାରଣ ଜାଣିଲେ ଆପଣ ମାନେ ବି ଆର୍ଶଯ୍ୟ ହୋଇଯିବେ।

ସାମାନ୍ୟ ଖାଦ୍ୟ ପାଇଁ ମହିଳା ଜଣକ ତାଙ୍କ ଶାଶୂ ଙ୍କୁ ଏହି ପରି ନୃଶଂସ ଭାବେ ମାରିଛନ୍ତି। ପାଖ ପଡୋଶୀ ଘର ଦେଇଥିବା ତରକାରୀ କୁ ଶାଶୂ ଖାଇ ଦେଇଥିବାରୁ ବୋହୂ ଗାଁ ଦାଣ୍ଡରେ ବୃଦ୍ଧା ଙ୍କୁ ଘୋଷାଡି ଘୋଷାଡି ଏପରି ମାଡ ମାରିଛି। ଏହି ଭିଡିଓ ଟି ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ବୃଦ୍ଧା ଜଣକ ତାଙ୍କ ବୋହୂ କୁ ଯେତେ କାକୁତି ବିନତି ହେଇଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ।

ଭିଡିଓ ଟି ଭାଇରାଲ୍ ହେବା ପରେ ପୋଲିସ୍ ସେହି ବୃଦ୍ଧା ଙ୍କୁ ଉଦ୍ଧାର କରି ପର୍ଯ୍ୟଙ୍ଗ ମେଡିକାଲ ରେ ଭର୍ତ୍ତି କରିଛି। ବୋହୂ ସବିତା ଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ପୋଲିସ୍ ନିଜ ଆଡୁ ଏକ ମାମାଲା ରୁଜୁ କରି ଏହାର ତଦନ୍ତ କରୁଛି। ପୋଲିସ୍ କହିଛି ଶାଶୂ ଜଣକ ନିଜର ବୟାନ୍ ରଖିବା ପରେ ସେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।