ପୁଣି ସମ୍ନାକୁ ଆସିଲା ଭୟଙ୍କର ସତ୍ୟତା – Johnson ବେବି ପାଉଡର ଲଗାଉଥିଲେ ହୋଇଯାନ୍ତୁ ସାବଧାନ ନଚେତ୍…

0

ଆଜି ର ଲୋକମାନେ ନିଜ କୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି,ତେବେ ଏଥି ପାଇଁ ଅନେକ ପ୍ରକାର କ୍ରିମ , ପାଉଡର , ଅନେକ ଫେସ ୱସ୍ ଆଦି ବ୍ୟବହାର କରୁଛନ୍ତି। ତେବେ ଆପଣ ମାନେ ଜାଣି ଥିବେ ଆଜି କାଲି ଯେଉଁ ସବୁ ଜିନିଷ ବଜାର ରେ ମିଳୁଛି ,ସେଥିରେ ଅନେକ ପ୍ରକାର କେମିକଲ୍ ମିଶା ହେଉଛି,ଯାହା ଆମ ଶରୀର ପାଇଁ ବହୁତ କ୍ଷତିକାରକ୍,କିନ୍ତୁ ପ୍ରତେକ ଲୋକ ଏହା ଜାଣି ମଧ୍ୟ ଏହି ସବୁ ଜିନିଷ ବ୍ଯବହାର କରୁଛନ୍ତି।ତେବେ ଦେଖିବାକୁ ଗଲେ ଏହି ସବୁ ଜିଣିସ ଅଧିକ ଝିଅ ମାନଙ୍କ କ୍ଷେତ୍ର ରେ ଦେଖା ଦିଏ।

ତେବେ ଝିଅ ମାନେ ତ ଲାଗନ୍ତି ସତ କିନ୍ତୁ ଆପଣ ମାନେ ଦେଖି ଥିବେ ପିଲା ଜନ୍ମ ହେଲା ବେଳେ ଡାକ୍ତର ମାନେ କୁହନ୍ତି କି ପିଲା ର ଚମଡା ଅତି ନରମ , ଏହା ପାଇଁ ଆପଣ ଙ୍କୁ ବହୁତ ସତର୍କ ରହି ବାକୁ ପଡି ଥାଏ। ପିଲା ଙ୍କ ଦେହ ରେ ଲଗାଇବା ପାଇଁ ଅନେକ ପ୍ରକାର କ୍ରିମ ,ପାଉଡର , ତେଲ , ସେମ୍ପୁ ବାହାରିଛି। ଏସବୁ କିନ୍ତୁ ଆଗରୁ ନ ଥିଲା ହେଲେ ଏସବୁ ପିଲାଙ୍କ ସୁରକ୍ଷା ପାଇଁ ବାହାରିଛି।

ତେବେ ଏସବୁ କ୍ରିମ ରେ ଯେମିତି କୌଣସି ପ୍ରକାର କେମିକଲ୍ ମିଶି ନ ଥାଏ,ନ ହେଲେ ଏହା ପିଲା ର ଶରୀର ପାଇଁ ଅନେକ କ୍ଷତି କରିବ। ତେବେ ଦେଖିବାକୁ ଗଲେ ପିଲା ଙ୍କ ପାଇଁ ଜନସନ ବେବି କମ୍ପାନୀ ରେ ଅନେକ ପ୍ରକାର କ୍ରିମ ,ପାଉଡର ଆଦି ମିଳୁଛି । ତେବେ ଏସବୁ ଜିନିଷ ଏବେ ବଜାର ରେ ଅଧିକ ଚାହିଦା ରହିଛି,ଲୋକ ମାନେ ମଧ୍ୟ ଅଧିକ କିଣୁଛନ୍ତି କିନ୍ତୁ ଏହି କମ୍ପାନୀ ନା ରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି।ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।


ପ୍ରକୃତରେ ବୃକୋଳିନର ଜଣେ ମହିଳା ଓ ତାଙ୍କ ସ୍ୱାମୀ ଏହି ବେବି ପାଉଡରରେ କ୍ୟାନ୍ସର ତତ୍ତ୍ୱ ଥିବା ନେଇ ଆରୋପ ଆଣିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଦମ୍ପତ୍ତିଙ୍କୁ ୧୨୦ ମିଲିୟନ ଡ଼ଲାର ଜୋରିମାନା ଦେବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତିକି, ସେ ଦୀର୍ଘ ଦିନ ହେବ ଏହି ପାଉଡର ବ୍ୟବହାର କରି ଆସୁଥିଲେ ଆଉ ଏହି କାରଣରୁ ହିଁ ତାଙ୍କ ଠାରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତେବେ ଏହି ଘଟଣା ନିୟୁୟର୍କ ରେ ଦେଖିବାକୁ ମିଳିଛି।

ତେବେ କୋର୍ଟରେ ମହିଳା ଙ୍କ ଓକିଲ କହିଛନ୍ତି କି ୧୯୭୦ ମସିହ ରୁ ଏହି କମ୍ପାନୀ ଏହି ଭଳି କାର୍ଯ୍ୟ କରୁ ଥିବାର ଅବଗତ ଥିଲେ ମଧ୍ୟ ଏହା ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା।ତେବେ ଆଗରୁ ମଧ୍ୟ ଏହି କମ୍ପାନୀ ଉପରେ ଅନେକ କେଶ ରହିଛି , ଅନେକ ବିବାଦ ରେ ରହି ଥିଲା,ଖାଲି ସେତିକି ନୁହେଁ ,ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକାର ଏକ କୋର୍ଟ ଜନସନ କମ୍ପାନୀ ଉପରେ ୪୭୫ କୋଟି ଟଙ୍କାର ଜୋରିମାନା ଲଗାଇ ଥିଲେ।

ତେବେ ଏହି ଖବର ଏବେ ସବୁ ସ୍ଥାନ ରେ ଭାଇରାଲ ହୋଇଛି। ଲୋକ ମାନେ ମଧ୍ୟ ଏହି କମ୍ପାନୀ ଗୁଡିକୁ ବହୁତ ନିନ୍ଦା କରୁଛନ୍ତି।ତେବେ ଏହି କମ୍ପାନୀ ଭାରତ ରେ ଏକ ବିଶ୍ୱାସ ଯୋଗ୍ୟ ଆଉ ଅଧିକ ବିକ୍ରି ହେଉ ଥିବା କମ୍ପାନୀ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।