ଅପରେସନ ସମୟରେ ଷ୍ଟୋନ କାଢ଼ିବା ବଦଳରେ ଡାକ୍ତର କାଢ଼ିଦେଲେ କିଡ଼ନୀ , ତାପରେ ଯାହା ଘଟିଲା ଲୋକମାନେ …

0

ଆଜି କାଲି ରେ ସବୁ କଥାରେ ଅବହେଳା ଦେଖିବା ପାଇଁ ମିଳୁଛି । ଏମିତି ସବୁ ପ୍ରକୃତ ରେ ଘଟୁଛି କଣ ପାଇଁ ଚାଲନ୍ତୁ ସମ୍ପୂର୍ଣ ଖବର ଜାଣିବା କଣ ରହିଛି ଘଟଣା ।ତାହା ଆପଣ ଭି ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅପରେସନ ସମୟରେ ଷ୍ଟୋନ କାଢ଼ିବା ବଦଳରେ ଡାକ୍ତର କାଢ଼ିଦେଲେ କିଡ଼ନୀ ଏହା କଣ ସତ ଘଟଣା ଚାଲନ୍ତୁ ଜାଣିବା ।

ସତ କହିବା ପାଇଁ ଗଲେ ଏହି ଅତ୍ୟାଧୁନିକ ଦୁନିଆଁ ରେ ଆମେ ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଭଗବାନ ଭାବରେ ଗ୍ରହଣ କରିଥାଉ କାରଣ ଯେପରି ଭଗବାନ ଆମ ସମାଜକୁ ସୃଷ୍ଟି କରିଛନ୍ତି ଏବଂ ଲୋକମାନଙ୍କୁ ଏକ ସୁନ୍ଦର ଜୀବନ ପ୍ରଦାନ କରିଥାନ୍ତି ଠିକ ସେହି ପରି ଡାକ୍ତର ହେଉଛନ୍ତି ଆମ ପାଇଁ ଦ୍ଵିତୀୟ ଭଗବାନ ଯିଏକି ଲୋକମାନ ଙ୍କୁ ମୃତ୍ୟୁ ମୁଖରୁ ଫେରେଇ ଆଣି ଏକ ନୂତନ ଜୀବନ ପ୍ରଦାନ କରିଥାନ୍ତି ।

ସେମାନେ ନିଜର କର୍ତ୍ତବ୍ୟ କରିବାରେ କେବେହେଲେ ହେଳା କରନ୍ତି ନାହିଁ କାରଣ ତାଙ୍କର ଉପରେ ଜଣେ ବ୍ୟକ୍ତି ର ଜୀଵନ ତାର ପରିବାର ର ସମସ୍ତ ଆଶା ମଧ୍ୟ ରହୁଥାଏ ,ଯଦିଓ ଡାକ୍ତର ମାନେ ଆମର ଜୀଵନ ବଞ୍ଚେଇବାରେ ସାହାଯ୍ୟ କରିଥାନ୍ତି ତଥା ଆମକୁ ରୋଗ ମୁଖରୁ ସୁସ୍ଥ କରି ନୂଆ ଜୀବନ ଦେଇଥାନ୍ତି । ମାତ୍ର କେବେ କେବେ ସେମାନେ ଙ୍କର ଗୋଟିଏ ଛୋଟ ଭୁଲ ପାଇଁ ଜଣେ ବ୍ୟକ୍ତି ଙ୍କର ଜୀବନ ମଧ୍ୟ ନେଇପାରନ୍ତି ଓ ସେମାନ ଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥାନ୍ତି ।ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ ।

ସୂଚନା ଅନୁସାରେ ,ବିହାର ର ରାଜଧାନୀ ପାଟନା ର ଏକ ହସ୍ପିଟାଲରେ ଘଟିଛି ଏମିତି ଏକ ବିସ୍ମୟକର ଘଟଣା ।ଡାକ୍ତର ମାନେ ଅପରେସନ ସମୟରେ ରୋଗୀ ଙ୍କର ଷ୍ଟନ ବା ପଥର ଟୀକୁ ବାହାର କରିବା ପରିବର୍ତ୍ତେ ତାଙ୍କର କିଡନି ବାହାର କରିଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ପାଟନା ର କଙ୍କଡ଼ାବାଦ ର ଏକ ହସ୍ପିଟାଲରେ ବେଗୁସ ରାୟ ନାମକ ଜଣେ ୨୬ ବର୍ଷ ର ଯୁବକ ନିଜର ଚେକ ଅଫ ପାଇଁ ଯାଇଥିଲେ ।

ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଡାକ୍ତରଖାନାକୁ ଯାଇଥିଲେ ଏବଂ ସେଠାରେ ଟେଷ୍ଟ କରିବା ପରେ ଡାକ୍ତର କହିଥିଲେ କି ତାଙ୍କର ବାମ କିଡନି ରେ ପଥର ରହିଛି ।ଏହାକୁ ଅପରେସନ ଦ୍ବାରା ବାହାର କରାଯିବ ଓ ଏଥିରେ ସେ ଯୁବକ ଓ ତାଙ୍କର ପରିବାର ଲୋକେ ସମତି ଦେବା ପରେ ଡାକ୍ତର ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଆଶ୍ଚର୍ଯ୍ୟ ର କଥା ଏହାକି ଡାକ୍ତର ମାନେ ବେଗୁସ ଙ୍କର ଅପରେସନ ସମୟରେ ତାଙ୍କର ବାମ କିଡନି ରୁ ପଥର ବାହାର କରିବା ପରିବର୍ତ୍ତେ ତାଙ୍କର ଡାହାଣ କିଡନି କୁ ବାହାର କରିଦେଇଥିଲେ ।ଯେତେବେଳେ ଏହି ଘଟଣା ତାଙ୍କର ସମ୍ପର୍କୀୟ ମାନେ ଜାଣିବାକୁ ପାଇଥିଲେ ସେତେବେଳେ ହସ୍ପିଟାଲରେ ହଙ୍ଗାମା ଆରମ୍ଭ ହୋଇଥିଲା ।ତେବେ ଡାକ୍ତର କହୁଥିଲେ କି ସେମାନେ ଭୁଲ ରେ ଏପରି କରିଛନ୍ତି,କିନ୍ତୁ ପରିବାର ଲୋକେ ବହୁତ ଉତପ୍ତ ହୋଇ ଡାକ୍ତର ଙ୍କ ଉପରେ ବର୍ଷିବାକୁ ଲାଗିଥିଲେ ।

ଏହି ମାମଲା କୁ ବନ୍ଦ କରିବାକୁ ଯାଇ ହସ୍ପିଟାଲରେ ମୁଖ୍ୟ କହିଥିଲେ କି ତାଙ୍କର ଆଉ ଥରେ ଅପରେସନ ହେବ ଏବଂ ଏଥିରେ ସମସ୍ତ ଖର୍ଚ୍ଚ ଉଠାଇବା ଡାକ୍ତରଖାନା,କିନ୍ତୁ ଅପରେସନ ଦାୟିତ୍ୱ ରେ ଥିବା ଡାକ୍ତର ମାନେ କହିଛନ୍ତି ଯେ ସେମାନେ ଅପରେସନ ସମୟରେ ଜାଣିପାରିଲେ କି ତାଙ୍କର ଉଭୟ କିଡନି ରେ ପଥର ରହିଛି ।ଏବଂ ତାଙ୍କର ଡାହାଣ କିଡନି କୁ ବାହାର ନକରିଥିଲେ ସେହି ବ୍ୟକ୍ତି ଙ୍କର ବଞ୍ଚିବାର ଆଶା ବହୁତ କମ ଥିଲା,ତେଣୁ ସେମାନେ ଏହି ପରି କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।