ଜାଣନ୍ତୁ ଭୁବନେଶ୍ୱର ସହିତ ଜଡିତ ଥିବା ଆଧ୍ୟାତ୍ମିକ ଚେତନା , କେତେ ରହସ୍ୟ ଲୁଚି ରହିଛି ମନ୍ଦିର ମାନଙ୍କ ଭିତରେ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

0

ଓଡ଼ିଶା ଏକ ଧର୍ମ ପୀଠ। ରାଜ୍ୟ ର ସବୁ ଜାଗା ରେ ତୀର୍ଥ ଭୂମି ରହିଛି। ତେବେ ଭୁବନେଶ୍ୱର କୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ଯାହାକି ଆମ ଓଡ଼ିଶା ର ରାଜଧାନୀ ଅଟେ।ଏହାର ଚତୁର୍ପର୍ଶ୍ୱ ରେ ଘେରି ରହିଛି ଧର୍ମ ପୀଠ। ବହୁ ପୁରାତନ ରୁ ଶିବଙ୍କ ଏକ ମନ୍ଦିର ରହିଛି ଯାହାକୁ ସମସ୍ତେ ଲିଙ୍ଗରାଜ ବୋଲି ଜାଣିଥାନ୍ତି। ଏହା ସହର ର ସବୁ ଠାରୁ ବଡ ମନ୍ଦିର ଅଟେ।

ଏହା ବହୁ ପୁରାତନ ମନ୍ଦିର ଓ ଭାରତ ର ବଛା ବଛା ଭୈବ ମନ୍ଦିର ଭିତରେ ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଲିଙ୍ଗ ରାଜ ଙ୍କ ଦର୍ଶନ ଆସିଥାନ୍ତି। ଏହାର ମୁଖ୍ୟ ପୂଜା ଶିବ ରାତ୍ରି ଦିନ ଲକ୍ଷ ଲକ୍ଷ ଭକ୍ତ ଜାଗର କରିଥାନ୍ତି। ତେବେ ଲିଙ୍ଗ ରାଜ ର ଅର୍ଥ ଲିଙ୍ଗମ୍ ର ରାଜା ଯାହା ଶିବ ଙ୍କୁ କୁହା ଯାଇଥାଏ। ଆଜି ଆମେ ଆପଣ ଙ୍କୁ ମନ୍ଦିର ର ରହସ୍ୟ ବିଷୟ ରେ ଜଣାଇବୁ।

ଭୁବନେଶ୍ୱର କହିଲେ ଭୁବନ ବ୍ୟାପି ରହିଥିବା ଶଙ୍କର ଅର୍ଥାତ୍ ଲିଙ୍ଗରାଜକୁ ବୁଝାଇଥାଏ ସେଠାରେ ଉପସ୍ଥିତ ଥିବା କେଦାର ଗୌରୀଙ୍କୁ ହର ପାର୍ବତୀଙ୍କର ସ୍ମୃତି ବୋଲି ମନାଯାଇଥାଏ । ସେଠାରେ ମଧ୍ୟ ଖଣ୍ଡଗିରି ବିଦ୍ୟମାନ ଏବଂ ଖଣ୍ଡଗିରି ଏପରି ଏକ ଗୁପ୍ତ ସ୍ଥାନ ଯାହା ମାଳିକାରେ ଲିପି ବଦ୍ଧ ହୋଇଛି । ବ୍ରହ୍ମ ବିଦ୍ୟାର ତୀର୍ଥ ସ୍ଥଳୀ ଭାବରେ ଭୁବନେଶ୍ୱର ପରିଚିତ ଏବଂ ଭୁବନର ଇଶ୍ୱର ପ୍ରଭୁ ଶଙ୍କରଙ୍କୁ ମାନା ଯାଇଥାଏ ।

ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇ ଗଲେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରି ଯାଇଥାନ୍ତି । ସେଥିପାଇ ଭୁବନେଶ୍ୱର ଦେବତା ରୂପେ ପ୍ରଭୁ ଶଙ୍କରକୁ ହିଁ ମନାଯାଇଥାଏ ।ସମଗ୍ର ଦେଶବାସୀ ଶ୍ରୀକ୍ଷେତ୍ରକୁ ଯିବା ପୂର୍ବରୁ ପ୍ରଥମେ ଲିଙ୍ଗରାଜକୁ ଦର୍ଶନ କଲେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ କାରଣ ଷଡଚକ୍ର ମଧ୍ୟରୁ ଲିଙ୍ଗଚକ୍ର ହେଉଛି ଦ୍ୱିତୀୟ ସ୍ଥାନ ଶଙ୍କରଙ୍କର ଲିଙ୍ଗ ଦର୍ଶନ କଲେ ଆପଣମାନଙ୍କର ସମସ୍ତ ଇନ୍ଦ୍ରିୟ ଦମନ ହୋଇଥାଏ ।

ମାଳିକା କୁହାଯାଇଛି ବିରାଟ ରୂପ ବଳଭଦ୍ର ଶିବଙ୍କର ଗୋଟିଏ ଅଂଶ ଅବତାର ଯାହା ଅନନ୍ତ ନାଗ ରୂପେ ଗିରୀ ପାରୁଶରେ ପୂଜା ପାଉଛନ୍ତି । ମାଳିକାରେ ଅଚ୍ୟୁତାନନ୍ଦ କହିଛନ୍ତି ଅନନ୍ତ ହେଉଛନ୍ତି ବଳଭଦ୍ରଙ୍କର ଅନ୍ୟରୂପ ଏବଂ ବିରାଟରୂପ ବଳଭଦ୍ର ଶିବଙ୍କର ଏକ ଅଂଶ ଅବତାର ବୋଲି କୁହାଯାଇଛି ।ମାଳିକାରେ କୁହାଯାଇଛି କଳିଯୁଗରେ ଜଣେ ରାଜା ହେବେ କଳିଯୁଗରେ ଭଗବାନ ସତ୍ୟଯୁଗରେ ନାରାୟଣ ରୂପେ ଆସିଥିଲେ , ତ୍ରେତୟାରେ ରାମଚନ୍ଦ୍ର ରୂପେ ରାଜା ହେଲେ ଓ ଦ୍ୱାପରରେ ଦ୍ୱାରକାଧୀଶ ରୂପେ ରାଜା ହୋଇଥିଲେ ଏହା ମଧ୍ୟ ମାଳିକାରେ ଲିପିବଦ୍ଧ ହୋଇଅଛି ।

ଭୁବନେଶ୍ୱର ବିଷୟରେ ମାଳିକାରେ ଏହା ମଧ୍ୟ କୁହାଯାଇଛି ସେଠାରେ ରହିଥିବା ଲିଙ୍ଗରାଜ, ଖଣ୍ଡଗିରୀ ଓ ଅନନ୍ତ ବାସୁକୀ ଇତ୍ୟାଦି ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ । ଭୁବନେଶ୍ୱରରେ ଅନେକ ସ୍ମୃତି ମାଳିକା ସହ ଜଡିତ ତେଣୁ ଏହାକୁ ଏକ ପ୍ରସିଦ୍ଧ ସ୍ଥାନ ,ଐକିକ ସ୍ଥାନ , ଆଧ୍ୟାତ୍ମିକ ସ୍ଥାନ ଏବଂ ଆଜିର ସମାଜରେ ଏକ ବୈଜ୍ଞାନିକ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥି ପାଇଁ ରାଜଧାନୀ ଭୁବନେଶ୍ବର କୁ ମନ୍ଦିର ମାଳିନୀ ସହର ମଧ୍ୟ କୁହା ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।