ଘଟ ଗାଁ ତାରିଣୀ ଙ୍କ ଅଲୌକିକ ମହିମା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଦେଶ ଭାରତ ଏକ ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ଅଟେ। ଓଡିଶା ଏକ ଏପରି ରାଜ୍ୟ ଯେଉଁ ଠାରେ ଅନେକ ତୀର୍ଥ ସ୍ଥାନ ରହିଛି। କିନ୍ତୁ ବେଳେ ବେଳେ ପୂର୍ଣ୍ୟ ଭୂମି,ଦେବ ଭୂମି ଭାରତ ବର୍ଷ ରେ ଏପରି କିଛି ଗୁଡ଼ିଏ ଘଟଣା ଦେଖିବାକୁ ମିଳେ ଯାହା ବହୁତ୍ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ର ଲୀଳା ଭାବି ଥାଉ ,ଆଉ ସମୟ ସମୟରେ ଏହା ବହୁତ୍ ରହସ୍ୟ ମୟ ମଧ୍ୟ ହୋଇଥାଏ।

ତେବେ ଆମ ଦେଶ ବହୁତ୍ ଅଜବ ରହସ୍ୟ ଏବଂ ଅନେକ ଅଜବ ଘଟଣା ରେ ବାନ୍ଧି ହୋଇ ରହିଛି । ଆଊ ଭାଗବାନ ଙ୍କ ଉପରେ ଲୋକ ଙ୍କ ର ବହୁତ୍ ଦୃଢ଼ ବିଶ୍ୱାସ ମଧ୍ୟ ରହିଛି । ଆଊ ଏହି ଦେବ ଭୂମି ରେ ଭାରତ ବର୍ଷ ରେ ରହିଛି ଅନେକ ଗୁଡ଼ିଏ ମନ୍ଦିର ଆଉ ଅନେକ ମସଜିଦ୍ ଏବଂ ଆମ ଦେଶ ବା ଭାରତ ରେ ସବୁ ପ୍ରକାର ର ଧର୍ମାବଲମ୍ବୀ ଅଧିକ ବସ ବାସ କରନ୍ତି।

ତେବେ ହିନ୍ଦୁ ମାନଙ୍କ ମନ୍ଦିର ଭାରତ ରେ ପ୍ରତ୍ୟେକ କୋଣ ଅନୁକୋଣରେ ରେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ବୋଲି ଲୋକ ମାନେ ବିଶ୍ୱାସ କରନ୍ତି ଏବଂ ଏହି ସବୁ ଦେବା ଦେବୀ ମାନେ ଭିନ୍ନ ଭିନ୍ନ ମନ୍ଦିର ରେ ଭିନ୍ନ ଭିନ୍ନ ରୂପରେ ଦେଖା ଦେଇ ଥାନ୍ତି ଓ ପୂଜା ମଧ୍ୟ ପାଇ ଥାନ୍ତି । ଏହି ସବୁ ଦେବା ଦେବୀ ଙ୍କ ର ନାମ ମଧ୍ୟ ଭିନ୍ନ ଭିନ୍ନ ରହି ଥାଏ। ବହୁତ୍ ସ୍ଥାନ ରେ ଏମିତି କିଛି ମନ୍ଦିର ମଧ୍ୟ ରହିଛି ଯାହା ପୁରାତନ କାଳ ରୁ ପୂଜା ପାଉଛନ୍ତି। ତେବେ ଆଜି ଆମେ ମା ତାରିଣୀ ଙ୍କ ବିଷୟ ରେ ଜାଣିବା।

କେଉଁଝର ଜିଲ୍ଲା ର ଆବିର୍ଭୁତ ହୋଇଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ ମା ତାରିଣୀ। ଓଡ଼ିଶା ର ଏକ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଭାବରେ ପରିଚିତ ଘଟ ଗାଁ ତାରିଣୀ ପୀଠ। କିମ୍ବଦନ୍ତୀ କହେ ମାଆ ତାଙ୍କ ଭକ୍ତ ଙ୍କ ପାଇଁ ସତତ କରୁଣାମୟୀ ଓ ଦୟା ଶିଳ।ମା ତାରିଣୀ ଙ୍କ ପୀଠ କୁ ସୌନ୍ଦର୍ଯ୍ୟ ମୟ କରୁଥିବା ନିକଟସ୍ଥ ଘଞ୍ଚ ବନାନି ପଶୁ ପକ୍ଷୀ ଙ୍କ ଆଶ୍ରୟ ସ୍ଥଳ ପାଲଟିଛି।

 

ଅନୁରଗି ଭକ୍ତ ଗଣ ଶ୍ରଦ୍ଧା ରେ ମାଆ ଙ୍କୁ ନଡ଼ିଆ ଅର୍ପଣ କରିଥାନ୍ତି। ଆଦିବାସୀ ପୂଜକ ଦ୍ଵାରା ପୂଜିତ ମା ତାରିଣୀ। ତାଙ୍କ ଆଶିଷ ପାଇବା ପାଇଁ ବହୁତ୍ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଆସିଥାନ୍ତି। ମନ୍ଦିର ର ଇତିହାସ ଉପରେ ନଜର ପକାଇଲେ ଜାଣିବାକୁ ପାଇବା ବହୁ ରାଜା ମହାରାଜା ଙ୍କ ଶାସନ କାଳ ରୁ ଏଠାରେ ମା ତାରିଣୀ ଙ୍କ ପୂଜା ଅର୍ଚ୍ଚନା କରା ଯାଉଚି। ତେବେ ଆଜି ଏହି ସ୍ଥାନ ଦେବୀ ପୀଠ ସହିତ ପର୍ଯ୍ୟଟନ ସ୍ଥଳ ରେ ପରିଣତ ହୋଇଛି।

ବିଶ୍ୱାସ ରହିଛି ମା ଙ୍କ ପ୍ରିୟ ଭୋଗ ନଡ଼ିଆ । ମା ନଡ଼ିଆ ଅର୍ପଣ କରିଲେ ଭକ୍ତ ଙ୍କ ମନ ସ୍କାମନା ପୂରଣ ହୋଇ ଥାଏ। ସେହି ଭଳି ମା ତାରିଣୀ ଓ ନଡ଼ିଆ ଭିତରେ ରହିଛି ଏକ ଅଦୃଶ୍ୟ ଓ ଅଲୌକିକ ସମ୍ପର୍କ। ରଜ୍ୟ ର କୌଣସି ବି ବଜାର ହେଉ କିମ୍ବା ଛକ, ବୁସ୍ ଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନ କେଉଁଠାରେ ବି ମା ତାରିଣୀ ଙ୍କ ଏକ ଫୋଟୋ ରଖିଦେଲେ ଫୋଟୋ ଆଗରେ ସୃଷ୍ଟି ହୋଇଯାଏ ନଡ଼ିଆ ର ଏକ କୃତ୍ରିମ ପାହାଡ। ଲୋକ ମାନଙ୍କ ବିଶ୍ୱାସ ଯେ ଏଠାରେ ନଡ଼ିଆ ରଖିଲେ ଆପେ ଆପେ ନଡ଼ିଆ ପହଞ୍ଚି ଯିବ।

ସେହିଭଳି ଯଦି କେହି ମା ଙ୍କ ନାମ କହି ଗାଡି ବାଲା ଙ୍କ ହାତରେ ନଡ଼ିଆ ଦିଅନ୍ତି ତେବେ କେହି ତାକୁ ନେବାକୁ ମନା କରିନଥାନ୍ତ। ଏପରି ତ ବଦଳ ରେ ପାଉଣା ମଧ୍ୟ ନେଇ ନଥାନ୍ତି। ଯଦି କେହି ଭକ୍ତ ଙ୍କ ଠୁ ଏହି ନଡ଼ିଆ କୁ ନେବାକୁ ମନା କରି ଦିଅନ୍ତି ।ତେବେ ସେ କୌଣସି ଅସୁବିଧା ରେ ପଡି ପାରନ୍ତି ବୋଲି ଲୋକ ଙ୍କ ବିଶ୍ୱାସ ରହିଛି। ପ୍ରତ୍ୟକ୍ଷ ଠାକୁରାଣୀ ମା ତାରିଣୀ ଙ୍କ ଅଲୌକିକ ମହିମା ଓ ଆଶିଷ ପାଇବା ପାଇଁ ଅନେକ ଦୂର୍ ରୁ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।