ହେ ଭଗବାନ ! ପୁଣି ଭାରତ ବନ୍ଦ ଡାକରା, ଫେବୃୟାରୀ ୨୬ ତାରିଖ ଶୁକ୍ରବାରରେ ଭାରତ ବନ୍ଦ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…….

0

କୃଷକଙ୍କ ପରେ ରାସ୍ତା କୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତ ବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା । ସାମିଲ ହେବେ ୪୦ ହଜାର ରୁ ଅଧିକ ବ୍ୟବସାୟିକ ସଂସ୍ଥା।ଆଜି କାଲି ବ୍ୟବସାୟ କରିବା ବହୁତ୍ କଷ୍ଟ କର ହୋଇ ଗଲାଣି ।ଏହି ବର୍ଷ ପ୍ରତେକ ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ପ୍ରତିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନେ କୋରୋନା ରେ ହୋଇଥିବା ଲକ ଡାଉନ ପାଇ ଅନେକ୍ କ୍ଷତି ସହି ଛନ୍ତି।

ତେବେ ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା ,ଯାହା ଦ୍ୱାରା ଦେଶ ର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇ ପଡିଛି,ଯାହା ଦ୍ୱାରା ସରକାର ମଧ୍ୟ ଅନେକ ପ୍ରକାର ଅସୁବିଧା ରେ ସମୁଖୀନ ହୋଇଛନ୍ତି। ତେବେ ତା ସହ ଏହି କିଛି ମାସ ଭିତରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳି ଥିଲା , ଯାହା ଦ୍ୱାରା ଦେଶ ର କୃଷକ ମାନଂକର ଅନେକ କ୍ଷତି ହୋଇ ଥିଲା,ଯାହା ଦ୍ୱାରା ସେମାନେ ଋଣ ସୁଝି ପରି ନ ଥିଲେ,ଆଉ ଅନେକ ସମସ୍ୟା ର ସମୁଖୀନ ମଧ୍ୟ ହୋଇ ଥିଲେ।

ତେବେ ଏହି ବର୍ଷ ପ୍ରତେକ ଲୋକ ମାନଙ୍କ ସହ କୃଷକ ମାନଂକର ଅଧିକ କ୍ଷତି ହୋଇଛି,କାରଣ ସେମାନେ ଏହି ଫସଲ ଉପରେ ହିଁ ବଞ୍ଚି ଥାନ୍ତି,ତେଣୁ ଏହି ବର୍ଷ ଅନେକ ପ୍ରକାର କ୍ଷତି ରେ ସମସ୍ତ ଶ୍ରମିକ ମାନେ ଅନେକ ପ୍ରକାର କ୍ଷତି ରେ ସ୍ୱୀକାର ହୋଇ ଛନ୍ତି । ତେଣୁ ଏହି କ୍ଷତି ର ଦାବି ପୂରଣ କରିବା ପାଇଁ ସେମାନେ ଷ୍ଟ୍ରାଇକ କରି ଥିଲେ ।

ତେଣୁ ଶ୍ରମିକ ମାନେ କେନ୍ଦ୍ର ସରକାର ଙ୍କ କୃଷି ନୀତି ଓ ଶ୍ରମ ନୀତି କୁ ବିରୋଧ କରି ଆସନ୍ତା ୨୬ ତାରିଖ ରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇ ଛନ୍ତି ।ଏଥି ରେ କେନ୍ଦ୍ର ସରକାରୀ କର୍ମ ଚାରୀ ଫେଡେରେସନ ରାଜ୍ୟ ସରକାରୀ କର୍ମଚାରୀ , ବ୍ୟାଙ୍କ କର୍ମଚାରୀ , ଜୀବନ ବୀମା କର୍ମଚାରୀ ମଧ୍ୟ ସାମିଲ ହେବେ ବୋଲି ଏହି ଶ୍ରମିକ ମାନେ କହିଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ଭାରତ ବନ୍ଦକୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦକୁ ସଫଳ କରିବାକୁ ଟିକସ ପେସାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନୀ ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ନିକଟରେ ଆମେ ପହଂଚିବୁ ।

ଅନ୍ୟପଟେ ଏହି ବନ୍ଦ ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ, କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ଅନଲାଇନ ବିକ୍ରେତା ଓ ଅର୍ଥନୀତି ସହ ଜଡିତ ସମସ୍ତ ସଂଗଠନ ଗୁଡିକୁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।ଚାଷୀ ଆନ୍ଦୋଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି ।

ଗତ କାଲି କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ । ଏହା ପରେ ପୁଣି ୨୬ ରେ ବ୍ୟବସାୟିକ ସଂଗଠନ ମାନଙ୍କ ବନ୍ଦ ଡକାରା ଦେଶର ଜନସାଧାରଣଙ୍କ ଉପରେ କୁ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।