ନିଜର ସାମ୍ପୁ ରେ ମିଶାନ୍ତୁ ଏହି ଦୁଇ ଟି ଜିନିଷ ସମସ୍ତ କେଶ ସମସ୍ୟା ଦୂର ହେବା ସହ କେଶ ଘନ , ସୁନ୍ଦର ଏବଂ ଚିକଚିକ କରିବ……

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ପ୍ରାୟ କେଶ ଝଡ଼ିବା , ପତଳା ହୋଇଯିବା ଏବଂ ବଡ଼ ସମସ୍ୟା ହୋଇଯାଇଛି ।ଯାହା ଉଭୟ ପୁରୁଷ ଏବଂ ମହିଳା ଙ୍କ ପାଖରେ ଦେଖାଯାଉଛି। କିନ୍ତୁ ମହିଳା ମାନେ ଏଥିପାଇଁ ଅଧିକ ଚିନ୍ତା ରେ ରହିଥାନ୍ତି ।କାରଣ ଜଣେ ମହିଳାଙ୍କ ର ସୁନ୍ଦରତା ତାଙ୍କର କେଶ ଉପରେ ନିର୍ଭର କରିଥାଏ ।କିନ୍ତୁ କେଶ ଝଡ଼ିବା କୁ ନିୟନ୍ତ୍ରଣ କରିବା ପାଇଁ ଆପଣ ମାର୍କେଟ ରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତୁ ନାହିଁ ଏହା ସବୁବେଳେ ଲାଭବାନ ହୋଇନଥାଏ ।

ତେଣୁ ଆମେ ଆଜି ଏମିତି ଏକ ଉପାୟ କହିବୁ ଯାହାକି ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା କୁ ଦୂର କରିଦେବ ।ତେବେ ଏହା ଲାଗି ଆପଣ କେବଳ ବ୍ୟବହାର କରୁଥିବା ସାମ୍ପୁ ରେ ଏହି ତିନୋଟି ଜିନିଷ ମିଶାନ୍ତୁ ।ତା ପରେ ଦେଖିବେ ଆପଣ ଙ୍କର କେଶ ଲମ୍ବା ,ଘନ ଓ ସୁନ୍ଦର ହୋଇଯିବ ।

ଆବଶ୍ୟକ ସାମଗ୍ରୀ:-

୧.ଚା ପତି
୨.ଲେମ୍ବୁ
୩.ବ୍ୟବହାର କରୁଥିବା ସାମ୍ପୁ

ଉପାୟଟି ପ୍ରସ୍ତୁତ କରିବେ କିପରି:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ୨/୩ ଚାମଚ ଚା ପତି କୁ ଏକ ଗ୍ଲାସ ପାଣିରେ ପକାଇ ତାହାକୁ ଫୁଟାନ୍ତୁ ।ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟିବା ପରେ ତାହାକୁ ଏକ ପାତ୍ର କୁ ଛାଣି ନିଅନ୍ତୁ ଏବଂ ତାହାକୁ ଥଣ୍ଡା କରିନିଅନ୍ତୁ ।ଏବେ ଏଥିରେ ହାପ ଲେମ୍ବୁ ରସ ମିଶାନ୍ତୁ ଏବଂ ବ୍ୟବହାର କରୁଥିବା ସାମ୍ପୁ ସେଥିରେ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ଏବେ ଦେଖିବେ କି ଏହା ଏକ ପ୍ରକାରର ସାମ୍ପୁ ପରି ହୋଇଯିବ ।ତେବେ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କରିବେ କିପରି:-

ଆପଣ ଏହି ରିମେଡି ଟୀକୁ ସାଧାରଣ ସାମ୍ପୁ ବ୍ୟବହାର କରିଲା ପରି କରିପାରିବେ ।ମୁଣ୍ଡ ଧୋଇବା ସମୟରେ ଏହାକୁ ମୁଣ୍ଡ ରେ ଲଗାନ୍ତୁ କେଶ ର ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଲଗାଇ ନିଅନ୍ତୁ।ଏବଂ ଏହାକୁ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।ପରେ ମୁଣ୍ଡ କୁ ନରମାଲ ପାଣିରେ ଧୋଇନିଅନ୍ତୁ। ଏହି ପରି ଆପଣ ସପ୍ତାହରେ ୨ ଥର କରନ୍ତୁ।ମାତ୍ର ଏକ ମାସ ମଧ୍ୟରେ ଆପଣଙ୍କ ର ସମସ୍ତ ପ୍ରକାରର କେଶ ସମସ୍ୟା ଦୂର ହୋଇଯିବ ଏବଂ କେଶ ଘନ ,ସୁନ୍ଦର ଏବଂ କଳା ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।