Pregnancy Tips – ମହିଳା ମାନେ ଗର୍ଭବତୀ ହୋଇଛନ୍ତି ବୋଲି ଜାଣିବେ 10 ଟି କାରଣରୁ ଜାଣନ୍ତୁ ଗର୍ଭବତୀ ହେବାର ପ୍ରାଥମିକ ଲକ୍ଷଣ ଗୁଡ଼ିକ କଣ ହୋଇଥାଏ……

0

କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ କିମ୍ବା ସ୍ନେହ କରି ପାରିବେ ନାହିଁ ବୋଲି ମାତା ରୂପରେ ପ୍ରତି ଜନ୍ମିତ ମାନବ ଶିଶୁ କୁ ମାଆ ପ୍ରଦାନ କଲେ। ଆଉ ସେହି ମାଆ ଯିଏ ଶିଶୁ ର ଅହରହ ସେବା ଶୁଶ୍ରୁଷା କରିଚାଲେ। ମାଆ ମନରେ ତାର ଶିଶୁ ଯେତେ ଭୁଲ କଲେ ମଧ୍ୟ ତା ପାଇଁ ସେ ଭଲ ହୋଇଥାଏ। ଶିଶୁ କୁ ଖାଦ୍ୟ ଦେଇ ନିଜେ ଭୋକ ଉପାସରେ ରହିଯାଏ ସେହି ମାଆ। ଆଉ ମାତା ର ଋଣ କେହି କେବେ ଜନ୍ମ ତମାମ ସୁଝି ପାରିବେ ନାହିଁ ବୋଲି ଅନେକ ଶାସ୍ତ୍ର ମଧ୍ୟ କହିଥାଏ।

ତେବେ ମା ହେବା ବି ଏତେ ସହଜ ହୋଇନଥାଏ। ଗୋଟିଏ ଶିଶୁ ଜନ୍ମ ଦେବା ପାଇଁ ମା ଟିଏ ବହୁତ କଷ୍ଟ କରିଥାଏ।ତେବେ ଅନେକ ସମୟରେ ମହିଳା ମାନେ ତାଙ୍କର ପ୍ରଥମ ପ୍ରେଗନେଟସି କୁ ଜାଣିପାରିନଥାନ୍ତି।ତେଣୁ ସେମାନେ କିଛି ଏପରି କାର୍ଯ୍ୟ କରିବସନ୍ତି ଫଳରେ ତାଙ୍କର ପିଲାଟି ନଷ୍ଟ ହୋଇଯାଇଥାଏ।ଆମେ ଆଜି ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ କେତେକ ଲକ୍ଷଣ ଯାହା ଦ୍ୱାରା ଆପଣ ନିଶ୍ଚିତ ହୋଇପାରିବେ କି ଆପଣ ଗର୍ଭବତୀ ଅଛନ୍ତି ବୋଲି ।

ପ୍ରାଥମିକ ସ୍ତରରେ ଗର୍ଭବତୀ ହେବାର ଲକ୍ଷଣ:-

୧. ବାରମ୍ବାର ପରିସ୍ରା ଲାଗିବା ।ଗର୍ଭବତୀ ହେବାର ପ୍ରଥମ ସ୍ତରରେ ମହିଳା ମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ।ଯଦି ଏହା ଆପଣଂକ ସହ ହେଉଛି ତାହେଲେ ବୁଝିଯାଆନ୍ତୁ ଯେ ଆପଣ ମା ହେବାକୁ ଯାଉଛନ୍ତି।ଏହା ହୋରମନ ର ପରିବର୍ତ୍ତନ କାରଣରୁ ହୋଇଥାଏ।

୨.ଥକା ଓ ନିଦ ଲାଗିବା ।ଗର୍ଭବତୀ ହେବାର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରଜେଷ୍ଟ୍ର ହୋରମନ ର କ୍ଷରଣ ଶରୀରରେ ଅଧିକ ହୋଇଥାଏ ତେଣୁ ଏହି ସମୟରେ ଅଧିକ ଥକା ଲାଗିବା ସହ ନିଦ ଲାଗିଥାଏ ।

୩.ମାସିକ ଋତୁସ୍ରାବ ବନ୍ଦ ହେବା। ମହିଳା ମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହେବା ଗର୍ଭବତୀ ହେବାର ଏଜ ସ୍ପଷ୍ଟ ଲକ୍ଷଣ ଅଟେ ।

୪.ସ୍ଵଭାବ ଓ ମୁଡ଼ ରେ ପରିବର୍ତ୍ତନ ହେବା ।ଗର୍ଭବତୀ ହେବାର ପ୍ରାଥମିକ ସ୍ତର ରେ ମହିଳା ମାନଙ୍କ ର ଶରୀରରେ ହୋରମନ ର ପରିବର୍ତ୍ତନ ଯୋଗୁଁ ସେମାନ ଙ୍କର ସ୍ଵଭାଵ ରେ ପରିବର୍ତ୍ତନ ଦେଖାଯାଏ ।

୫.ଖାଇବା ର ଗନ୍ଧ ରୁ ବାନ୍ତି ଲାଗିବା ।ମହିଳା ମାନେ ଗର୍ଭବତୀ ଅବସ୍ଥାରେ ଅନେକ ଖାଦ୍ୟ ଖାଉପାରନ୍ତି ନାହିଁ ।କାରଣ ଏମାନଙ୍କୁ ଖାଦ୍ୟର ଗନ୍ଧ ରୁ ବାନ୍ତି ଆସିଥାଏ।

୬.ସ୍ତନ ନରମ ହେବା ।ଗର୍ଭବତୀ ହେବାର ପ୍ରାରମ୍ଭରୁ ମହିଳା ମାନଙ୍କ ସ୍ତନ ନରମ ଓ ସଫ୍ଟ ହେବା ସହ ସେଥିରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

୭.ଅଳ୍ପ ଋତୁସ୍ରାବ ହେବା । ମହିଳାଙ୍କ ଶରୀରରେ ପରଜେଷ୍ଟ୍ର ହୋରମନ ର କ୍ଷରଣ ଅଧିକ ହେବା ଯୋଗୁଁ କିଛି ଦିନ ପର୍ଯ୍ୟନ୍ତ ଅଳ୍ପ ଋତୁସ୍ରାବ ହୋଇଥାଏ।

୮.ମୁଣ୍ଡ ଯନ୍ତ୍ରଣା କରିବା ।ଏହି ସମୟରେ ମହିଳା ମାନଙ୍କର ମୁଣ୍ଡ ଯନ୍ତ୍ରଣା କରିବା ସାଧାରଣ ଅଟେ ।ଏହା ମଧ୍ୟ ହୋରମନ ର ପରିବର୍ତ୍ତନ କାରଣ ରୁ ହୋଇଥାଏ।

୯.କଷ୍ଟକାଠିନ୍ୟ ହେବା ତଥା ମାଂସ ପେଶୀ ରେ ଯନ୍ତ୍ରଣା ଅନୁଭବ କରିବା। ଏହି ସବୁ ଲକ୍ଷଣ ଗର୍ଭବତୀ ହେବାର ପ୍ରଥମ ପର୍ଯ୍ୟାୟରେ ଦେଖାଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।