ଚମତ୍କାରୀ ଶିବ ମନ୍ଦିର : ଏଠାରେ ବିନା ଅଗ୍ନିରେ ପ୍ରସ୍ତୁତ କରାଯାଇଥାଏ ଭୋଜନ, କେମିତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଭଗବାନ ଙ୍କ ରୂପ ଅନେକ। ଯେପରି ତାଙ୍କର ନାମ ଅନେକ ସେପରି ତାଙ୍କର ରୂପ ମଧ୍ୟ ଅନେକ। କେଉଁ ରୂପରେ କେବେ କହାକୁ ଦେଖା ଦିଅନ୍ତି ତାହା ତାଙ୍କର ଇଛା ଅନୁସାରେ ପରିଚାଳିତ ହୁଏ। ତେଣୁ ପ୍ରକୃତ ଭକ୍ତ ପାଇଁ ଭଗବାନ ସଦା ସର୍ବଦା ନିଜର କୃପା ଦୃଷ୍ଟି ରଖି ଥାନ୍ତି। ତେଣୁ ଭଗବାନଙ୍କ ମହିମା ତାଙ୍କୁ ହିଁ କେବଳ ଜଣା। ଭଗବାନ ନିଜ ମହିମା ପ୍ରତି ପାଦନ କରିବା ପାଇଁ ଅନେକ ଲୀଳା ଖେଳା କରନ୍ତି।

କେବେ ନିଜକୁ ପଥର ରୂପେ ତ ଆଉ କେବେ ବୃକ୍ଷ ର ଦାରୁ ରୂପେ। ତେବେ ତାଙ୍କର ଏପରି ଏକ ଅଦ୍ଭୂତ ଲୀଳା ଦେଖିବାକୁ ମିଳେ।ତେବେ ଆମେ ଆଜି ଭଗବାନ ଙ୍କର ଏମିତି ଅଦ୍ଭୂତପୂର୍ବ ଲୀଳା ବିଷୟରେ ଜଣେଇବୁ ଯାହା ଆପଣ ପୂର୍ବରୁ କେବେ ବି ଜାଣିନଥିବେ।

ମା ନିଜେ ସ୍ୱପ୍ନ ରେ ଆସି ଉଭା ହୋଇଛନ୍ତି ଏକ ଗରିବ ପରିବାର ର ଘରେ ସେ ବି ଉଇ ଉଙ୍କା ର ରୂପ ନେଇ ।ଘଟଣା ଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା ଅଟେ ।ତେବେ ଆସନ୍ତୁ ଜାଣିବା ହିମାଞ୍ଚଳପ୍ରଦେଶ ର ଏମିତି ଏକ ଅଦ୍ଭୂତପୂର୍ବ ମନ୍ଦିର ବିଷୟରେ ଯେଉଁଠାରେ ବିନା ଅଗ୍ନି ରେ ପ୍ରସ୍ତୁତ ହୋଇଥାଏ ଭଗବାନ ଙ୍କର ପ୍ରସାଦ ।

ଉଲ୍ଲେଖଯୋଗ୍ୟ ରେ , ହିମାଞ୍ଚଳପ୍ରଦେଶ ର ଉତ୍ତର ପଶ୍ଚିମ ଭାଗରେ ରହିଛି ଏକ ୨୦୦ ବର୍ଷ ପୁରାତନ ଶିବ ମନ୍ଦିର ।ଏହାର ରହସ୍ୟମୟ ଆଗରେ ହାର ମାନି ନେଇଛି ଅତ୍ୟାଧୁନିକ ଟେକ୍ନୋଲୋଜି ଓ ବିଜ୍ଞାନ ।ଏହି ମନ୍ଦିର ଟି କେବଳ ଆମ ଦେଶରେ ନୁହେଁ ବରଂ ବିଦେଶ ରେ ମଧ୍ୟ ବେଶ ପରିଚିତ।ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ବିଦେଶ ରୁ ଅନେକ ଲୋକ ଆସିଥାନ୍ତି।

ତେବେ ଏହି ମନ୍ଦିର ପାଖରେ ଏକ ନଦୀ ରହିଛି ଯାହାର ଗୋଟିଏ ପାର୍ଶ୍ୱ ଥଣ୍ଡା ପାଣି ହୋଇଥିବା ବେଳେ ଅନ୍ୟ ପଟରେ ଗରମ ପାଣି ରହିଛି।ସେଠାକାର ଲୋକଙ୍କ କହିବା ଅନୁସାରେ ଭଗବାନ ଙ୍କର ପ୍ରସାଦ ବନେଇବା ପାଇଁ ତାଙ୍କୁ ଅଗ୍ନି ର ଆବଶ୍ୟକତା ହୋଇନଥାଏ ।ସେହି ନଦୀ ଜଳ ରେ ଚାଉଳ ଏବଂ ଡାଲି ଆଦି ରଖିବା ର ୧/୨ ଘଣ୍ଟା ମଧ୍ୟରେ ଏହା ପ୍ରସାଦ ରେ ପରିଣତ ହୋଇଯାଇଥାଏ। ଏମିତି ମଧ୍ୟ କୁହାଯାଏ କି ଭଗବାନ ଶିବ ଙ୍କର ଲୀଳା ରୁ ଏହା ସମ୍ଭବ ହୋଇଥାଏ।

ଏହି ନଦୀରେ ଲୋକ ମାନେ ସ୍ନାନ କରିଥାନ୍ତି ଏବଂ କୁହାଯାଏ କି ଏଠାରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ଆପଣଙ୍କ ର ଉଭେଇ ଯାଇଥାଏ ଏବଂ ଆପଣ ପବିତ୍ର ହୋଇଥାନ୍ତି।ଏହି ମନ୍ଦିର ର ମୁଖ୍ୟ ପର୍ବ ହେଉଛି ଶିବରାତ୍ରୀ ।ଏହି ଦିନ ମନ୍ଦିର ରେ ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଜମିଥାଏ ।ଆଶାଢ଼ ମାସରେ ମଧ୍ୟ ଏଠାରେ ଭଗବାନ ଙ୍କର ଏକ ପର୍ଵ ପାଳନ କରାଯାଏ ଯେଉଁ ଥିରେ ଦେଶ ବିଦେଶ ରୁ ଲୋକମାନେ ଭଗବାନ ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।