secret Hair tonic – କେଶ ସମସ୍ୟା ପାଇଁ ଅତି ସହଜ ରିମେଡି ଏଥିରେ ଆପଣଙ୍କ ର ସମସ୍ତ ପ୍ରକାରର କେଶ ସମସ୍ୟା ର ସମାଧାନ ହୋଇଯିବ

0

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ପାଲଟିଯାଇଛି ଯୁବ ପୀଡ଼ି ଙ୍କ ପାଇଁ ।କୁହାଯାଏ କି ଜଣେ ବ୍ୟକ୍ତି ର ସୁନ୍ଦରତା କୁ ବୃଦ୍ଧି କରିବାରେ ତାହାର ଲମ୍ବା , ଘନ ଓ ସୁନ୍ଦର କଳା କେଶ ବହୁତ ସାହାଯ୍ୟ କରେ ।କିନ୍ତୁ ସମାଜରେ ଧୀରେ ଧୀରେ ପ୍ରଦୂଷଣ ବଢିବାରୁ ତଥା ଆମ ଖାଦ୍ୟପେୟ ରେ ଅଧିକ ରୁ ଅଧିକ ରାସାୟନିକ ପଦାର୍ଥ ରହିବାରୁ ଏହା ଆମ ଶରୀର ତଥା କେଶ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି।

ତେବେ ଏହି ସମସ୍ୟା ପ୍ରାୟ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ତଥା ବୟସ୍କ ଲୋକ ଙ୍କ ପାଖରେ ମଧ୍ୟ ଦେଖାଯାଏ।ଆଉ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସାଧାରଣତ୍ୱ ଲୋକମାନେ ମାର୍କେଟ ରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରଡକ୍ଟ ର ବ୍ୟବହାର ତଥା ବିୟୁଟି ପାଲର ର ସାହାଯ୍ୟ ନେଇଥାନ୍ତି। ଏବଂ ଏହି କାରଣ ରୁ ତାଙ୍କର କେଶ ଝଡ଼ିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବା କୁ ଲାଗେ ତା ସହ ଅନ୍ୟ ସବୁ କେଶ ସମସ୍ୟା ମଧ୍ୟ ଦେଖା ଦେଉଥାଏ ।

ଯେପରି କି କେଶ ର ମୂଳ କୋମଜର ହୋଇଯିବା , କେଶ ଅଧାରୁ ଛିଣ୍ଡି ଯିବା ଇତ୍ୟାଦି। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଗଛ ତାର ପତ୍ର ଓ ଫୁଲ ବିଷୟରେ ଜଣେଇବୁ ଯାହାର ବ୍ୟବହାର କରି ଆପଣ ଏହି ସବୁ ସମସ୍ୟା ଠାରୁ ମୁକ୍ତି ପାଇପାରିବେ।

ତେବେ ପିଜୁଳି ଗଛ ବିଷୟରେ ଆପଣ ମାନେ ତ ଜାଣିଥିବେ ଏହା ଖାଇବାକୁ ଯେତିକି ସହଜ ଏହାର ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଉପକାରୀ ।ତେବେ କଣ ଆପଣ ଜାଣିଛନ୍ତି କି ପିଜୁଳି ପତ୍ର ସାହାଯ୍ୟରେ ଆପଣ ନିଜର କେଶ ର ସମସ୍ତ ସମସ୍ୟା କୁ ଦୂର କରିପାରିବେ ବୋଲି।ତେବେ ଆମେ ଆଜି ଆପଣଂକୁ ଜଣେଇବୁ କି କିପରି ପିଜୁଳି ପତ୍ର ସାହାଯ୍ୟ ରେ ଏକ ରିମେଡି ପ୍ରସ୍ତୁତ କରି ଆପଣଙ୍କ କେଶ ସମସ୍ୟା ର ସମାଧାନ କରିପାରିବେ ।

କିପରି ପ୍ରସ୍ତୁତ କରିବେ ରିମେଡି:-

ପ୍ରଥମେ କେତେକ ପିଜୁଳି ପତ୍ର ନିଅନ୍ତୁ ତାହାକୁ ଭଲ ଭାବରେ ଧୋଇନିଅନ୍ତୁ ।ଏବେ ଏହାକୁ ଗୋଟିଏ ପାତ୍ରରେ ରଖନ୍ତୁ ଏବଂ ସେଥିରେ ଗୋଟିଏ ଗ୍ଲାସ ପାଣି ମିଶାଇ ବର୍ତ୍ତମାନ ତାହାକୁ ଗ୍ୟାସ ରେ ୫-୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଆପଣ ଦେଖିବେ କି ବର୍ତ୍ତମାନ ପାଣିର ରଙ୍ଗ ପରିବର୍ତ୍ତନ ହୋଇଯାଇଛି ।ଏବେ ଏହାକୁ କିଛି ସମୟ ଥଣ୍ଡା କରିବାକୁ ଛାଡି ଦିଅନ୍ତୁ। ଏବଂ ଏହାକୁ ଏକ ବୋଟଲ ରେ ରଖିନିଅନ୍ତୁ ।

ବ୍ୟବହାର କରିବେ କିପରି:-

ଆପଣ ଏହି ରିମେଡି ଟୀକୁ କେଶ ର ଅଗରୁ ମୂଳ ପର୍ଯ୍ୟନ୍ତ ଭଲ ଭାବରେ ଲଗେଇନିଅନ୍ତୁ ଏବଂ କିଛି ସମୟ ମାସାଜ କରନ୍ତୁ।ଆପଣ ଏହାକୁ ଲଗାଇ କେଶ ଧୋଇବାର କୌଣସି ଆବଶ୍ୟକତା ନାହିଁ ମାତ୍ର ଯଦି ଆପଣ ଚାହୁଁଛନ୍ତି ମୁଣ୍ଡ ଧୋଇବାକୁ ତେବେ ଏହା ଲଗେଇବା ର ଦୁଇ ଘଣ୍ଟା ପରେ ମୁଣ୍ଡ ଧୋଇପାରିବେ ।ତେବେ ଏହି ରିମେଡି ଟି ବହୁତ ସହଜ ଉପାୟ ଅଛି ଯାହା ଆପଣଙ୍କ କେଶ କୁ ଘନ , କଳା ଓ ସୁନ୍ଦର କରିଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।