Hair Tips – ଚୁଟି ଝଡୁଥିଲେ କରନ୍ତୁ ଏହି ସବୁ ଉପାୟ ର ପ୍ରୟୋଗ ମାତ୍ର ଦୁଇ ସପ୍ତାହରେ ଚୁଟି ଘନ ଏବଂ ଲମ୍ବା ହୋଇଯିବ 100 % ଗ୍ୟାରେଣ୍ଟି

0

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ପାଲଟିଯାଇଛି ଯୁବ ପୀଡ଼ି ଙ୍କ ପାଇଁ ।କୁହାଯାଏ କି ଜଣେ ବ୍ୟକ୍ତି ର ସୁନ୍ଦରତା କୁ ବୃଦ୍ଧି କରିବାରେ ତାହାର ଲମ୍ବା , ଘନ ଓ ସୁନ୍ଦର କଳା କେଶ ବହୁତ ସାହାଯ୍ୟ କରେ ।କିନ୍ତୁ ସମାଜରେ ଧୀରେ ଧୀରେ ପ୍ରଦୂଷଣ ବଢିବାରୁ ତଥା ଆମ ଖାଦ୍ୟପେୟ ରେ ଅଧିକ ରୁ ଅଧିକ ରାସାୟନିକ ପଦାର୍ଥ ରହିବାରୁ ଏହା ଆମ ଶରୀର ତଥା କେଶ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଛି।

ତେବେ ଏହି ସମସ୍ୟା ପ୍ରାୟ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ତଥା ବୟସ୍କ ଲୋକ ଙ୍କ ପାଖରେ ମଧ୍ୟ ଦେଖାଯାଏ।ଆଉ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସାଧାରଣତ୍ୱ ଲୋକମାନେ ମାର୍କେଟ ରେ ମିଳୁଥିବା ଭିନ୍ନ ଭିନ୍ନ ପ୍ରଡକ୍ଟ ର ବ୍ୟବହାର ତଥା ବିୟୁଟି ପାଲର ର ସାହାଯ୍ୟ ନେଇଥାନ୍ତି।

ଏହି କାରଣ ରୁ ତାଙ୍କର କେଶ ଝଡ଼ିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବା କୁ ଲାଗେ ତା ସହ ଅନ୍ୟ ସବୁ କେଶ ସମସ୍ୟା ମଧ୍ୟ ଦେଖା ଦେଉଥାଏ ।ଯେପରି କି କେଶ ର ମୂଳ କୋମଜର ହୋଇଯିବା , କେଶ ଅଧାରୁ ଛିଣ୍ଡି ଯିବା ଇତ୍ୟାଦି। କିନ୍ତୁ ଆମେ ଆଜି ଆପଣଂକୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣଙ୍କ ର ସମସ୍ତ କେଶ ସମସ୍ୟା ଦୂର ହୋଇଯିବ।

୧.ପ୍ରଥମ ଉପାୟ :-

ଏକ ପାତ୍ର ରେ ଦୁଇ ଚାମଚ ମେଥି ଦାନା , ଅଳ୍ପ ଶୁଖିଲା ଅଅଁଳା ଏବଂ ଡାଲଚିନି ଗଛ ବକଳା କୁ ମିଶାଇ ସେଥିରେ ଦୁଇ ଗ୍ଲାସ ପାଣି ଦିଅନ୍ତୁ ଏବଂ ତାହାକୁ ନିଆଁ ରେ ଫୁଟାନ୍ତୁ ।ଏହାକି ୧୦-୧୫ ମିନିଟ ଫୁଟେଇବା ପରେ ଏହି ଜଳ କୁ ଅନ୍ୟ ଏକ ପାତ୍ର କୁ ଛାଣିନିଅନ୍ତୁ। ଆଉ ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ ।ଆପଣ ଯେପରି ସାଧାରଣ ତେଲ ବ୍ୟବହାର କରନ୍ତି ସେହିପରି ଏହାକୁ ମୁଣ୍ଡରେ ଲଗାଇ ୩୦ ମିନିଟ ପରେ ଧୋଇନିଅନ୍ତୁ।ଏହା କେଶ କୁ ମୂଳ ରୁ ଶକ୍ତ କରିବା ସହ କେଶ ଝଡ଼ିବା ବନ୍ଦ କରିଥାଏ ।

୨.ଦ୍ୱିତୀୟ ଉପାୟ:-

ଏକ କପ ବସୁମତୀ ଚାଉଳ ନିଅନ୍ତୁ ଏବଂ ରାତିରେ ଏହାକୁ ପାଣିରେ ଭିଜାଇ ରଖନ୍ତୁ ।ତା ପର ଦିନ ସକାଳେ ଚାଉଳ କୁ ଗ୍ରାଇଣ୍ଡିଂ କରିନିଅନ୍ତୁ ।ଏହି ଗ୍ରାଇଣ୍ଡିଂ ଚାଉଳରେ ଏକ ଚାମଚ ମହୁ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ।ଏବେ ଏହା ଏକ ପ୍ରକାରର ସାମ୍ପୁ ହୋଇଯାଇଛି ।ଏହାକୁ ଆପଣ ମୁଣ୍ଡରେ ଲଗାଇ ଦିଅନ୍ତୁ ଏବଂ ୩୦-୪୫ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ ପରେ ସାଧାରଣ ପାଣିରେ ମୁଣ୍ଡ ଧୋଇନିଅନ୍ତୁ।ଏହା କେଶ କୁ ଲମ୍ବା ଓ ଘନ କରିବାରେ ସାହାଯ୍ୟ କରିଥାଏ ।

୩.ତୃତୀୟ ଉପାୟ:-

ଗୋଟିଏ ଫାଳ ନଡ଼ିଆ ନିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ପିସ କରି ଗ୍ରାଇଣ୍ଡିଂ କରିନିଅନ୍ତୁ ।ଏବେ ଏହା ନଡ଼ିଆ କ୍ଷୀର ହୋଇଗଲା ଓ ଏଥିରେ ଦୁଇ ଚାମଚ ମହୁ ମିଶାନ୍ତୁ ଏବଂ ଭଲ ଭାବରେ ମିକ୍ସ କରିନିଅନ୍ତୁ।ଏହାକୁ ସାମ୍ପୁ ଭାବରେ ଆପଣ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ ସମସ୍ତ କେଶ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।