Dr Kishan Agarwal – ଯାଦୁ ପରି ଚର୍ମରୋଗ ପାଇଁ ଚିନ୍ତାରେ ଅଛନ୍ତି ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ…..

0

ବର୍ତ୍ତମାନ ଚର୍ମରୋଗ ଏକ ସାଧାରଣ ରୋଗ ତଥା ଅତ୍ୟଧିକ ମାତ୍ରାରେ ବ୍ୟାପୁଥିବା ରୋଗ ହୋଇଗଲାଣି ଆମ ସମାଜରେ। ଏହି ଚର୍ମ ରୋଗ ସବୁ ବର୍ଗର ଲୋକମାନ ଙ୍କ ପାଖରେ ତଥା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପାଖରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ। ତେବେ ଏହି ଚର୍ମ ରୋଗ ପାଇଁ ଲୋକମାନେ ସମାଜ ରେ ମଧ୍ୟ ବହୁ ସଙ୍ଗିନୀ ଆବସ୍ଥା ରେ ଦେଇ ଗତି କରିଥାନ୍ତି।

ତେବେ ଲୋକ ମାନେ ଏହି ଚର୍ମ ରୋଗ ରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ପଦ୍ଧତି ଆପଣେଇ ଥାନ୍ତି ଫଳରେ ଏହା କେବେ କେବେ ଭଲ ହୋଇଯାଇଥାଏ ତ ପୁଣି କେବେ ବହୁତ ବ୍ୟାପିଯାଇଥାଏ ।କିନ୍ତୁ ଆମେ ଆପଣଂକୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ଯେ କାହିଁକି ଏହି ଚର୍ମ ରୋଗ ହୋଇଥାଏ ଏବଂ ଏହାର କଣ କଣ ସବୁ ଚିକିତ୍ସା ରହିଛି।ତେବେ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ବିବରଣୀ।

ଯାଦୁ ବା ଚର୍ମ ରୋଗ କିପରି ହୋଇଥାଏ:-

ଏକ ରିସର୍ଚ୍ଚ ଅନୁସାରେ ଚର୍ମ ରୋଗ ସାଧାରଣତ୍ୱ କୃଷି ପ୍ରଧାନ୍ୟ ରାଜ୍ୟ ମାନଙ୍କ ରେ ଅଧିକ ଦେଖିବାକୁ ମିଳିଥାଏ। ତେବେ ଜାଣିବା କିପରି ଏହା ହୋଇଥାଏ।
୧.ଅଧିକ ମୋଟାପଣ କାରଣ ରୁ ଯାଦୁ ବା ଚର୍ମରୋଗ ହୋଇଥାଏ। ଯେତେବେଳେ ଆମ ଶରୀରରେ ମାଂସପେଶୀ ଅଧିକ ହୋଇଯାଇଥାଏ ସେତେବେଳେ ଏମାନେ ପରସ୍ପର ସହ ଲାଗିରହିଥାନ୍ତି ।ଏବଂ ପରସ୍ପର କୁ ଲାଗିରହୁଥିବା ସ୍ଥାନରେ ଯେପରି ଜଙ୍ଘ ପାଖ ଏବଂ ହାତ ପାଖ ଆଦି ସ୍ଥାନରେ ହୋଇଥାଏ।

୨.ଦେହରେ ଝାଳ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଦ୍ଵାରା ମଧ୍ୟ ଯାଦୁ ହୋଇଥାଏ। କାରଣ ଏଥିରେ ଅନେକ ଜଙ୍କ ବା କିଟାଣୁ ରହିଥାନ୍ତି ଏବଂ ଅତ୍ୟଧିକ ଝାଳ କାରଣରୁ ଶରୀର ଓଦା ଓଦା ରହିଥାଏ ଆଉ ସେହି ସ୍ଥାନରେ ଯାଦୁ ହୋଇଥାଏ।

୩.କେତେକ ବ୍ୟକ୍ତି ମାନେ ବାରମ୍ବାର ହାତ ଧୋଇବା ବା ଗୋଡ଼ ଧୋଇବାର ର ଅଭ୍ୟାସ ରହିଥାଏ ।ଏହି କାରଣରୁ ମଧ୍ୟ ଯାଦୁ ହୋଇଥିବାର ଜଣାଯାଇଥାଏ ।

ଏହାର ଚିକିତ୍ସା:-

ସାଧାରଣ ଭାବରେ ଯାଦୁ ବିଭିନ୍ନ ପ୍ରକାରର ହୋଇଥାଏ ଏବଂ ଏମାନଙ୍କ ର ଭିନ୍ନ ଭିନ୍ନ ଚିକିତ୍ସା ପ୍ରଣାଳୀ ମଧ୍ୟ ରହିଥାଏ। କିନ୍ତୁ ଆମେ ଆଜି ଆପଣ ଙ୍କୁ କେତେକ ସାଧାରଣ ଚିକିତ୍ସା ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ।

୧.ଆପଣ ଯେତେବେଳେ ବି କିଛି କଠିନ ପରିଶ୍ରମ କରୁଛନ୍ତି ଏବଂ ଆପଣଙ୍କ ଦେହରୁ ଝାଳ ବାହାରୁଚି ତେବେ ସେହି ଝାଳ ହୋଇଥିବା ଡ୍ରେସ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧନ୍ତୁ ନାହିଁ ।ଏବଂ ଦେହକୁ ଭଲ ଭାବରେ ଧୋଇନିଅନ୍ତୁ ଏବଂ ଏହାକୁ ପୋଛି ନେବା ଭଲ ।

୨.ଯଦି ଶରୀରରେ ଯାଦୁ ଦେଖାଦେଇଥାଏ ତେବେ ପ୍ରଥମେ ଡାକ୍ତର ଙ୍କୁ ପରାମର୍ଶ କରି ମେଡ଼ିସିନ ନିଅନ୍ତୁ ।ବିନା ଡାକ୍ତର ଙ୍କର ପରାମର୍ଶରେ ମେଡ଼ିସିନ ଗ୍ରହଣ କରନ୍ତୁ ନାହିଁ କିମ୍ବା କୌଣସି କ୍ରିମ ବ୍ୟବହାର କରନ୍ତୁ ନାହିଁ।

୩.ଯାଦୁ ରୋଗ ଏମିତି ଏକ ରୋଗ ଅଟେ ଯାହା ଜଣେ ବ୍ୟକ୍ତି ଙ୍କୁ ଅନ୍ୟ ବ୍ୟକ୍ତିଙ୍କ ପାଖକୁ ବ୍ୟାପିଥାଏ ତେଣୁ ସତର୍କତା ଅବଲମ୍ବନ କରିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।