ଆପଣଙ୍କ ମୁହଁ ରେ ବ୍ରଣ ବାହାରୁଛି କି। ତେବେ ନିଶ୍ଚିତ ଭାବରେ ଜାଣନ୍ତୁ ଏହି ସବୁ କଥା ଏହି ଖରାପ ଅଭ୍ୟାସ ପାଇଁ ବ୍ରଣ ବାହାରେ

0

ଆମ ର ମୁହଁ ହେଉଛି ଆମ ଶରୀର ର ଦର୍ପଣ ସଦୃଶ୍ୟ। ଆମ ଶରୀର ର ସମସ୍ତ କାର୍ଯ୍ୟ କଳାପ ଆମ ମୁହଁ ରେ ପ୍ରକାଶିତ ହୋଇ ଥାଏ। ଜଣଙ୍କ ର ମୁହଁ ଦେଖିଲେ ଜଣା ପଡି ଯାଏ କି ସେହି ବ୍ୟକ୍ତି ଟି ଖୁସିରେ ଅଛି ନା ଦୁଃଖରେ ଅଛି। ତେବେ ଆମ ଶରୀର ର ବିଭିନ୍ନ କାରଣ ପାଇଁ ଆମ ମୁହଁ ରେ ବ୍ରଣ ଭଳି ସମସ୍ୟା ଦେଖା ଦେଇ ଥାଏ। ଯାହା ଫଳରେ ଅନେକ ଲୋକ ବହୁତ ଚିନ୍ତିତ ହୋଇ ପଡନ୍ତି। ସେମାନେ ବିଭିନ୍ନ ପ୍ରକାର ର ଉପାୟ ଆପ ଣାଇ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି ନାହିଁ।

ବ୍ରଣ ହେବାର ଏକ ବଡ କାରଣ ହେଉଛି ଆମ ଶରିରର ହର୍ମୋନଲ ପରିବର୍ତ୍ତନ। ଏହା ମୁଖ୍ୟତଃ ହର୍ମାନ ସମସ୍ୟା ଯୋଗୁଁ ହୋଇ ଥାଏ। ଏହା ସହିତ ଏହା ମୁଖ୍ୟତଃ କିଶୋର କିଶୋରୀ ମାନଙ୍କ ଠାରେ ଅଧିକ ମାତ୍ରା ରେ ଦେଖା ଦେଇ ଥାଏ। ଯାହା ଫଳରେ ସେମାନେ ବହୁତ ଚିନ୍ତିତ ହୋଇ ପଡ଼ିଥାନ୍ତି। ଏହି ବୟସରେ ମୁଖ୍ୟତ ହର୍ମୋନଲ ସମସ୍ୟା ପାଇଁ ବ୍ରଣ ବାହାରି ଥାଏ। କିଛି ହର୍ମୋନଲ ବ୍ଲୋକେଜ ହେବା ଏହାର ମୁଖ୍ୟ ସମସ୍ୟା ହୋଇ ଥାଏ।


ଏହା ସହିତ ଅଏଲି ସ୍କିନ ରେ ମଧୁ ବ୍ରଣ ହେବାର ଅଧିକ ଆଶଙ୍କା ରହିଥାଏ। ସେହି ସ୍କିନ ରେ ଅଧିକ ମାତ୍ର ରେ ବ୍ରଣ ବାହାରି ଥାଏ। ତା ଛଡା ଯେଉଁ ମାନଙ୍କ ର 26 କି 27 ବର୍ଷ ପରେ ଏହି ସମସ୍ୟା ଦେଖା ଦେଉଛି ଏହାର କାରଣ ହେଉଛି ସେମାନେ ମୁହଁରେ ବିଭିନ୍ନ ପ୍ରକାର ର କସମେଟିକ ଲଗାଇବା ଦ୍ୱାରା ଏହି ସମସ୍ୟା ଦେଖା ଦେଇ ଥାଏ।ଯାହା ଫଳରେ ତାହା ସହ ଜରେ ଭଲ ହୋଇ ନଥାଏ।


ବ୍ରଣ ବିଭିନ୍ନ ପ୍ରକାର ର ଅଛି ପ୍ରଥମ ସ୍ତର ରେ କେବଳ ଛୋଟ ବ୍ରଣ ବାହାରେ। ଦ୍ୱିତୀୟ ସ୍ତର ରେ ଲାଲ ଲାଲ ହୋଇ ବାହାରିବ। ତୃତୀୟ ସ୍ତରରେ ସାବୁ ଦାନା ଭଳି ବାହାରେ ଓ ଚତୁର୍ଥ ସ୍ତରରେ ବଡ଼ ବଡ଼ ସିଷ୍ଟ ଭଳି ବାହାରି ଯନ୍ତ୍ରଣା ହୁଏ। ଏହି ଚତୁର୍ଥ ସ୍ତର ବ୍ରଣ ପାଇଁ ଆପଣଙ୍କୁ ଜର ଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡି ଥାଏ। ଯାହା ଫଳରେ ଆପଣଂ କୁ ଅନେକ କଷ୍ଟ ହୋଇ ଥାଏ।

ଯଦି ଆପଣଙ୍କ ଦ୍ୱିତୀୟ ସ୍ତର ବ୍ରଣ ହେବାର ଲକ୍ଷ କରୁଛନ୍ତି ତେବେ ତୁରନ୍ତ ଆପଣ ଡାକ୍ତର ଙ୍କ ର ପରାମର୍ଶ ନିଅନ୍ତୁ। ଯାହା ଫଳରେ ଆପଣ ଆପଣଙ୍କ ର ବ୍ରଣ ସମସ୍ୟା କୁ ରୋକି ପାରିବେ। ନଚେତ ଏହାକୁ ଇଗନୋର କଲେ କିମ୍ବା ନିଜେ ଏହାର ଚିକିସ୍ତା କରିବା ପାଇଁ ଚେଷ୍ଟା କଲେ ପରବର୍ତୀ ସମୟ ରେ ଏହା ଅନେକ ବଡ ସମସ୍ୟା ରେ ପରିଣତ ହୋଇଥାଏ। ତେଣୁ ଏହାକୁ ପ୍ରାରମ୍ଭରୁ ଚିକିସ୍ତା କରିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।