ହେ ଭଗବାନ ! ମାତ୍ର ୨ ବର୍ଷର ଝିଅ କୁ ଏକ ଏମିତି ରୋଗ ହୋଇଛି ଯାହା ଫଳରେ ଜିଭ ଆକାର ବଢ଼ି ବଢ଼ି ଚାଲିଛି । ଫଟୋ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ…

0

ଆଜି ର ଏହି ଦୁନିଆ ରେ ମଣିଷ କେତେ ପ୍ରକାର ରୋଗ ର ସାମ୍ନା କରୁଛି। କେତେବେଳେ କ୍ୟାନ୍ସର ତ ଆଉ କେତେ ବେଳେ ଅନ୍ୟ କିଛି ରୋଗ ର ଶୀକାର ହୋଇଛି। ସମାଜ ରେ ବିଜ୍ଞାନ ଯେତେ ଆଗକୁ ଯାଉଛି ମଣିଷ ଉପରେ ରୋଗ ର ମାତ୍ରା ସେତେ ବଢ଼ି ବଢ଼ି ଯାଉଛି। କିଏ ସେଥିରୁ ଠିକ୍ ହେଉଚି ତ,ଆଉ କିଏ ମରଣ ର ବଶବର୍ତ୍ତୀ ହେଉଛି।ଆଜି ଆମେ ଯେଉଁ ବିଷୟରେ ଆଲୋଚନା କରିବାକୁ ଯାଉଚେ ସେ ନିରୀହ ଶିଶୁ ଟି ମଧ୍ୟ ସେହିପରି ଏକ ଭୟଙ୍କର ରୋଗ ର ବଶବର୍ତ୍ତୀ ହୋଇଛି, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଫିଲିଫାଇନ୍ସ ର ୨ ବର୍ଷ ର ଶିଶୁ ଏକ ନିରୀହ ଶିଶୁ କୁ ହୋଇଛି ଏପରି ଆଶ୍ଚର୍ଯ୍ୟ ଜନକ ରୋଗ। ପିଲାଟି ର ପାଟି ରେ ଥିବା ଜିଭ ଟି ଆପେ ଆପେ ବଢ଼ିବାରେ ଲାଗୁଛି। ପିଲା ଟି ର ବାପା ମା ଗରିବ ହୋଇଥିବାରୁ ଛୁଆଟି ର କିପରି ଚିକିତ୍ସା ହେବ ତାହା ତାଙ୍କ ପାଇଁ ପାଲଟିଛି ଏବେ ଚିନ୍ତା ର ବିଷୟ।

ବହୁତ ଡାକ୍ତର ଦେଖିବା ପରେ ମଧ୍ୟ ଛୁଆ ଟି ର ରୋଗ ଭଲ ହୋଇପାରୁନାହିଁ। ଡ଼ାକ୍ତର ଙ୍କ ର କହିବା ଅନୁଯାୟୀ ଏହି ପିଲା ଟି କୁ lymphangioma ନାମକ ରୋଗ ହେଇଛି। ଏହି ରୋଗ ହେବା ଦ୍ବାରା ପିଲା ଟି ର ନିଃଶ୍ୱାସ ନେବା ଅସୁବିଧା ହେଉଛି,ଆଉ ପିଲା ଟି ଠିକ୍ ଭାବରେ ଖାଇପାରୁନାହି ମଧ୍ୟ। ପିଲାଟି ର ପାଟି ରୁ ଜିଭ ଟି ବାହାରକୁ ବାହାରି ଆସୁଛି। ବିଚରା ନିରୀହ ପିଲା ଟି ବର୍ତ୍ତମାନ ମୃତ୍ୟୁ ସହିତ ଲଢେ଼ଇ କରୁଛି।

ଡାକ୍ତର ଙ୍କ ର କହିବା ଅନୁସାରେ ଅପରେଶନ କଲେ ପିଲା ଟି ସୁସ୍ଥ ହୋଇ ଯିବ ସତ ହେଲେ ପିଲା ଟି ବଞ୍ଚିବ କି ମରିବ ତାହା କେହି କହିପାରିବେ ନାହିଁ।ସେଥି ପାଇଁ ଛୁଆଟିକୁ ଏବେ କେମୋ ଦିଆ ଯାଇ ସୁସ୍ଥ କରିବାକୁ ଚେଷ୍ଟା କରାଯାଉଛି। ପିଲା ଟିର ବାପା ମା ଗରିବ ହୋଇଥିବାରୁ ପିଲା ଟିକୁ କେମାେ ଦେବା ପାଇଁ ପଇସା ସଞ୍ଚୟ କରିପାରୁ ନାହାଁନ୍ତି।

କିଛି ଡାକ୍ତର ଙ୍କ ର ଦୟା ଦ୍ଵାରା ପିଲା ଟିକୁ ଫ୍ରୀ ରେ କେମୋ ଥେରାପି ର ସୁବିଧା ଯୋଗାଇ ଦିଆ ଯାଇଛି। ଏହା ଦ୍ବାରା ପିଲା ଟିର ଜିଭ ର ଫୁଲାଟି ଟିକେ କମି ଯାଇପାରେ, ନଚେତ୍ ଆଉ କିଛି କରିହେବ ନାହିଁ । ଆଜି ପିଲା ଟିର ଅପରେସନ ପାଇଁ ବ୍ୟବସ୍ଥା ଚାଲିଛି, ଯଦି ଅପରେଶନ୍ ଟି ସଫଳତା ସହିତ ହୋଇଯାଏ ତାହାଲେ ହୁଏତ ପିଲା ଟି ସୁସ୍ଥ ହେଇଯିବ ନଚେତ୍ ପିଲା ଟି ମୃତ୍ୟୁ ର ବଶବର୍ତ୍ତୀ ହୋଇପାରେ।ସତରେ ଭଗବାନ ସେ ଛୋଟ ଛୋଟ ପିଲା ଗୁଡା ଙ୍କୁ କେତେ କଷ୍ଟ ଦେଉଛନ୍ତି। ଯେଉଁମାନେ ଆଜି ଯାଏ ଦୁନିଆ ବିଷୟରେ ଭଲ ବିଷୟ ରେ କିଛି ଜାଣି ବି ନାହାଁନ୍ତି।ଆମ ସମସ୍ତଙ୍କ ଆଶୀର୍ବାଦ ପିଲା ଟି ଉପରେ ସବୁବେଳେ ଥାଉ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।