ପଞ୍ଚମୁଖୀ ମହାଦେବ ମନ୍ଦିର ଏହି ରହସ୍ୟମୟ ଶିବ ମନ୍ଦିରର ଇତିହାସ ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ ।

ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।ଆଜି ଆମେ ଆପଣଂକୁ ଅଯୋଧ୍ୟା ର ଏକ ରହସ୍ୟମୟ ପଞ୍ଚମୁଖୀ ଶିବ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ।

ସାଧାରଣ ଭାବରେ ଯେତେବେଳେ ଆମେ ଅଯୋଧ୍ୟା ର ନାମ ନେଉ ସେତେବେଳେ ଆପ ମୁଣ୍ଡ କୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ମନ୍ଦିର ର ପ୍ରତିଛବି ଆସିଥାଏ ।କିନ୍ତୁ ସେହି ଅଯୋଧ୍ୟା ରେ ମଧ୍ୟ ଭଗବାନ ଶିବ ଙ୍କର ଏକ ଅଲୌକିତ ମନ୍ଦିର ରହିଛି ।ସେହି ମନ୍ଦିର ଟି ଅଯୋଧ୍ୟା ର ପାଟଗଡ଼ ଠାରେ ଉପସ୍ଥିତ ଅଟେ ।ଏହା ଏକ ପଞ୍ଚମୁଖୀ ଶିବ ମନ୍ଦିର ଯେଉଁ ଠାରେ ଭଗବାନ ଶିବ ଙ୍କ ସହ ଭଗବାନ ବିଷ୍ଣୁ ମଧ୍ୟ ପୂଜା ପାଇଥାନ୍ତି ।ଏହି ମନ୍ଦିରରେ ଶିବ ଙ୍କର ପାଞ୍ଚ ଟି ଲିଙ୍ଗ ପାଞ୍ଚ ପ୍ରାଣ ଅର୍ଥାତ ଅଗ୍ନି , ଜଳ, ବାୟ , ମାଟି ଏବଂ ଆକାଶ ସ୍ୱରୂପ ଅଟେ ।

ଏହି ପଞ୍ଚମୁଖୀ ଶିବ ମନ୍ଦିର ପଛରେ ଏକ କାହାଣୀ ମଧ୍ୟ ରହିଛି ।କୁହାଯାଏ କି ଏହି ପଞ୍ଚମୁଖୀ ଶିବ ମନ୍ଦିର ଟି ପ୍ରାୟ ୨୦୦୦ ବର୍ଷ ପୁରାତନ ଅଟେ ।କେଉଁ ପ୍ରାଚୀନ କାଳ ରୁ ଏହା ଅଯୋଧ୍ୟାରେ ଅବସ୍ଥିତ ଅଟେ ।କୁହାଯାଏ କି ଭଗବାନ ଶଙ୍କର ପାର୍ବତୀ ଙ୍କ ସହ ଏହି ସ୍ଥାନରେ ଧ୍ୟାନ କରୁଥିଲେ ।ଏହି ମନ୍ଦିର ର ବିଶେଷତଃ ଏହି କି ଯେ ଯେ କୌଣସି ଭକ୍ତ ଏଠାକୁ ଆସି କେବେ ବି ଖାଲି ହାତରେ ଫେରି ଯାଇ ନାହାନ୍ତି। ଏହି ପଞ୍ଚମୁଖୀ ଭଗବାନ ତାଙ୍କର ସମସ୍ତ ମନସ୍କାମନା କୁ ପୁରା କରିଥାନ୍ତି।

ଏହି ମନ୍ଦିର ରେ ଭଗବାନ ଶିବ ଙ୍କର ପାଞ୍ଚ ଟି ମୁଖ ଥିବା ଏକ ପ୍ରତିମା ରହିଛି ଏବଂ ଏହି ପାଞ୍ଚ ଟି ପ୍ରତିମା କୁ ଦେବା ଧି ଦେବ ମହାଦେବ ଙ୍କର ପାଞ୍ଚ ଟି ଆବତାର ବୋଲି ଗ୍ରହଣ କରିଥାନ୍ତି ସେଠାକାର ଲୋକ ।ସେହି ମନ୍ଦିର ର ପୂଜକ ମାନଙ୍କ ର କହିବା ଅନୁସାରେ ସେହି ଶିବ ମନ୍ଦିର ଟି ଅଯୋଧ୍ୟା ସହ ବହୁ ପୂର୍ବରୁ ଜଡିତ ଅଟେ ।ଏବଂ ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଆସିଥାନ୍ତି ଏବଂ ଭଗବାନ ମଧ୍ୟ ନିଜ ଭକ୍ତ ଙ୍କର ଦୁଃଖ ଦୁର୍ଦ୍ଦଶା କୁ ଦୂର କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।