ଏହି ଗରିବ ମାଉସୀ ଙ୍କ ଘରକୁ ହଠାତ ଆସିଲେ କଲେକ୍ଟର ସାର୍, ମାଉସୀ ଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ଏବଂ ଯିବା ସମୟରେ ଯାହା ଦେଇଗଲେ ଜାଣି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ! ବାଃ ବାଃ ସାର୍…

0

ଆମ ସମାଜ ରେ ଅନେକ ଗରିବ ଲୋକ ଅଛନ୍ତି ଯେଉଁ ମାନେ ଆଜି ଭି ଖାଇବାକୁ ପାଉ ନାହାନ୍ତି,ରହିବାକୁ ଘର ନାହିଁ,ପିନ୍ଧିବାକୁ ସୂତା ଟିକେ ଭି ନାହିଁ ମାଗି ଯାଚି ଘର ଚଳାଉଛନ୍ତି ଦାରିଦ୍ର୍ୟତା ଗ୍ରାସ କରିଥାଏ । ତେବେ ଗରିବ ବୋଲି ତାଙ୍କ ପାଖରେ ପଇସା ର ଅଭାବ ରହି ଥାଏ,ତେଣୁ ଏଥି ପାଇଁ ସେମାନେ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି। ରୋଗ ହେଲେ ଚିକିତ୍ସା କରି ପାରନ୍ତି ନାହିଁ , କାରଣ ପାଖରେ ପଇସା ନ ଥାଏ।

ତେବେ ଜଣେ ଜଣେ ଏହି କଷ୍ଟ ସହି ନ ପରି ମୃତ୍ୁ ବରଣ କରନ୍ତି। ଏମିତି ଅନେକ ଗରିବ ଲୋକ ଅଛନ୍ତି ଏହି ଦୁନିଆରେ। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ବୁଢ଼ୀ ବା ବୁଢା ଲୋକ ମାନେ ଗୋଟେ ଛୋଟ କୁଡ଼ିଆ ଘର କରି ରହି ଥାନ୍ତି। ତାଙ୍କ ପାଖରେ ଖାଇବାକୁ ନ ଥାଏ କି ପିନ୍ଧିବା ପାଇଁ ମଧ୍ୟ ନଥାଏ ।

ତେବେ କୁହନ୍ତି କି ଈଶ୍ୱର ଙ୍କୁ ଭକ୍ତି ର ସହ ଡାକିଲେ ସେ ଡାକ ନିଶ୍ଚୟ ଶୁଣି ଥାନ୍ତି। ତେବେ ସବୁବେଳେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖିବା ଦରକାର। ତେବେ ତାଙ୍କର ଦୟା ଯେତେବେଳେ ହେବ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ,ଆଉ ପଇସା ବା କୌଣସି ଜିନିଷ ର ଅଭାବ ରହିବ ନାହିଁ। ତେବେ ଦୁନିଆ ରେ ଅନେକ ଗରିବ ଲୋକ ଅଛନ୍ତି। ସେମିତି ଜଣେ ବୁଢ଼ୀ ଲୋକ ଅଛନ୍ତି,ଯିଏ କି ବହୁତ ଗରିବ ।

ପଇସା ନ ଥିବାରୁ ଖାଇବାକୁ ପାଉ ନାହାନ୍ତି,ଆଉ ତା ସହ ବୟସ ଅଧିକ ହୋଇ ଥିବାରୁ ତାଙ୍କୁ ବସିବା ,ଉଠିବା , ଚାଲିବା ଆଦି କରିବା ପାଇଁ କଷ୍ଟ ହୋଇ ପଡୁଛି। ତେବେ ସେ ପ୍ରତି ମୁହୂର୍ତ୍ତ ରେ ଭଗବାନ ଙ୍କୁ ଡାକୁଛନ୍ତି କି ତାଙ୍କ ପାଖକୁ ନେଇ ଯିବାକୁ ।ତେବେ ଦିନେ ଈଶ୍ୱର ତାଙ୍କ ଡାକ ଶୁଣିଛନ୍ତି ଯେମିତି ସେମିତି ଘଟଣା ଘଟିବାର ନଜର ଆସିଛି ।

ସେଇ ବୃଦ୍ଧା ଲୋକ ଟିର ଘର ତାମିଲନାଡ଼ୁ ର କରୁର୍ ଜିଲ୍ଲା ର । ସେଠାରେ ଜଣେ ଆଇଏଏସ୍ ଅଧିକାରୀ ଏହି ବୁଢ଼ୀ ଲୋକ ର ଦୁଃଖ ଦେଖି ସହି ନ ପାରି।ଦିନେ ତାଙ୍କ ସ୍ତ୍ରୀ ଙ୍କୁ ରୋଷେଇ କରିବା କୁ କହିଲେ, ଆଉ ତା ପରେ ସେ ଏକ ଟିଫିନ ରେ ପୁରାଇ ଚିନ୍ନାମାଲନିକେନ୍ ରେ ରହୁ ଥିବା ସେହି ବୁଢ଼ୀ ର ଘର କୁ ଚାଲି ଗଲେ ।ତେବେ ସେ ଅତିଥି ଭାବରେ ଯାଇ ପହଁଚିଲେ। ତେବେ ଆଖ ପାଖ ଲୋକ ମଧ୍ୟ୍ୟ ତାଙ୍କ ସହ ମିଳାମିଶା କରନ୍ତି ନାହିଁ, ସେହି ବୁଢ଼ୀ ଟି ଅଫିସର ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା।ତେବେ ଅଫିସର୍ କହୁଛନ୍ତି କି ,

ସେ ତାଙ୍କ ଘରୁ ତାଙ୍କ ପାଇଁ ରନ୍ଧା ଖାଦ୍ୟ ଆଣି ଛନ୍ତି,ଆଉ ତାଙ୍କୁ ଏକାଠି ଖାଇବାକୁ ଡାକୁଛନ୍ତି।ସେହି ବୁଢ଼ୀ ମା ର ବାସନ ନଥିବାରୁ କଦଳୀ ପାତ୍ର ରେ ଖାଇଲେ ଦୁଇ ଜଣ।ଆଉ ଖାଇ ସାରି ସେହି ଅଫିସର ବୁଢ଼ୀ ମା ଙ୍କୁ ପେନସନ କାଗଜ ମଧ୍ୟ ଦେଇକି ଗଲେ।ପ୍ରତି ମାସ ରେ ବ୍ୟାଙ୍କ ରୁ ପଇସା ଆସିବ।ତେବେ ଏହା ପରେ ଅଫିସର ଚାଲି ଗଲେ , ବୁଢ଼ୀ ମା ଟି ଏହା ଦେଖି ବହୁତ କାନ୍ଦିଲା। ଆଉ ଏହି ସବୁ ଘଟଣା କୁ ଆଖ ପାଖ ଲୋକ ସବୁ ଦେଖୁଥାନ୍ତି ମଧ୍ୟ।ସେମିତି ବ୍ୟକ୍ତି ଏହି ଦୁନିଆରେ ବିରଳ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।