ପୁଣି ଆସିଲା ବ଼ଡ ଭବିଷ୍ୟବାଣୀ ! ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଅପରାଜିତା ଷଡ଼ଙ୍ଗୀ, ଭୟଭୀତ ହୋଇଛନ୍ତି ନବୀନ ବାବୁ । ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

0

ଓଡିଶା ରାଜନୀତିରେ ଏବେ ଧିରେ ଧିରେ ନିଆଁ ଉଠିବାରେ ଲାଗିଲାଣି,ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ସେହି ପ୍ରସଙ୍ଗ କୁ ନେଇ। ତେବେ ଏହି ନିଆଁ ଲଗଉଛନ୍ତି ଭାରତୀୟ ଜନତା ପାର୍ଟି ର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଯିଏ କି ପୂର୍ବରୁ ଆଇଏଏସ୍ ଅଫିସର ରହିସାରିଛନ୍ତି। ସିଏ ଆଇଏଏସ୍ ଥିଲା ବେଳେ ଲୋକ ମାନଙ୍କୁ ପାଣି ପିଆଉଥିଲେ। ରାଜ୍ୟ ରାଜନୀତି କୁ ଆସିବା ପରେ ବି ନେତା ମାନଙ୍କୁ ପାଣି ପିଆଉଛନ୍ତି।


ବିଜେପି ର ଲୋକସଭା ସାଂସଦ ଭାବରେ ଅପରାଜିତା ଷଡଙ୍ଗୀ ଜଣେ ଦକ୍ଷ ଏବଂ ବିଜ୍ଞ ବ୍ୟକ୍ତିତ୍ୱ ପାଲଟିଛନ୍ତି। ଏହି ସମୟ ରେ ସମସ୍ତ ଙ୍କ ମୁହଁ ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି କି ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡଙ୍ଗୀ ହେଉଛନ୍ତି ଦାବିଦାର ବୋଲି। ଏହି ପ୍ରାର୍ଥୀ ଜଣକ ନିଜର ନିର୍ଭୀକ ଶାସନ ଏବଂ ଲୋକପ୍ରିୟ ଚେହେରା ପାଇଁ ବେଶ୍ ଆଦୃତ ହୋଇପାରିଛନ୍ତି। ତେବେ ଏହି ମହିଳା ପ୍ରାର୍ଥୀ ଜଣକ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାତ୍ ଦେବାକୁ ଯାଉଛନ୍ତି ବୋଲି ଲୋକ ମାନଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି।କେନ୍ଦ୍ରମନ୍ତ୍ରୀ ଭାବରେ ବିଜେପି ଦଳରୁ କାର୍ଯ୍ୟ ଭାର ସମ୍ଭାଳୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ,ଯିଏ କି ଓଡିଶାର ଏବଂ ଓଡିଆ ମାଟିର ପୁଅ। ସିଏ ଆଗରୁ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଚର୍ଚ୍ଚା ରେ ଥିଲେ। ଏବେ କିନ୍ତୁ ଅପରାଜିତା ଙ୍କ ର ରାଜନୀତି କୁ ଏଣ୍ଟ୍ରି ଏବଂ ଲୋକପ୍ରିୟତା ଧର୍ମେନ୍ଦ୍ର ଙ୍କ ପାଇଁ ମୁଣ୍ଡ ବଥା ର କାରଣ ପାଲଟିଛି।


ବିଜେପି ରାଜନୀତି ରେ ଏବେ ଗୋଟିଏ କଥା ଉଠୁଛି ପଡୁଛି କି ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେପି ତରଫରୁ କିଏ ହେବେ? ଅପରାଜିତା ଏଥି ପାଇଁ ଠିକ୍ ନା ଧର୍ମେନ୍ଦ୍ର? ଏବେ କିନ୍ତୁ ରାଜ୍ୟ ରାଜନୀତି ରେ ପାଣିପାଗ ଉଷ୍ମ ରହିଛି। ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁ ନେଇ ଏବେ ସବୁଆଡେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ବିଗତ 20 ବର୍ଷ ମଧ୍ୟରେ ନବୀନ ଙ୍କ ବିରୋଧ ରେ ଏହିପରି କିଏ ବି ପ୍ରଶ୍ନ ଉଠାଇନଥିଲେ କି ସଫଳତା ମଧ୍ୟ ହାସଲ କରିନଥିଲେ। ଏବେ କିନ୍ତୁ ଲାଗୁଛି ବିଜେପି ର ଏହି ଟାଣୁଆ ପ୍ରାର୍ଥୀ ନବୀନ ଙ୍କ ର ସେହି ରେକର୍ଡ କୁ ଭାଙ୍ଗିବାକୁ ଯାଉଛନ୍ତି।


ଏହି ମଧ୍ୟରେ ଓଡିଶା ରୁ ଅଧିକ ରୁ ଅଧିକ ଆସନ ହାସଲ୍ କରି ଓଡିଶାକୁ ବିଜେପି ର ଗଡ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି ଏବଂ ଏହି ଆଶା ଏବେ ଅପରାଜିତା ଙ୍କ ଠାରୁ ଆରମ୍ଭ ହୋଇଛି। ଏହି କଥା ଅନ୍ୟ ସମସ୍ତ ଙ୍କ ମୁହଁ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ରାଜ୍ୟ ବିଜେପି ର କେହି ନେତା ଏହା ଉପରେ କୌଣସି ମତ ଦେଉନାହାନ୍ତି। ଯାହା ପ୍ରମାଣ କରୁଛି କି ଅପରାଜିତା ଙ୍କ ର ନିର୍ଭୀକତା ପାଇଁ ବିଜେପି ଚିନ୍ତିତ ଅଛି କି? ନିକଟରେ ଓଡିଶାର 2 ଟି ଉଟନିର୍ବାଚନ ରେ ଅପରାଜିତା ଷଡଙ୍ଗୀ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ ତୁଲାଇଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଦେଖାଯାଉ, ଆଗକୁ ରାଜ୍ୟ ରାଜନୀତି ରେ କେଉଁ ସବୁ ନୂତନ ଅଙ୍କ ଦେଖିବାକୁ ମିଳୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।