ବାହାଘର 12 ଘଣ୍ଚା ପରେ କନିଆଁ ଦେଲା ଗୋଟିଏ ଛୁଆ କୁ ଜନ୍ମ ବାପ ନା ଶୁଣି ଶାଶୁ ଘର ଲୋକ ହୋଇଗଲେ ବେହୋସ ….

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।

ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ପୁଅର ଜୀବନପାଇଁ ଓ କେବେକେବେ ଝିଅ ଟି ପାଇଁ ଏକ ଅଭିଶାପ ପାଲଟି ଯାଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ ଏବଂ ଲଜ୍ୟା ଜନକ ଅଟେ । ତେବେ ଘଟଣା ଟି ହେଉଛି ଇଂଲଣ୍ଡ ରେ । ସୂଚନା ଅନୁସାରେ ଇଂଲଣ୍ଡ ର ଜଣେ ମହିଳା ବିବାହର ୧୨ ଘଣ୍ଟା ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି ।ଘଟଣା ଟି ନିହାତି ଭାବରେ ଆପଣଙ୍କୁ ଅଜୀବ ଲାଗୁଥିବ । କିନ୍ତୁ ଏହି ସତ୍ୟ ଘଟଣା ପଛରେ ଥିବା ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଉଲେଖଯୋଗ୍ୟ ଯେ , ଇଂଲଣ୍ଡ ରେ ଜଣେ ୨୬ ବର୍ଷୀୟ ଯୁବକ କାର୍ଲି ତାଙ୍କର ୧୯ ବର୍ଷୀୟ ପ୍ରେମିକା ଡେନି ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହ ର ମାତ୍ର ୧୨ ଘଣ୍ଟା ପରେ ଡେନି ଯେତେବେଳେ ଏକ ପିଲାକୁ ଜନ୍ମ ଦେଲେ ସେତେବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।କିନ୍ତୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ର କଥା ଏହା ଥିଲା ଯେ ଉଭୟ ସ୍ଵାମୀ ସ୍ତ୍ରୀ ଏହି ଘଟଣା କୁ ନେଇ ବହୁତ ଖୁସି ଥିଲେ ଏବଂ ଆନନ୍ଦ ପ୍ରକାଶ କରିଥିଲେ ମଧ୍ୟ ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ଆସାନ୍ତୁ ଜାଣିବା ।

ସୂଚନାଯୋଗ୍ୟ ଯେ , ଉଭୟ ଡେନି ଏବଂ କାର୍ଲ ପରସ୍ପର କୁ ଭଲ ପାଉଥିଲେ ଏବଂ ବିବାହ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା।ତେବେ ସେମାନେ ଏନେଇ ଡାକ୍ତର ଙ୍କୁ ମଧ୍ୟ ଜଣେଇଥିଲେ କି ସେମାନଙ୍କ ର କଣ ଅସୁବିଧା ରହିଛି ବୋଲି ।

ତେବେ ବିବାହ ସମୟରେ କାର୍ଲ ଏକ ନୃତ୍ୟ ପରିବେଷଣ ସଭା ରଖିଥିଲେ ଯେଉଁଥିରେ ତାଙ୍କର ପତ୍ନୀ ଡେନି ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଉ ଡ୍ୟାନ୍ସ ସମୟ ରେ ଡେନି ହଟାତ ତଳେ ପଡିଗଲେ ଓ ଅଚେତ ହୋଇଗଲେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେ ଏକ ପୁତ୍ର ସଂତାନ କୁ ଜନ୍ମ ଦେଇଛନ୍ତି। ତେବେ ଏନେଇ ଉଭୟ ବହୁତ ଖୁସି ଅଛନ୍ତି। ଡାକ୍ତର ଙ୍କର କହିବା ଅନୁସାରେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।