Ajira Anuchinta – ନବ ଗ୍ରହଙ୍କର ୯ ପ୍ରକାର ରତ୍ନ, କେଉଁ ରୋଗ ପାଇଁ ପିନ୍ଧିବେ କେଉଁ ରତ୍ନ ଜାଣନ୍ତୁ

0

ରାଶି ର ଚଳା ଚଳ ରେ ମଣିଷ ର ଜୀବନ ପ୍ରଣାଳୀ ଚାଲିଥାଏ ବୋଲି ଜ୍ୟୋତିଷ ବିତ୍ ଙ୍କ ମତ। କିଛି ଲୋକ ପ୍ରତ୍ୟେକ ଦିନ ରାଶି ବିଷୟ ରେ ଜାଣି ଦିନ ରେ କାର୍ଯ୍ୟ କରିଥାନ୍ତି।ଶରୀରରୁ ରୋଗ କେବଳ ଔଷଧ ଖାଇବା ଦ୍ଵାରା ଭଲ ହେବ ଏହି କଥାଟି ପ୍ରାଚୀନ ମାନ୍ୟତାର ଖିଲାପ ହିଁ ଅଟେ । ଔଷଧ ଆମ ଜୀବନ ଶକ୍ତି ବା ରେଜିଷ୍ଟ୍ରେସ ପାୱାର କୁ ଦୁର୍ବଳ କରିଥାଏ ।

ଯୋଗ, ପ୍ରାଣାୟାମ, ସ୍ଵମୂତ୍ର ଚିକିତ୍ସା, ମଖନ, ମିଶ୍ରି, ସୁନା, ରୂପା, ତମ୍ବା ଓ ଲୁହା ପାତ୍ରର ପାଣିରେ ସୂର୍ଯ୍ୟଙ୍କ ରଶ୍ମି ରେ ଚିକିତ୍ସା ପଦ୍ଧତି, ରଙ୍ଗୀନ ବୋତଲରେ ତେଲ ଓ ପାଣି ରେ, ଲବଙ୍ଗ ଓ ମିଶ୍ରି ଚିକିତ୍ସା ଆଦି ଅନେକ ସହଜ ସରଳ ସାଧନ । ଯାହାଦ୍ୱାରା ବିନା ଔଷଧରେ ଶରୀରର ଉପଚାର ହୋଇପାରିବ ।

ବର୍ତ୍ତମାନ ମଧ୍ୟ ଗୋମୂତ୍ର ଚିକିତ୍ସା, ଚଣା, ମୁଗ, ମେଥି ଆଦି ଖାଇବା, ଅଧିକ ପାଣି ପିଇବା ଆଦି ପ୍ରୟୋଗ କାରାଯାଉଛି । ଏଥିରେ ଶୀଘ୍ର ଲାଭ ମିଳିଥାଏ । ଗୋଟିଏ ଗୋଟିଏ ଦିନ ଛାଡି ଏକ ଛୋଟ ମାଟି କୁଣ୍ଡରେ ଏକ ମୁଠା ଯଅ ବୁଣିବ । ଏହି ଯଅର ରସ ରେ ଟିବି., କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରିବେ ।ସେହିପରି ମୁନି ଋଷିମାନେ ମଧ୍ୟ ରତ୍ନ ମାଧ୍ୟମରେ ଅନେକ ରୋଗର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏହା ଜ୍ୟୋତିଷ ବିଦ୍ୟା ଏକ ଅଦ୍ଭୁତ ଚମତ୍କାର ଅଟେ ।ରତ୍ନ ମଧ୍ୟରୁ ନବ ଗ୍ରହଙ୍କର ଏହି ୯ଟି ରତ୍ନ ପ୍ରମୁଖ ଅଟେ।

୧- ରବିଙ୍କର- ମାଣିକ୍ୟ , ୨- ଚନ୍ଦ୍ର- ମୋତି ,  ୩-ମଙ୍ଗଳ-ମୁଙ୍ଗା ,  ୪-ବୁଧ- ପାନ୍ନା, ୫-ଗୁରୁ-ପୋଖରାଜ , ୬-ଶୁକ୍ର-ହୀରା ,  ୭-ଶନି-ନୀଲମ
୮-ରାହୁ-ଲହସୁନିଆ , ୯-କେତୁ-ଲାଜବତ

1 – ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିମାନେ ଯଦି ରତ୍ନ ପିନ୍ଧୁଛନ୍ତି ତେବେ ରୂପାରେ ତିଆରି କରି ପିନ୍ଧିବା ଉଚିତ୍ ।

2 – କର୍କଟ, ବିଛା, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିମାନେ ସୁନାରେ ରତ୍ନ ଧାରଣ କରିବା ଉଚିତ୍ । ମଙ୍ଗଳଙ୍କର ରତ୍ନ ତମ୍ବାରେ ଧାରଣ କରିବା ଉଚିତ୍, କାରଣ ଏହି ଧାତୁ ବହୁତ ଗରମ ଅଟେ, ଯାହା କି ଏହି ରାଶିର ସ୍ଵଭାବ ଥଣ୍ଡା ଅଟେ । ଧାତୁରେ ୫୦ ପ୍ରତିଶତ ଲାଭ ହୁଏ ଓ ରତ୍ନରେ ଶତ ପ୍ରତିଶତ ଲାଭ ମିଳିଥାଏ ।ଯଦି ରତ୍ନ କିଣିବାକୁ ସାମର୍ଥ ନ ଥାଏ ତେବେ ମଧ୍ୟ ସୁନା, ରୂପା ବା ତମ୍ବା ଧାତୁକୁ ଏକ ଲିଟର ପାଣିରେ ଫୁଟାଇ ୨୫୦ ଗ୍ରାମ କରିଦେବ । ତାକୁ ଥଣ୍ଡା କରି ପିଇଲେ ମଧ୍ୟ ଶରୀରକୁ ଲାଭ ମିଳିଥାଏ । ସେହିପରି ପ୍ରସ୍ତୁତ ତେଲ ମଧ୍ୟ ମାଲିସ କରିବା ଦ୍ଵାରା ଲାଭ ମିଳିଥାଏ ।ତେବେ ଆସନ୍ତୁ ଜାଣିବା କିପରି ରତ୍ନ ଦ୍ଵାରା ରୋଗର ଉପଚାର ହେବ ।

*ହୀରା ରତ୍ନ:-

ହୀରା ରତ୍ନର ଭସ୍ମ ରେ କ୍ଷୟରୋଗ, ଜଳୋଦର, ମଧୁମେହ, ଭଗନ୍ଦର, ରକ୍ତବିକାର, ଘା ଆଦି ରୋଗ ଦୂର ହୋଇଥାଏ । ଏହା ବୀର୍ଯ୍ୟକୁ ବଢାଇବାର ଶକ୍ତି ଅଟେ । ଜଳୋଦର, ନପୁଂସକତା  ରୋଗରେ ବିଶେଷ ଲାଭକାରୀ ମିଳିଥାଏ ।

*ମାଣିକ୍ୟ ରତ୍ନ:-

ମାଣିକ୍ୟ ଭସ୍ମ ଶରୀରର ଉଷ୍ଣତାକୁ ଦୂର କରିଥାଏ । ଏହା ରକ୍ତବର୍ଦ୍ଧକ ଓ ବାୟୁନାଶକ ଅଟେ । ଉଦାର ଶୂଳ, ଚକ୍ଷୁ ରୋଗ ଓ କୋଷ୍ଠବଦ୍ଧତା ରେ ମଧ୍ୟ ପ୍ରୟୋଗ ହୁଏ ଏବଂ ଏହାର ଭସ୍ମ ନପୁଂସକତାକୁ ମଧ୍ୟ ନଷ୍ଟ କରିଥାଏ ।

*ମୋତି ରତ୍ନ:-

କ୍ୟାଲସିୟମ ବୃଦ୍ଧି କରିବାରେ ମୋତି ରତ୍ନ ବହୁତ ଲାଭଦାୟକ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

*ମୁଙ୍ଗା ରତ୍ନ:-

ମୁଙ୍ଗା ରତ୍ନ ଭସ୍ମରେ କ୍ଷୟରୋଗ, ପୁରୁଣା ଜ୍ଵର, କାଶ, ଶ୍ଵାସ, ରକ୍ତଚାପ, ହୃଦରୋଗରେ ଲାଭ ମିଳିଥାଏ ।ଯେଉଁ ମହିଳା ମାନଙ୍କର ଗର୍ଭ ନଷ୍ଟ ହୋଇଯାଉଛି ସେମାନେ ମୁଙ୍ଗାରତ୍ନକୁ ଘୋରି ମହିଳାଙ୍କ ପେଟରେ ଲଗାଇଲେ ଗର୍ଭ ନଷ୍ଟ ହୁଏ ନାହିଁ । ଏହାକୁ ଗୋଲାପ ଜଳରେ ବାଟି ସୁଖାଇବା ପରେ ତାକୁ ମହୁ ସହିତ ମିଶାଇ ଖାଇଲେ ଶରୀର ପୁଷ୍ଟ ହୁଏ ।

*ପନ୍ନା ରତ୍ନ:-

କାଶ, ଅଗ୍ନିମାନ୍ଧ୍ୟ, ପଣ୍ଡୁରୋଗ ପାଇଁ ଏହା ଉତ୍କୃଷ୍ଟ ଔଷଧ ଅଟେ ।ପନ୍ନା ରତ୍ନ ମୁତ୍ରରୋଗ, ରକ୍ତବ୍ୟାଧି ଓ ହୃଦୟ ରୋଗରେ ଲାଭଦାୟକ ହୁଏ । ପନ୍ନା ଭସ୍ମ ଥଣ୍ଡା ଅଟେ, ଭୋକ ବଢାଏ, ହାଲିଆ, ଅଜିର୍ଣ, ଓ ପଣ୍ଡୁ ରୋଗରେ ଲାଭଦାୟକ ହୁଏ ।

*ପୋଖରାଜ ରତ୍ନ:-

ଶ୍ଵେତପୋଖରାଜ କୁ ଗୋଲାପ ଜଳରେ ଘୋରି ତାକୁ ଛାଇରେ ଶୁଖାଇବ । ଏହା ପୋଲିଓ, ଆମବାତ, କାଶ, ଶ୍ଵାସକଷ୍ଟ ଆଦି ରୋଗରେ ଲାଭକାରୀ ହୁଏ । ଏହାର ଭସ୍ମ ବିଷ ଓ ବିଷକ୍ତ କୀଟାଣୁ ମଧ୍ୟ ନଷ୍ଟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।