ଜାଣନ୍ତୁ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ରିଅଲ ଲାଇଫ ବିଷୟରେ ଓ ଜାଣନ୍ତୁ ସେ ଏବେ କେତେ କୋଟି ଟଙ୍କାର ମାଲିକ

0

ଆମ ଓଡିଆ ସିନେମା ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ।

ସବ୍ୟସାଚୀ ମିଶ୍ର ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ । ନିଜ ଅଭିନୟ ରେ ସେ ଘରେ ଘରେ ପରିଚିତ। ତାଙ୍କର ଜନ୍ମ ୬ ଅକ୍ଟୋବର ୧୯୮୫ ମସିହା ରେ ସମ୍ବଲପୁର ବୁର୍ଲା ଠାରେ ହୋଇ ଥିଲା। ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଯିଏ କି ଜଣେ ଆଇଏସ୍ ଅଫିସର। ମାଆ ଡ. ସୁଷମା ମିଶ୍ର ଜଣେ ମହାନ କବି ସହିତ ଅନେକ ଗୀତ ରଚନା ମଧ୍ୟ କରିଛନ୍ତି। ସବ୍ୟସାଚୀ ଙ୍କ ଜଣେ ଭାଇ ମଧ୍ୟ ଅଛନ୍ତି । ସେ ଜଣେ ଟେଲିକମ ଇଞ୍ଜିନୟର। ତେବେ ସବ୍ୟ ସମ୍ବଲପୁରରେ ଇଞ୍ଜିନୟରିଙ୍ଗ୍ କରିଥିଲେ। ଗତ ୧ ତାରିଖ ରେ ସେ ରାଜସ୍ଥାନ ର ଏକ ବିଳାସ ଭବନ ରେ ବିବାହ କରିଥିଲେ ଅର୍ଚ୍ଚିତା ଙ୍କୁ।ରିଲ୍ ଲାଇଫ ପରେ ରିଅଲ ଲାଇଫ ରେ ଦୁହେଁ ପତି ପତ୍ନୀ ହୋଇ ସାରିଛନ୍ତି।

ଛୋଟ ବେଳୁ ସବ୍ୟଙ୍କୁ ଅଭିନୟ ରେ କିଡ଼ା ଲାଗିଥିଲା। ତେଣୁ ପ୍ରଥମେ ପ୍ରଥମେ ସେ ଆଲବମ୍ କରୁଥିଲେ ପରେ ୨୦୦୭ ରେ ହର ପଟ୍ଟନାୟକ ତାଙ୍କୁ ସିନେମା କୁ ଆଣିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ପାଗଳ ପ୍ରେମୀ। ଫିଲ୍ମ୍ ଟି ସୁପର୍ ହିଟ୍ ହୋଇ ଥିଲା। ଏହା ପରେ ଗୋଟେ ପରେ ଗୋଟେ ଲଗାତାର ଭାବରେ ସେ ସୁପର୍ ହିଟ୍ ଫିଲ୍ମ୍ କରି ଚାଲିଲେ। ବର୍ତ୍ତମାନ ସୁଦ୍ଧା ସେ ପାଖା ପାଖି ୪୦ ଟି ଫିଲ୍ମ୍ କରି ସାରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିବା ସହିତ ସେ ବେଙ୍ଗଲୀ ଓ ତେଲଗୁ ଫିଲ୍ମ ମଧ୍ୟ କରି ସାରିଛନ୍ତି। ଏବେ ସେ ପାଖା ପାଖି ୩ ଟି ବେଙ୍ଗଲୀ ଫିଲ୍ମ୍ ଓ ୩ ଟି ତେଲଗୁ ଫିଲ୍ମ କରି ସାରିଛନ୍ତି। ଦେଖାଇବାକୁ ଗଲେ ସେ ଅନେକ ଫିଲ୍ମ୍ ଅର୍ଚ୍ଚିତା ଙ୍କ ସହିତ କରିଛନ୍ତି। ଏହି ଦୁଇ ଜଣ ଙ୍କ ଯୋଡି କୁ ଦର୍ଶକ ମାନେ ପସନ୍ଦ ମଧ୍ୟ କରନ୍ତି। ତାଙ୍କର ଆର୍ଥିକ ଉପାର୍ଜନ ହେଉଛି ବ୍ରାଣ୍ଡ ପ୍ରୋମୋଷନ୍। ସବ୍ୟ ଙ୍କୁ ବହୁ ମାତ୍ର ରେ ବ୍ରାଣ୍ଡ ପ୍ରୋମୋଷନ୍ ପାଇଁ ଆସିଥାଏ।ସେ ଗୋଟିଏ ବ୍ରାଣ୍ଡ ୫-୧୦ ଲକ୍ଷ ଯାଏ ନେଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।