ସ୍ତ୍ରୀ ଡାକ୍ତରଖାନାରେ କନ୍ୟା ସନ୍ତାନ ଜନ୍ମଦେବା ପରେ ସ୍ବାମୀ ଏଭଳି ଏକ କଥା କହିଲେ ଶୁଣିଲେ ଏବାକ୍ ହୋଇଯିବେ

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ ,

ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।ପ୍ରତିଦିନ ସକାଳେ ଆପଣ ଯେତେବେଳେ ଟିଭି ବା ଖବରକାଗଜ ଦେଖୁଥିବେ ନିଶ୍ଚିତ ଭାବରେ ଗୋଟିଏ ହେଡଲାଇନ ଥାଏ କି କନ୍ୟା ଭ୍ରୁଣ ହତ୍ୟା କିମ୍ବା ନବଜାତ କନ୍ୟା କୁ ଅଳିଆ ଗଦା ରୀ ଉଦ୍ଧାର ଆଦି ।

ତେବେ ଏ ସାମଜ ଯେତେ ଆଗେଇଲେ ମଧ୍ୟ ଏବେବି ଲୋକଙ୍କ ମାନସିକ ଚିନ୍ତାଧାରା ରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ।ଆମ ସାମଜ ଏବେ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ନାରୀ କୁ ସଂମାନର ସହ ଗ୍ରହଣ କରିନାହାଁନ୍ତି।ତେବେ ଏହିପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଯାହା ଜାଣିଲେ ଆପଣଂକ ଛାତି ଥରି ଉଠିବ ଏବଂ ଲୋମ ଟାଙ୍କୁରି ଉଠିବ।ସୂଚନାଯୋଗ୍ୟ ଯେ , ମଧ୍ୟପ୍ରଦେଶ ରେ ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ଗତ ଫେବୃଆରୀ ୨୩ ତାରିଖରେ ଏକ କନ୍ୟା ଶିଶୁ କୁ ଜନ୍ମ ଦେଇଥିଲେ ।

ତେବେ ସେହି ମହିଳା ହେଉଛନ୍ତି ଆଶା ଆଚାର୍ଯ୍ୟ ।କିନ୍ତୁ ଯେତେବେଳେ ୨୪ ତାରିଖ ଦିନ ତାଙ୍କର ସ୍ୱାମୀ ହସ୍ପିଟାଲ କୁ ଆସି ଜାଣିଥିଲେ କି ତାଙ୍କର ପ୍ରତ୍ନ ଗୋଟିଏ ଝିଅ କୁ ଜନ୍ମ ଦେଇଛନ୍ତି ସେତେବେଳେ ସେ ବହୁତ ରାଗିଯାଇ ଥିଲେ ଏବଂ ହସ୍ପିଟାଲ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ କରିଦେଉଥିଲେ ।ତେବେ ସେ ତାଙ୍କର ପତ୍ନୀ କୁ ଗାଳିଗୁଲଜ କରିବା ସହ ତାଙ୍କୁ ମାର ପିଟ କରିଥିଲେ ।ସେତେବେଳେ ସେହି ମହିଳାଙ୍କ ର ସାନ ଭଉଣୀ ଉଷା ତାଙ୍କୁ ରୋକିବା କୁ ଆସିଥିଲେ ସେ ତାକୁ ମଧ୍ୟ ମାରିଥିଲେ।ତେବେ ଏନେଇ ହସ୍ପିଟାଲର କାର୍ଯ୍ୟ କର୍ମୀ ମାନେ ତାଙ୍କୁ ଅଟକାଇ ଥିଲେ।

ଖାଲି ଏତିକି ନୁହେଁ ବରଂ ତାଙ୍କୁ ଜୀବନ ରୁ ମାରିଦେବା କୁ ଧମକ ମଧ୍ୟ ଦେଇଥିଲେ ।ତେବେ ଏନେଇ ସେ ପୋଲିସ ରେ ଅଭିଯୋଗ କରିଥିଲେ ।ଏବଂ କହିଥିଲେ କି ସେ ଭାରତୀୟ ରେଳବାଇ ରେ କାମ କରନ୍ତି। ସେ ୨୦୧୬ ମସିହାରେ ଏହି ଯୁବକ ଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ନିଜର ଚାକିରୀ ଟଙ୍କା ରୁ ତାଙ୍କର ପରିବାର ଚଳେ ବୋଲି ।ତେବେ ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ କୌଣସି ଚିକିତ୍ସା କରିନଥିଲେ ବରଂ ତାଙ୍କର ଭଉଣୀ ଉଷା ତାଙ୍କର ଯନ୍ତ୍ର ନେଉଥିଲେ। ତେବେ ମହିଳାଙ୍କ ଅଭିଯୋଗ ରେକର୍ଡ କରିବା ପରେ ପୋଲିସ ସେହି ଯୁବକ ଙ୍କୁ ଗିରଫ କରିଛି।

ତେବେ ବନ୍ଧୁଗଣ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ , ବର୍ତ୍ତମାନ ପୁଅ ଓ ଝିଅ ମଧ୍ୟରେ କୌଣସି ଫରକ ନାହିଁ ଯାହା ପୁଅ କରିପାରୁଛନ୍ତି ତା ଠାରୁ ବହୁତ ଅଧିକ ଝିଅ ମାନେ କରିବାରେ ସକ୍ଷମ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।