ଦେଖନ୍ତୁ ଭିଡିଓ – ବିବାହ ର 6-ଦିନ ପରେ ସୋସିଆଲ ମିଡିଆରେ ସୋୟାର କରିଲେ ବାହାଘର ସମୟର ଭିଡିଓ

0

କଥାରେ ଅଛି ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଉପରେ ହଇ ନଥାଏ ଯେଉଁଠି ମନ ସହ ମନ ର ଆଉ ଆତ୍ମା ସହ ଆତ୍ମା ର ମିଳନ ହେଇଥାଏ ସେହିଠାରେ ହିଁ ପ୍ରେମ ହଇ ଯାଇଥାଏ ।ଆଉ ହଁ ଆପଣ ମାନେ ଜାଣିଥିବେ ଯେତେବେଳେ କିଛି ଗୋଟେ ଚରିତ୍ର ପରିବେଷଣ କରିବା ପାଇଁ ପଡ଼ିଥାଏ ସେତେବେଳେ ନିଜ ଚରିତ୍ର ଭିତରେ ପଶି ଯିବ ପାଇଁ ପଡ଼ିଥାଏ ।

ସେହି ଭଳି ଭାବରେ ଆଜି ଆମର ଗୋଟିଏ ସୁନ୍ଦର ହିରୋ ଓ ହିରୋଇନ୍ ଦୁଇ ଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଯାଇଥିଲି ।ସେ ହେଉଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ।ଶେଷରେ ଗତକାଲି ତାଙ୍କର ବିବାହ ମଧ୍ୟ ହୋଇସାରିଛି। ଦୁହେଁ ଦୁହିଁଙ୍କର ହାତ ଧରିଛନ୍ତି ଏବଂ ଜୀବନ ସାଥି ହୋଇ ସାରା ଜୀବନ ଜିଇଁବା ପାଇଁ ଶପଥ ନେଇଛନ୍ତି।

ବାହାଘର ର ଉଭୟଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ।ସେମାନେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେଶ ରେ ବିବାହ କରିଛନ୍ତି। ଏହି ବାହାଘର ସେହି ପ୍ୟାଲେସ୍ ରେ ହେବ ବୋଲି ସେମାନେ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ମାନଙ୍କୁ ବିବାହ ପୂର୍ବରୁ ଜଣାଇଥିଲେ।

ଏବେ ଏବେ ବିବାହ ପରେ ସେଇ ଦୁଇଜଣ ତାଙ୍କ ବିବାହ ପରେ କିଛି ବଡ଼ ଖବର ଦେଇଛନ୍ତି ।ଯାହା ଶୁଣିଲେ ଆପଣ ସମସ୍ତେ ଖୁସି ହୋଇଯିବେ ।ଅର୍ଚ୍ଚିତା ଆଉ ସବ୍ୟସଚି ଙ୍କ ର ବାହାଘର ହେବ ଖବର ସମସ୍ତଙ୍କ ମନ କୁ ଆକର୍ଷିତ କରିଛି ।ଏହି ଦୁଇ ଲୋକ ପ୍ରିୟ ଯୋଡ଼ି ବହୁତ୍ ସୁନ୍ଦର୍ ହେଇଛି ଯେମିତି ରାଧା ଆଉ କୃଷ୍ଣ ଙ୍କ ଯୋଡ଼ି।

ତେବେ ଗତକାଲି କାଲି ଓଲିଉଡ୍‌ ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ଙ୍କ ବିବାହ ସମ୍ପନ୍ନ ହୋଇଛି। ସେମାନଙ୍କ ବାହାଘର ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଏହି ଦୁଇ ଯୋଡିଙ୍କୁ ବିବାହ କଷ୍ଟିମ୍ ରେ ଦେଖିବାକୁ ମିଳିଛି।ଆପଣଙ୍କୁ କହି ରଖୁଛୁ ଯେ ପୂର୍ବରୁ ଅଭିନେତା ସବ୍ୟସାଚୀ ଏବଂ ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ର୍ନିବନ୍ଧ ହୋଇ ସାରି ଥିଲା।

ଏନେଇ ପ୍ରଶଂସକ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଖୁସିର ଉତ୍ସବ ରେ ଅଗଣିତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କ ର ଆଶୀର୍ବାଦ ଆଶା କରିଛନ୍ତି।ଏହି ବାହାଘର ରାଜସ୍ଥାନ ର ନିମ୍ରଣା ଫର୍ଟ୍ ପାଲାସ୍ ରେ ଅନୁଷ୍ଠିତ ହୋଇଛି।ତେବେ ଏବେ ସୋସିଆଲ ମିଡିଆ ରେ ଏହି ଦୁଇ ଯୋଡିଙ୍କ ବିବାହ ଉତ୍ସବର କିଛି କିଛି ଖାସ୍ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦର୍ଶକ ଏବଂ ତାଙ୍କର ଅଗଣିତ ପ୍ରଶଂସକ ମାନେ ତାଙ୍କୁ ବହୁତ୍ ପସନ୍ଦ କରୁଛନ୍ତି।

୨୦୦୭ ରେ ଓଡ଼ିଆ ଚଳଚ୍ଚିତ୍ର ‘ପାଗଳପ୍ରେମୀ’ ଜରିଆରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଭିନେତା ସବ୍ୟସାଚୀ। ଏହା ପୂର୍ବରୁ ସେ ଆଲ୍‌ବମ୍‌ ଜଗତର ଜଣେ ପରିଚିତ ଚେହେରା ଥିଲେ।ସବ୍ୟସାଚୀ ମଧ୍ୟ ଓଡ଼ିଆ ଫିଲ୍ମ କରିବା ପରେ ତାଙ୍କ ଅଭିନୟ ର ଯାଦୁ ତେଲୁଗୁ ଫିଲ୍ମ ରେ ଦେଖେଇଥିଲେ।ସେଇ ଭଳି ଭାବେ ଆମ ଅର୍ଚ୍ଚିତା ଫିଲ୍ମ କରିବା ସହ ସେ ବହୁତ୍ ରିଆଳିଟୀ ଶୋ ଓ ଜଣେ ପ୍ରଖ୍ୟାତ ମଡେଲ ହିସାବ ରେ ପରିଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।