ପରୀକ୍ଷା ଫିସ୍ ଜମା କରିବାପାଇଁ ବାପା ଗାଁର ଜାଗା ବିକ୍ରି କରିଦେଲେ ,ପୁଅ ହେଇଗଲା IPS – କିନ୍ତୁ ତାପରେ ଯାହା କରିଲା

0

ପରିଶ୍ରମ ଓ ଚେଷ୍ଟା ବଳରେ ମଧ୍ୟ ବିରାଟ ଶୃଙ୍ଗ କୁ ଭି ଟାଳି ହୋଇପାରିବ ।କଥାରେ ଅଛି କଷ୍ଟ କଲେ କ୍ରିଷ୍ଣ ମିଳେ,ପରିଶ୍ରମ ଓ ଚେଷ୍ଟା କଲେ ତ ନିଜ ସ୍ୱପ୍ନକୁ ନିଶ୍ଚିତ ପୁରା କରିପାରିବା ଏହା ଆମେ ସମସ୍ତେ ଜାଣିଚୁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଆଇପିଏସ୍ ଅଫିସର୍ ଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ବହୁତ୍ ସାରା ଅସୁବିଧା ରେ ଥାଇ ମଧ୍ୟ ନିଜ ଆଶା ଅଭିଳାଷା ନିଜ ପରିଶ୍ରମ ବଳରେ ପାଇଥିଲେ ।

ହଁ ଆଜିକାର କଥା ହେଉଛି ଆଇପିଏସ୍ ନୁରୁଲ୍  ହସନଙ୍କର । ସେ ଉତ୍ତରପ୍ରଦେଶର ପିଲିଭିତ ର ଏକ ଛୋଟ ଗାଁରୁ ଜନ୍ମନେଇଥିଲେ। ଆଇପିଏସ୍ ନୁରୁଲ୍ ହସନ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେଇ ସମୟ ରେ  କିନ୍ତୁ କେବେ ବି ହାର୍ ମାନିନଥିଲେ ନିଜ ଚେଷ୍ଟା ବଳରେ ସେ ସିଭିଲ୍ ପରୀକ୍ଷା ଦେଇ ସଫଳ ହୋଇଥିଲେ ମଧ୍ୟ ,

ଆଜି ତାଙ୍କର ଏହି ଚେଷ୍ଟା ଫଳରେ ତାଙ୍କ ପରିବାର ଖୁସି ଅନୁଭବ କରୁଛନ୍ତି ଓ ନିଜକୁ ଗର୍ବିତ ମନେକରୁଛନ୍ତି । ମୂଳରୁପରେ ପିଲିଭିତ ଜିଲ୍ଲାର ହରରାୟପୁରରେ ରହୁଥିବା ନୁର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଥାଇ ମଧ୍ୟ ନିଜକୁ ନିଜ ଗୋଡରେ ଠିଆ ହୋଇଥିଲେ। ୨୦୧୫ ଆଇପିଏସ୍ ରେ ତାଙ୍କ ଚୟନ ହୋଇଥିଲା ନୁର୍ ବିନା କୋଚିଙ୍ଗ୍ ରେ ୟୁପି.ଏସ୍.ସି ପରୀକ୍ଷା ପାସ୍ କରିଥିଲେ ମଧ୍ୟ ।

ଚତୁର୍ଥ ଶ୍ରେଣୀ କର୍ମଚାରୀ ପୁଅ ନୁର୍ ନିଜ ସଫଳତା କଥା କହିକରି ଭାବୁକ ହୋଇଯାଆନ୍ତି । ସେ ବର୍ତ୍ତମାନ ଭାରତୀୟ ପୁଲିସ୍ ସେବାର ଆଇ.ପି.ଏସ୍ କାର୍ଯ୍ୟରତ ଅଛନ୍ତି ଓ ତାଙ୍କର ନିଯୁକ୍ତ ମହାରାଷ୍ଟ୍ର ରେ ହୋଇଛି । ତାଙ୍କ ଆଇପିଏସ୍ ପ୍ରାରମ୍ଭିକ ଶିକ୍ଷା ସେଠାରେ ହୋଇଥିଲା ଯେଉଁଠି ତାଙ୍କ ବାପା ଜମି ରେ କାର୍ଯ୍ୟ କରୁଥିଲେ ।ସେ ବହୁତ ଗରିବ ପରିବାରରୁ ଜନ୍ମ ନେଇଛନ୍ତି । ତାଙ୍କର ଦୁଇ ଭାଇ ଅଛନ୍ତି ।

ହେଲେ ସେ ବ୍ଲକ୍ ର ଗୁରୁନାନକ ହାଇସ୍କୁଲ୍ ରୁ ୬୭ ପ୍ରତିଶତ ସହ ଦଶମ ଓ ସ୍କୁଲ୍ ଟପର୍ ହୋଇଥିଲେ । ତାହାପରେ ତାଙ୍କ ବାପା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ ହୋଇ ବରେଲି ଆସିଗଲେ , ସେମାନେ ମନୋହରଲାଲ ଭୁଷଣ କଲେଜରୁ ୭୫ ପ୍ରତିଶତ ସହ +୨ ପାସ୍ କଲେ , +୨ ପରେ ନୁର୍ ସିଲେକ୍ସନ୍ ଏ.ଏମ.ୟୁ ଅଲ୍ଲୀଗଡ ବିଟେକ୍ ରେ ହୋଇଗଲା , କିନ୍ତୁ ଫିସ୍ ଭରିବାପାଇଁ ପଇସା ନଥିଲା ସେଥି ପାଇଁ ତାଙ୍କ ବାପା ତାଙ୍କର ଗୋଟିଏ ଏକର ଜାଗା ବିକି ଦେଇଥିଲେ ।

ଏହା ପରେ ତାଙ୍କ ଗ୍ରାମ ରେ ଥିବା ଏକ କମ୍ପାନୀ ରେ ଚାକିରି କରିଥିଲେ।ଏତିକି ସ୍ୟାଲେରୀରେ ଘର ଚଳାଇବା ବହୁତ୍ କଷ୍ଟକର ଥିଲା । ରିସର୍ଚ୍ଚ ଇନଷ୍ଟ୍ରିଟ୍ୟୁଡ୍ ପରୀକ୍ଷାରେ ନୁରଙ୍କ ଚୟନ ତାରାପୁର ମୁମ୍ବାଇରୁ ବୈଜ୍ଞାନିକ ପଦରେ ହୋଇଗଲା । ଯେଉଁ ସମୟରେ ତାଙ୍କର ସିଭିଲ୍ ସେବା ଚୟନ ହୋଇଥିଲା । ସେ ଅଟୋମିକ୍ ସେଣ୍ଟର୍ ନୋସେରାରେ ପୋଷ୍ଟିଙ୍ଗ୍ ହୋଇଥିଲେ ।ସିଭିଲ୍ ସେବା ମୁଖ୍ୟ ପରୀକ୍ଷାରେ ନୂର ପବ୍ଲିକ୍ ଆଡମିନିଷ୍ଟ୍ରେଟର୍ ଭାବେ ବଛାହେଲେ ।

ସେ ଏକ ଇଣ୍ଟରଭ୍ୟୁରେ ଅନୁଭବ କଲେ କି ମୋତେ ଅଲଗା ପ୍ରଶ୍ନ କରାଯାଇଥିଲା । କାରଣ ମୁଁ ନ୍ୟୁକ୍ଲିୟର୍ ବୈଜ୍ଞାନିକ ଥିଲି। ଇଞ୍ଜିନିୟରିଙ୍ଗ୍ ,ସଂବିଧାଣ ଓ କ୍ରିକେଟ୍ ପ୍ରଶ୍ନ କିନ୍ତୁ ପଚାରାଯାଇଥିଲା।ସେ ନିଜ ପରିଶ୍ରମ ଫଳରେ ଆଜି ବହୁତ୍ କଷ୍ଟ କର ଜୀବନ ରୁ ପାର୍ ହୋଇ ଆଜି ଏହି ସ୍ଥାନ ରେ ପହଞ୍ଚିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From – mpositive.in