ସାରା ଦେଶରେ ଚହଳ ପଡିଛି ଏ ଘଟଣା ସୁଇସାଇଡ ପୂର୍ବରୁ ବନେଇଲେ ଭିଡିଓ ଦେଖନ୍ତୁ live videoରେ କଣ କହୁଛନ୍ତି

0

ପୃଥିବୀ ପୃଷ୍ଠ ରେ ମାନବ ଜନ୍ମ ଏକ ଶ୍ରେଷ୍ଠ ଜନ୍ମ। ଭଗବାନ ବ୍ରହ୍ମା ସବୁ ପ୍ରାଣୀ ମାନଙ୍କୁ ସୃଷ୍ଟି କରିଛନ୍ତି।ସେଥି ମଧ୍ୟରୁ କେବଳ ମଣିଷକୁ ହି ବୁଝିବା ଓ ବୁଝାଇବା ର ଶକ୍ତି ପ୍ରଦାନ କରିଛନ୍ତି।ମଣିଷ ଶ୍ରେଷ୍ଠ ହୋଇ ମଧ୍ୟ ନିକୃଷ୍ଟ କାର୍ଯ୍ୟ କରିଥାଏ।ମନୁଷ୍ୟ ଜୀବନ ପଥରେ ବହୁ ଅସୁବିଧା,ବାଧାବିଘ୍ନ ଆସିଥାଏ।ଆଉ ସେସବୁ କୁ ସାହସିକତା ର ସହ ସାମ୍ନା କରିବାକୁ ପଡ଼ିଥାଏ।କିନ୍ତୁ ଆଜି କାଲି ମଣିଷର ମନ ଏତେ ଦୁର୍ବଳ ଯେ ସେ ଆତ୍ମହତ୍ୟା ଶ୍ରେୟ ବୋଲି ମନେକରୁଛି।

ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ।କିନ୍ତୁ ମଣିଷ ଯେତେବେଳେ ଅସହ୍ୟ ହୋଇ ଏପରି କିଛି ପରିସ୍ଥିତିରେ ପହଞ୍ଚିଯାଏ ଯାହାକି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ।ତେବେ ସେହିପରି କିଛି ଘଟଣା ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସେହି ଦୁଃଖଦ ଘଟଣା ସମ୍ପର୍କରେ।ଗୁଜୁରାଟ ର ଆହାମାଦାବାଦ ଠାରେ ଏକ ମୁସଲିମ ସମ୍ପ୍ରଦାୟ ଝିଅ ଆଇସା ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେ କିଛି ଏମିତି କହିଲେ ଯାହା ଶୁଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ।

ଆଈସା କହିଥିଲେ – “ମୁଁ ଶାନ୍ତିରେ ବିଦାୟ ନେବାକୁ ଚାହୁଁଛି ଆଲ୍ଲା ଙ୍କ ନିକଟରେ ପ୍ରାର୍ଥନା କରୁଛି,ପୁନର୍ବାର ମଣିଷ ଜନ୍ମ ନେବାକୁ ଚାହୁଁ ନାହିଁ।ଏଇଠି ସବୁ ଉତ୍ତର ପାଇଗଲି।ଯଦି ପ୍ରେମ ଉଭୟ ପାର୍ଶ୍ଵରେ ଥାଏ ,ତେବେ ପ୍ରେମ ଗୋଟିଏ ପାର୍ଶ୍ଵ ରୁ ହାସଲ ହୁଏ ନାହିଁ। ବିବାହ ପରେ ମଧ୍ୟ କିଛି ପ୍ରେମ ଅସମ୍ପୂର୍ଣ୍ଣ ରହିଯାଏ।ଏହି ସୁନ୍ଦର ନଦୀରେ ମୁ ମୋର ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହେଁ। ମୁଁ ପବନ ପରି ପ୍ରବାହିତ ହେବାକୁ ଚାହେଁ”।

ଏହି ସବୁ ସ୍ପର୍ଶକାତର ଶବ୍ଦ ଆଏସା ଭିଡିଓ ମାଧ୍ୟମରେ କହିଥିଲେ।ମୁସଲିମ ବ୍ୟକ୍ତିଗତ ଆଇନ୍ ମଧ୍ୟ ଏହି ଭିଡିଓ ଉପରେ ମତବ୍ୟକ୍ତ କରିଛି।ଶାଶୁଘର ନିର୍ଯାତନା ତଥା ଯୌତୁକ ନିର୍ଯାତନା ରେ ଅସନ୍ତୁଷ୍ଟ ହୋଇ ତାଙ୍କ ମୃତ୍ୟୁ ପାଇଁ କୌଣସି ବାଟ ନଥିଲା ବୋଲି କୁହାଯାଇଛି।ଆତ୍ମହତ୍ୟା ପୂର୍ବରୁ ଭିଡିଓ ଦ୍ଵାରା ଦୁଃଖ,ଯନ୍ତ୍ରଣା ଓ ପ୍ରେମ ଅଭାବ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି। ଆଇଶା ଙ୍କ ଦୁଃଖଦ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଲୋକମାନେ ସୋସିଆଲ ମିଡିଆରେ ରେ ବହୁ ମତାମତ ଦେଉଛନ୍ତି।କିଛି ଲୋକ ଆଇସ ପଦକ୍ଷେପ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଆତ୍ମହତ୍ୟା ସାହସିକତା ର କଥା ନୁହେଁ ବୋଲି ମତଦାନ କରିଛନ୍ତି। ଅଲ ଇଣ୍ଡିଆ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି।ବୋର୍ଡ ର ସାଧାରଣ ସମ୍ପାଦକ ମୌଲାନା ୱାଳି ରେହେମନି ଦୁଃଖ ପ୍ରକାଶ କରିଛନ୍ତି।ସମାଜ ପାଇଁ ଏଭଳି ଘଟଣା ଲଜ୍ଜ୍ୟଜନଜ ବୋଲି କହିଛନ୍ତି।

ତେବେ ସେ ସବୁ ସଭ୍ୟର ଲୋକଙ୍କୁ ଯୌତୁକ ନିର୍ଯାତନା ଭଳି ଘୃଣ୍ୟ କାମରୁ ବିଚ୍ୟୁତ ହେବାକୁ ନିବେଦନ କରିଛନ୍ତି।ତେଣୁ ସବୁ ସମସ୍ୟାର ସମାଧାନର ବାଟ ଆତ୍ମହତ୍ୟା ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।