ଏହି ଗ୍ରାମରେ ରହିଲେ ମିଳୁଛି ୩୮.୬୦ ଲକ୍ଷ ଟଙ୍କା । ବିଜ୍ଞାପନ ଦେଖି ୧୫ ଶହ ଲୋକ କରିସାରିଲେଣି ଆବେଦନ କ’ଣ ଆପଣ

0

ସାଧାରଣ ଭାବରେ ଗୋଟିଏ ଦେଶରେ ୪ ଟି ମୂଳ ବୈଶିଷ୍ଟ୍ୟ ରହିଥାଏ ।ସେଗୁଡିକ ହେଉଛି ଜନସଂଖ୍ୟା , ସରକାର , ସର୍ବଭୌମ ଏବଂ ଭୌଗଳିକ ପରିସୀମା। ତେବେ ଏଥି ମଧ୍ୟରୁ ଜନସଂଖ୍ୟା ହେଉଛି ଅନୁତମ । ଏମିତି ମଧ୍ୟ କୁହାଯାଏ ଯେ ଗୋଟିଏ ଦେଶର ଉନ୍ନତି ଏବଂ ବିଶ୍ଵ ରେ ଏହାର ପ୍ରଭାବ ବିସ୍ତାର କରିବା ପାଇଁ ଏହାର ଜନସଂଖ୍ୟା ର ଆବଶ୍ୟକତା ରହିଥାଏ। କାରଣ ଗୋଟିଏ ଦେଶର ନାଗରିକ ଯେତେ ଅଧିକ ଆଉ ଶକ୍ତିଶାଳୀ ସେ ଦେଶ ମଧ୍ୟ ସେତିକି ସମୃଦ୍ଧ ଏବଂ ସେତିକି ଶକ୍ତିଶାଳୀ ।


କିନ୍ତୁ ଭାବନ୍ତୁ ଯଦି ଗୋଟିଏ ଦେଶରେ ଗୋଟିଏ ଗ୍ରାମ ରେ ଜନବସତି ନଥାଏ ବା ସେଠାରେ ବହୁତ କମ ଜନସଂଖ୍ୟା ଥାଏ ତ ସେ ଗ୍ରାମର ର ଉନ୍ନତି କିପରି ହେବ ।ତେବେ ଏଠାରେ ସେହି ଦେଶର ସରକାର ସେହି ନିର୍ଦ୍ଦିଷ୍ଟ ସ୍ଥାନର ଜନସଂଖ୍ୟା ବୃଦ୍ଧି କରିବାକୁ ଭିନ୍ନ ଭିନ୍ନ ଉପାୟ କରିବେ ।ତେବେ ଏହିପରି ଏକ ଚମତ୍କାରୀ ଘଷଣା କରିଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ।ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ତଥ୍ୟ ।


ସୂଚନାଯୋଗ୍ୟ ଯେ , ଇଟାଲିର ସାଣ୍ଟୋ ଷ୍ଟେôଫିନୋ ସିସୋନିଆ ନାମକ ଏକ ସୁନ୍ଦର ସ୍ଥାନ ରହିଛି । ଏହି ସ୍ଥାନ ଟିର ଚାରି ପାଖ ସମ୍ପୂର୍ଣ୍ଣ ଜଙ୍ଗଲ ରେ ଘେରା ହୋଇଛି ଏବଂ ଏହା ପାହାଡ଼ ମଧ୍ୟରେ ଏକ ଛୋଟ ଗ୍ରାମ ଟିଏ ଆଉ ଏହାର ଜନସଂଖ୍ୟା ମାତ୍ର ୧୧୫ ଯାହାକି ଏହାର ଉନ୍ନତି ରେ ବହୁତ ବାଧା ସୃଷ୍ଟି କରିଛି । ଆଉ ସେହି ୧୧୫ ଜଣଙ୍କ ମଧ୍ୟରୁ ୨୦ ଜଣ ୨୦ ବର୍ଷ ରୁ କମ ବୟସର ହୋଇଥିବା ବେଳେ ଆଉ ସମସ୍ତ ବ୍ୟକ୍ତି ୪୦ ରୁ ୬୫ ବର୍ଷ ମଧ୍ୟରେ । ତେଣୁ ଏଠାରେ ଆର୍ଥିକ ବ୍ୟବସ୍ଥା ପୁରା ଖରାପ ଅବସ୍ଥାରେ ରହିଛି ।ତେଣୁ ଇଟାଲୀ ର ସରକାର ଲୋକମାନ ଙ୍କ ପାଇଁ ଏକ ସୁଯୋଗ ଆଣିଛନ୍ତି ଯେଉଥିରେ ଜଣେ ବ୍ୟକ୍ତି ସ୍ଥାୟୀ ଭାବରେ ନିଜର ବାସ ସ୍ଥାନ ପାଇବା ସହ ବହୁତ ମୁଲ୍ୟ ର ଟଙ୍କା ମଧ୍ୟ ଦେବାର ଯୋଜନା ରଖିଛନ୍ତି ।


ତେବେ ଇଟାଲିର ସାଣ୍ଟୋ ଷ୍ଟେôଫିନୋ ସିସୋନିଆ ରହିବା ପାଇଁ ଲୋକମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।ତେବେ ଏହି ସ୍ଥାନରେ ରହିବା ପାଇଁ ସରକାର ୧୮ ବର୍ଷ ରୁ ୪୦ ବର୍ଷ ବୟସର ଲୋକମାନଙ୍କ ପାଇଁ ରହିଛି ।ସ୍ଥାନୀୟ ପ୍ରଶାସନ ମୁତାବକ ଏହି ଗାଁରେ ଯେକୌଣସି ଲୋକ ସ୍ଥାୟୀ ବାସିନ୍ଦା ହୋଇ ରହିବାକୁ ଚାହିଁଲେ ପ୍ରଶାସନ ତାଙ୍କୁ ୬.୯୪ ଲକ୍ଷ ଟଙ୍କା ପ୍ରଦାନ କରିବ । ଏହି ବିଜ୍ଞାପନ ଦେଖିବା ପରେ ଏଥିରେ ରହିବା ପାଇଁ ପ୍ରାୟ ୧୫ ସହ ଲୋକ ଅନଲାଇନ ମଧ୍ୟମ ରେ ଏହି ୱେବସାଇଟ ରେ ଆବେଦନ କରିସାରିଛନ୍ତି । କିନ୍ତୁ ସରକାର ଙ୍କ କହିବା ମୁତାବକ ଏଠାରେ ମାତ୍ର ଦଶ ଜଣ ଅର୍ଥାତ ୫ ଯୋଡି ଲୋକ ଙ୍କର ରହିବାର ସୁବିଧା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅନଲାଇନ ୱେବସାଇଟ ଟି ଲୋକମାନ ଙ୍କ ପାଇଁ ଉପଲବ୍ଧ ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।