ହେ ଭଗବାନ ! ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ବାହା ହେବା ପରେ କେମିତି ଅବସ୍ଥାରେ ଅଛନ୍ତି ପ୍ରଥମ ସ୍ତ୍ରୀ ସୀମା ? ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

0

ଭାରତୀୟ ସଂସ୍କୃତିରେ ବିବାହ ଏକ ଦିବ୍ୟ ପ୍ରଣୟ ସମ୍ପର୍କ।ଆଜିକାଲି ସମାଜରେ ବିବାହ ଅଧିକତଃ ପ୍ରେମ ମାଧ୍ୟମରେ ସ୍ଥିର ହେଉଛି।ପ୍ରେମ ଏପରି ଏକ ସମ୍ପର୍କ ଯାହାକୁ ବୁଝି ହୁଏ ନାହିଁ , କେତେବେଳେ କୋଉଠି ବି କାହା ସହ ହୋଇଯାଏ।ତେବେ ଭାରତ ରେ ପ୍ରଭୁ ରାମଚନ୍ଦ୍ର ଙ୍କ କାଳରୁ ଏକ ପତ୍ନୀକ ପ୍ରଥା ଚଳି ଆସୁଥିଲା।କିନ୍ତୁ ବର୍ତ୍ତମାନ ସେ ପ୍ରଥା ଦୃଶ୍ୟ ହେଉନାହିଁ।ବିବାହ ପରେ ପ୍ରେମର ମଧୁରତା କମିଗଲେ ଧୀରେଧୀରେ ସେ ବିବାହ ସମ୍ପର୍କ ଦୁରତାରେ ପରିଣତ ହୋଇଯାଏ।

ଯାହାକି ଛାଡ଼ପତ୍ର ର ପରିସ୍ଥିତି ଉପୁଜେ।ତେବେ ଆସନ୍ତୁ ଜାଣିବା ଓଲିଉଡ଼ ଇଣ୍ଡଷ୍ଟ୍ରି ର ନାୟକ ସବ୍ୟସାଚୀ ଙ୍କ ପ୍ରଥମ ସ୍ତ୍ରୀ ସୀମା କୋଉଠି ଅଛନ୍ତି ଏବଂ କଣ କରୁଛନ୍ତି।ବର୍ତ୍ତମାନ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି ସବ୍ୟ ଅର୍ଚ୍ଚିତା ଙ୍କ ବିବାହ କଥା।ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ଆଜି ବାସ୍ତବ ଜୀବନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ସବ୍ୟ ଅର୍ଚ୍ଚିତା ଙ୍କ ବିବାହ ପରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ସବ୍ୟ ଙ୍କ ପ୍ରଥମ ବିବାହ କଥା।

ଆପଣ ମାନେ ପ୍ରାୟ ଜାଣିଥିବେ ସବ୍ୟ ଅର୍ଚ୍ଚିତା ଙ୍କୁ ବିବାହ ପୂର୍ବରୁ ପ୍ରଥମ ବିବାହ କରିଥିଲେ।ଅର୍ଚ୍ଚିତା ତାଙ୍କର ଦ୍ଵିତୀୟ ପତ୍ନୀ।ତେବେ ଏବେ ପ୍ରଶ୍ନ ଉଠୁଛି ଯେ ସବ୍ୟ ଙ୍କ ପ୍ରଥମ ସ୍ତ୍ରୀ କିପରି ଅବସ୍ଥାରେ ଅଛନ୍ତି।ତେବେ ସବ୍ୟ ଅର୍ଚ୍ଚିତା ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସ ରେ ରୟାଲ ଷ୍ଟାଇଲ ରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ।ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ଉଭୟ ବିବାହ କରିଥିଲେ।କାରଣ ସବ୍ୟ ଅର୍ଚ୍ଚିତା ଙ୍କୁ ଦ୍ଵିତୀୟ ବିବାହ କରୁଥିଲେ।ସବ୍ୟସାଚୀ ପୂର୍ବରୁ ପ୍ରଥମ ବିବାହ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଛାଡ଼ପତ୍ର ହୋଇଥିଲା।

ତେବେ ସବ୍ୟଙ୍କ ପ୍ରଥମ ସ୍ତ୍ରୀଙ୍କ ର ନାମ ହେଉଛି ସୀମା।ଉଭୟ ସବ୍ୟ ଏବଂ ସୀମା ସମ୍ବଲପୁର ସ୍ଥିତ ଏକ ଘୋରୋଇ ଇଞ୍ଜିିନୀୟରିଂ କଲେଜ ରେ ପାଠ ପଢୁଥିଲେ।ପ୍ରଥମେ ବନ୍ଧୁତା ପରେ ଉଭୟ ପ୍ରେମରେ ରେ ପଡିଯାଇଥିଲେ।ଏବଂ ଉଭୟ ବିବାହ କରିବା ପାଇଁ ମନସ୍ଥ କରିଥିଲେ।ପରେ ୨୦୦୮ ରେ ସବ୍ୟ ଓ ସୀମା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।କିନ୍ତୁ ତାଙ୍କର ଏହି ପ୍ରେମ ବିବାହ ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା ।କୌଣସି ବିବାଦ କାରଣରୁ ଉଭୟ ପରସ୍ପର ଠାରୁ ବିଚ୍ଛିନ୍ନ ହେବାକୁ ଚାହୁଁ ଥିଲେ।

ଶେଷରେ ୨୦୧୫ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।ବର୍ତ୍ତମାନ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବିବାହ କରି ଏକ ସୁଖମୟ ବୈବାହିକ ଜୀବନ ଆରମ୍ଭ କରିବାକୁ ଚାହିଁଛନ୍ତି।ସବୁଠୁ ଚର୍ଚ୍ଚା ର ବିଷୟ ଏହି କି ଯେ ପ୍ରଥମ ସ୍ତ୍ରୀ ସୀମା କୋଉଠି ଅଛନ୍ତି।କିନ୍ତୁ ତାଙ୍କର ପ୍ରଥମ ସ୍ତ୍ରୀ ଙ୍କ ବିଷୟରେ ଏପର୍ଯ୍ୟନ୍ତ କାହାରିକୁ କୌଣସି ବି ସୂଚନା ମିଳିପାରିନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।