Ollywood khabar – ବିବାହ ପରେ ପ୍ରଥମ ଥର ଅର୍ଚ୍ଚିତା ସବ୍ୟଙ୍କ ସହ ସୁଟିଂ ସେଟ୍ କୁ ଗଲେ

0

ବନ୍ଧୁମାନେ ଆପଣ ପ୍ରାୟତଃ ଜାଣିଥିବେ ଏଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟିଏ କଥା ଚର୍ଚ୍ଚାର ବିଷୟ ପାଲଟିଛି।ତାହା ହେଉଛି ସବ୍ୟ ଅର୍ଚ୍ଚିତାଙ୍କ ବିବାହ କଥା।ହଁ ଆଜ୍ଞା ଓଲିଉଡ ଇଣ୍ଡଷ୍ଟ୍ରି ର ସୁନାମଧନ୍ୟ ନାୟକ ତଥା ବିପଦର ବନ୍ଧୁ ସବ୍ୟସାଚୀ ମିଶ୍ର ମାର୍ଚ୍ଚ ୧ ତାରିଖ ୨୦୨୧ ରେ ରାଜସ୍ଥାନ ର ଏକ ବିଳାସପୂର୍ଣ୍ଣ ପ୍ୟାଲେଶ ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ।

ଏମାନଙ୍କ ଯୋଡିକୁ ଦର୍ଶକମାନେ ସିନେମାରେ ବହୁ ପସନ୍ଦ କରୁଥିବା ବେଳେ ବାସ୍ତବ ଜୀବନ ରେ ଉଭୟ ସ୍ବାମୀ ସ୍ତ୍ରୀ ଦିବ୍ୟ ବନ୍ଧନରେ ବାନ୍ଧି ହୋଇଗଲେ। ଚଳଚ୍ଚିତ୍ର ଜଗତରୁ ସବ୍ୟ ଅର୍ଚ୍ଚିତା ଙ୍କ ର ପ୍ରେମର ଗାଡ଼ି ଆରମ୍ଭ ହୋଇଥିଲା।ହେଲେ ଏବେ ସେହି ପ୍ରେମ ସଫଳତା ପ୍ରାପ୍ତ କରିଛି।ସବ୍ୟ ଅର୍ଚ୍ଚିତା ଙ୍କ ଯୋଡ଼ି ସତେ ଯେମିତି ରାଧାକୃଷ୍ଣ ଙ୍କ ଯୋଡ଼ି।

ତେବେ ସବ୍ୟ ଅର୍ଚ୍ଚିତା ଙ୍କ ବିବାହ ପରେ ଆଉ ଏକ କଥା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଆସନ୍ତୁ ଜାଣିବା ସେହି କଥା ବିଷୟରେ।ବିବାହ ପରେ ସବ୍ୟ ଅର୍ଚ୍ଚିତା ପ୍ରଥମ ଥର ପାଇଁ ସୁଟିଂ ସେଟକୁ ଫେରିଛନ୍ତି।ତେବେ ଏହାର କାରଣ କଣ।କଣ ପାଇଁ ଏତେ ଶୀଘ୍ର ଫେରିଲେ ସୁଟିଂ ସେଟ୍ କୁ।କିଛି ନୂଆ ଚଳଚ୍ଚିତ୍ର ପାଇଁ କି?ବିବାହ ପରେ ଓଡ଼ିଶା କୁ ଫେରିଆସିବା ପରେ ସବ୍ୟସାଚୀ ଇଣ୍ଟର୍ଭ୍ୟୁ ରେ କହିଥିଲେ ଯେ ,ସେ ଏହି ଆକଟିଂ ମାଧ୍ୟମରେ ଏତେ ଆଗକୁ ଆସିପରିଛନ୍ତି,ଏବଂ ବହୁତ ଜଲଦି ସେ ସୁଟିଂ ସେଟ୍ କୁ ଫେରିବେ ବୋଲି କହିଥିଲେ।ତେବେ କଣ ରହିଛି କାରଣ ଏତେ ଶୀଘ୍ର ସୁଟିଂ ସେଟ୍ କୁ ଫେରିବାରେ।କିଛି ନୂଆ ଫିଲ୍ମ ପାଇଁ ନା ଆଉ କିଛି।

ତେବେ ଆପଣମାନେ ପ୍ରାୟତଃ ଦେଖୁଥିବେ ଯେ ଏବେ ସବ୍ୟ ଅର୍ଚ୍ଚିତା ଙ୍କ ର ବହୁତ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ଚାଲିଛି।ସେହି ଫଟୋ ଏକ ରିଆଲିଟି ସୋ ର ବୋଲି ଜଣାପଡ଼ୁଛି।ସବ୍ୟ ଅର୍ଚ୍ଚିତା ଙ୍କୁ ଜୀ ସାର୍ଥକ ଚାନେଲ ରେ ସଂସାର ଆୱାର୍ଡ଼ ରିଆଲିଟୀ ସୋ ରେ ଦେଖିବାକୁ ମିଳିବ।ରିଲ ଲାଇଫ ରେ ଦେଖିଆସୁଥିବା ଯୋଡ଼ି କୁ ରିଅଲ ଲାଇଫରେ ପ୍ରଥମ ଥର ପାଇଁ ଏକ ଷ୍ଟେଜ ସୋ ରେ ଆପଣମାନେ ଦେଖିବାକୁ ପାଇବେ।

ଆଶା କରୁଛୁ ଆପଣ ମାନେ ବହୁତ ଏକ୍ସସିଟେଡ ଥିବେ ସେ ଯୋଡ଼ି କୁ ଦେଖିବା ପାଇଁ।ଏହି ରିଆଳିଟି ସୋ ହେଉଛି ବିବାହ ପରର ସବ୍ୟ ଅର୍ଚ୍ଚିତା ଙ୍କ ର ଟିଭି ପରଦାର ପ୍ରଥମ ସୋ।ତେବେ ଆପଣ ମାନେ ଖୁବ୍ ଶୀଘ୍ର zee ସାର୍ଥକ ରେ ଉଭୟକୁ ଦେଖିପାରିବେ।ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ।ପ୍ରଭୁ ଜଗନ୍ନାଥ ତାଙ୍କ ସମ୍ପର୍କର ଡୋରି କୁ ଆଶୀର୍ବାଦ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।