ସ୍ବର୍ଗତ ବିଜୟ ମହାନ୍ତିଙ୍କ ଜୀବନୀ ସମ୍ବନ୍ଧ ରେ କିଛି ଜଣା ଅଜଣା କଥା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଓଲିଉଡ଼ ଜଗତର ବେତାଜ୍ ବାଦଶାହ୍ । ଯାହାଙ୍କୁ ଓଲିଉଡ଼ ଜଗତରେ ଦିଲ୍ଲୀପ କୁମାର ବୋଲି ମଧ୍ୟ କୁହାଯାଏ। ଅଭିନୟ ଜଗତ ରେ ଯେଉଁଠି ସେ ନିଜର ପାଦ ଥାପିଛନ୍ତି ସେଇଠି ନିଜର ଏକ ନିଜସ୍ଵ ସାମ୍ରାଜ୍ୟ ସୃଷ୍ଟି କରିଛନ୍ତି। ଅଭିନୟ କୁ ଚାଡିକି ସେ ପରବର୍ତ୍ତୀ କାଳରେ ରାଜନୀତି ରେ ମଧ୍ୟ ନିଜର ପାଦ ଥାପିଥିଲେ। ହେଲେ ଏବେ ଆମ ଗହଣରେ ଆଉ ନାହାନ୍ତି ସେହି ଲୋକୋପ୍ରୀୟ ତଥା ବରିଷ୍ଠ ଅଭିନତା ବିଜୟ ମହାନ୍ତି।

ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସେ। ତେବେ ଏହି ମହାନ କଳାକାର ବିଜୟ ମହାନ୍ତିଙ୍କ ପାରିବାରିକ ଜୀବନ, କର୍ମକ୍ଷେତ୍ର ରେ ତାଙ୍କ ଦକ୍ଷତା ଏବଂ ସ୍ବାସ୍ଥ୍ୟ ଅବସ୍ଥା ବିଷୟ ରେ ଆସନ୍ତୁ ଜାଣିବା।୧୯୫୦ ମସିହା ଅପ୍ରେଲ ୮ ତାରିଖ ରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ହେଇଥିଲେ। ସ୍କୁଲ୍ ରେ ପଢିବା ଠାରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା।

ସେଥିପାଇଁ ଦେଲ୍ଲୀ ର ନସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ରେ ସେ ବଲିଉଡ୍ ଅଭିନେତା ଓମପୁରୀ ଓ ନାସିରୁଦ୍ଦିନ ସାହାଙ୍କ ସହିତ ପାଠ ପଢିଥିଲେ। ତାପରେ ୧୯୭୭ ରେ ପ୍ରଥମଥର ପାଇଁ ଓଡ଼ିଆ ଫିଲ୍ମ “ନାଗଫାଶ” ରେ ଅଭିନୟ କରି ସିନେମା ରେ ପାଦ ଥାପିଥିଲେ । ଅନେକ ଚଳଚ୍ଚିତ୍ରରେ ଖଳନାୟକ ର ଭୂମିକା ମଧ୍ୟ ନିଭାଇଛନ୍ତି ସେ। ତାଙ୍କର ସୁପରହିଟ୍ ସିନେମା ଗୁଡ଼ିକ ମଧ୍ୟରେ ସମୟ ବଡ଼ ବଳବାନ୍, ଦଣ୍ଡା ବାଳୁଙ୍ଗା, ଚକା ଭଉଁରୀ, ସହରୀ ବାଘ, ଆଦିରେ ନିଜର ଯାଦୁ ଦେଖେଇଥିଲେ ବିଜୟ ମହାନ୍ତି। କ୍ୟାରିଅର ଆରମ୍ଭରୁ ୧୭୫ ଟି ସିନେମାରେ ଅଭିନୟ କରିଛନ୍ତି ସେ।

ସିନେମା ଜଗତର ଅନ୍ୟ ଜଣେ ମହାନ ଅଭିନେତ୍ରୀ ତନ୍ଦ୍ରା ରାୟ ଙ୍କୁ ବିବାହ କରିଥିଲେ। ତାଙ୍କର ଏକମାତ୍ର ଝିଅ ହେଉଛନ୍ତି ଜସ୍ମିଁନ ମହାନ୍ତି । ସେ ବିବାହ କରି ନିଜର ସ୍ବାମୀ ଏବଂ ପିଲା ସହ ରହୁଛନ୍ତି ହାଇଦ୍ରାବାଦ ରେ।୨୦୧୪ ରେ ବିଜୟ ମହାନ୍ତି ଜୟଦେବ ପୁରସ୍କାର ସହ ଅନେକ ସମ୍ମାନ ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ସେ। ଖାଲି ଅଭିନୟ ନୁହଁ ରାଜନୀତି ରେ ଭି ରୁଚି ରଖିଥିଲେ ସେ। ୨୦୧୪ ରେ କଂଗ୍ରେସ ରେ ଯୋଗଦାନ କରି ସାଂସଦ ଭାବରେ ଲଢ଼ିଥିଲେ। କିନ୍ତୁ ଏବେ ସେ ଆଉ ରହି ନାହାନ୍ତି, ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ହାଇଦ୍ରାବାଦ ଠାରେ ନିଜ ଝିଅ ଓ ଜ୍ବାଇଁ ପାଖରେ ରହୁଥିବା ସମୟରେ ତାଙ୍କୁ ଆସିଥିଲା ହୃଦଘାତ । ସେଠାରେ ଏକ ଗ୍ଲୋବାଲ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିଲେ। ସ୍ବାସ୍ଥ୍ୟର ଉନ୍ନତି ପରେ ସେ ଓଡ଼ିଶା ଆସିଥିଲେ ଏବଂ ପରେ ଭୁବନେଶ୍ୱର ର କେୟାର ହସ୍ପିଟାଲ୍ ରେ ଚିକିତ୍ସା ହେଉଥିବା ସମୟ ରେ ୭୦ ବର୍ଷ ବୟସ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ମହାନ୍ତି।ଏବେ ଶେଷ ନିଦ୍ରା ରେ ଶୋଇଯାଇଛନ୍ତି ସହରୀ ବାଘ। ବିଜୟଙ୍କ ଜୀବନ ନାଟକ ରେ ସିନା ଯବନିକା ପଡ଼ିଛି ହେଲେ ହେଲେ ଚିଲିକା ତୀରେ ରୁ ଛାତିରେ ଲେଖିଛି ତୋହରି ନା ।

ନାଗଫାଶ ରୁ ନାରୀ ଆଖିରେ ନିଆଁ ସବୁଠି ବିଜୟଙ୍କ ବିଜୟ ଯାତ୍ରା ସର୍ବଦା ଅମର ହୋଇ ରହିବା। ବିଜୟ ଙ୍କ ପରଲୋକ ପରେ ସ୍ତବ୍ଧ ହୋଇଯାଇଛି ସାରା ଓଡ଼ିଶା ତଥା ଓଲିଉଡ଼ ଜଗତ। ସେ ଥିଲେ ଓଡ଼ିଆ ସିନେ ଆକାଶ ର ଉଜ୍ଜ୍ୱଳ ତାରକା। ତେବେ ତାଙ୍କ ବିୟୋଗ ରେ ଶୋକ ରେ ବୁଡିଯାଇଛି ସିନେ ଜଗତ। ଅଗଣିତ କଳା ପ୍ରେମୀଙ୍କ ହୃଦୟ ରେ ଚିର ସ୍ମରଣୀୟ ହୋଇ ରହିବେ ବିଜୟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।