ଦେଖନ୍ତୁ Live ଭିଡିଓ ଶାଶୁ ଶଶୁରଙ୍କ ନାଁରେ ଆଣିଲେ ଅଭିଯୋଗ ବିଦ୍ୟାଶ୍ରୀ ସବୁ ରହସ୍ୟର ପର୍ଦାଫାର୍ସ ହେଲା ଆଜି କହିଲେ ମୋ ଶାଶୁ ହିଁ…

0

ଭୁବନେଶ୍ୱର ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ର ପ୍ରାୟ ପାଞ୍ଚ ଛଅ ମାସ ବିତିଯିବା ପରେ ବାରମ୍ବାର ମାନସିକ ଭାବେ ନିର୍ଯାତିତ ହେଉଥିବା ର ସଂଗୀନ ଅଭିଯୋଗ ଆଣି ବିଦ୍ୟାସ୍ରୀ ଆତ୍ମହତ୍ୟା ର ଉଦ୍ୟମ କରିଥିଲେ। ତାହାର କାରଣ ସେ ଏହା ଦର୍ଶାଇ ଥିଲେ କି ଯେତେବଳେ ଆଦିତ୍ୟଙ୍କ ମୃତ୍ୟୁ ହେଇଥିଲା ତେବେ ତାଙ୍କ ପତ୍ନୀ ବିଦ୍ୟାସ୍ରୀ ମାରିଛନ୍ତି କହି ତାଙ୍କୁ ଦାୟୀ କରାଯାଉଥିଲା।

କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ଏବେ ସେ ପୁଣି ତାଙ୍କର ଶାଶୁ ଶଶୁର ଙ୍କ ବିରୋଧ ରେ ଭରଣ ପୋଷଣ ନା ବୁଝିବାର ଅଭିଯୋଗ ଆଣିଛନ୍ତି। ତେବେ କଣ ରହିଛି କଥାର ସତ୍ୟ ସତ୍ୟତା ଜାଣିବା ଚାଲନ୍ତୁ।ଗତ କିଛି ମାସ ରୁ ଚର୍ଚ୍ଚା ରେ ରହିଆସିଛି ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ର ରହସ୍ୟ। ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି ଏବଂ ପ୍ରକୃତ ଦୋଷୀ କିଏ।

ପ୍ରକୃତରେ ତାଙ୍କର ହତ୍ୟା ହେଇଥିଲା ନା ସେ ଆତ୍ମହତ୍ୟା କରିଥିଲେ। ବିଭିନ୍ନ ମହଲ ରେ ଚର୍ଚ୍ଚାର ବିଷୟ ଏହିକି, ଯିଏ ଅନ୍ୟର ଜୀବନ କୁ ବୁଝି ପାରୁଥିଲେ, ଯେ ଅନ୍ୟ କୁ ବୁଝାଇ ପାରୁଥିଲେ, ସେ ନିଜେ କେମିତି ହାରିଗଲେ। ଆଦିତ୍ୟ, ବିଦ୍ୟାସ୍ରୀ ଙ୍କୁ ପ୍ରେମ ବିବାହ କରିଥିଲେ ।

ତେବେ ବିବାହ ର ବର୍ଷେ ନା ପୁରୁଣୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ ଲାଇନ କଡ଼ରୁ ମିଳିଥିଲା ତାଙ୍କ ମୃତ ଦେହ । ତେବେ ତାଙ୍କର ପତ୍ନୀ ବିଦ୍ୟାସ୍ରୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଲୋକମାନେ ତାଙ୍କର ପତ୍ନୀ ବିଦ୍ୟାସ୍ରୀ ତାଙ୍କୁ ମାରିଥିବା ର ଅଭିଯୋଗ ଆଣିଥିଲେ।

ପ୍ରକୃତରେ କଣ ପାରିବାରିକ କଳହ ଥିଲା କି ମୃତ୍ୟୁ ପଛର କାରଣ ଏହିପରି ବିଭିନ୍ନ ପ୍ରଶ୍ନ ଉଠିଥିଲା।ବହୁତ ଦିନ ର ନିରବତା ପରେ ପୁଣି ଥରେ ମୁହଁ ଖୋଲିଛନ୍ତି ବିଦ୍ୟାସ୍ରୀ। ଆଜି ପୁଣି ସେ ତାଙ୍କ ଶାଶୁ ଶଶୁରଙ୍କ ବିରୋଧ ରେ ଆଣିଛନ୍ତି ଅଭିଯୋଗ। ତାଙ୍କର କହିବା ଅନୁସାରେ ଗୋଟେ ଝିଅ ବିବାହ କରିସାରିବା ପରେ ସେ ସବୁ ଦିନ ପାଇଁ ନିଜର ଶାଶୁ ଘରର ଗୋଟେ ଅଭିଛେଦ୍ୟ ଅଙ୍ଗ ପଲଟିଯାଏ।

ତେବେ ଆଦିତ୍ୟ ଙ୍କ ମୃତ୍ୟୁ ପରେ, ବିଦ୍ୟାସ୍ରୀ ଙ୍କୁ ତାଙ୍କ ଶଶୁର ଘରର ଲୋକ ତାଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ିଦେଇ ଯାଇଛନ୍ତି। ଚାରି ପାଞ୍ଚ ମାସ ଧରି ତାଙ୍କଠୁ ଦୂରେଇ ରହୁଛନ୍ତି। ବିଦ୍ୟାସ୍ରୀଙ୍କ ରକ୍ଷଣା ବେକ୍ଷଣ ଭରଣ ପୋଷଣ ର ଦାୟିତ୍ଵ ଏବେ ତାଙ୍କ ଶାଶୁଘର ଲୋକଙ୍କର ।

ବିଦ୍ୟାସ୍ରୀଙ୍କ କହିବା ଅନୁସାରେ ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ କିମ୍ବା ପରେ ସେ କେବେଭି ତାଙ୍କ ଶାଶୁ ଶଶୁର ଙ୍କୁ ଅସମ୍ମାନ କିମ୍ବା ହତାଦର କରିନାହାନ୍ତି। ଶାଶୁ ଶଶୁର ଙ୍କ ପ୍ରତି ତାଙ୍କର ସମସ୍ତ କର୍ତ୍ତବ୍ୟ ସେ ପାଳନ କରିଛନ୍ତି। ତେବେ ଯେତେଦିନ ପର୍ଯ୍ୟନ୍ତ ସେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ସେ ନିଜ ଶାଶୁଘରେ ରହିପାରିବେ ଏବଂ ଶାଶୁଘର ଲୋକେ ସେତେ ପର୍ଯ୍ୟନ୍ତ ତାଙ୍କ ଦାୟିତ୍ଵ ନେବେ। ତେବେ ଦିନ ଯେତେ ଗଡି ଗଡି ଚାଲିଛି, ସେତେ ବଢ଼ି ବଢ଼ି ଚାଲିଛି ଆଦିତ୍ୟ ଦାଶଙ୍କ ମୃତ୍ୟୁ ର ରହସ୍ୟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।