ପବିତ୍ର ଶିବରାତ୍ରୀ ଦିନ ମରିଗଲେ ବି କରନ୍ତୁ ନାହିଁ ଏହି କାମ ନଚେତ ଆପଣଙ୍କ ଉପରକୁ ମାଡି ଆସିବ ମହାବିପଦ……

0

ବର୍ତ୍ତମାନ ଯଦିଓ ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଯୁଗରେ ବସବାସ କରୁଛୁ ତଥାପି ଆମେ ଆମର ସଂସ୍କୃତି କୁ ଭୁଲିନାହୁଁ। କାରଣ ଆମର ସଂସ୍କୃତି ହିଁ ଆମର ପରିଚୟ । ଖାଲି ଏତିକି ନୁହେଁ ବରଂ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ ।

ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ । ତେବେ ଏହି ବାର ମାସରେ ତେର ପର୍ବ ମଧ୍ୟରୁ ଭଗବାନ ଶିବ ଙ୍କର ମହାଶିବରାତ୍ରି ଟି ହେଉଛି ଆମ ଓଡିଶାରେ ତଥା ସାରା ଭାରତର ଏକ ପ୍ରମୁଖ ପର୍ଵ ଅଟେ ।

ଏହି ମହାଶିବରାତ୍ରୀ ଟି ସମସ୍ତଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଏହି ଦିନରେ ବହୁତ ନୀତି ନିୟମ ମଧ୍ୟ ରହିଥାଏ।ତେବେ ଚଳିତ ବର୍ଷ ଫେବୃଆରୀ ୧୧ ତାରିଖ ଦିନ ମହାଶିବରାତ୍ରି ରହିଛି ।ଏହି ଶିବ ରାତ୍ରି ପାଳନ କରିବାର ଅର୍ଥ ଏହା କି ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀ ଙ୍କର ବିବାହ ହୋଇଥିଲା। ତେବେ ଏହି ଶିବରାତ୍ରୀ ଦୁଇ ଦିନ ଧରି ପାଳନ କରାଯାଏ ଏବଂ ଶେଷ ରାତ୍ରି ରେ ଜାଗର ତଥା ଦୀପ ଜଳା ଯାଏ ।

ତେବେ ଏହି ଜାଗର ରାତ୍ରୀ ରେ ଅନେକ ନୀତିନିୟମ ରହିଥାଏ ଯାହା କି ସମସ୍ତେ ଜାଣିନଥାନ୍ତି। ଯାହା ଫଳରେ ସେମାନେ ଅନେକ ଅସୁବିଧା ର ସମ୍ମୁଖିନ ହୋଇଥାନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ମହାଶିବରାତ୍ରି ର କେତେକ ନୀତିନିୟମ ବିଷୟରେ ଜଣେଇବାକୁ ଯାଉଛୁ।

୧.ଶିବରାତ୍ରୀ ଦିନ ସୂର୍ଯ୍ୟଦୟ ପୂର୍ବରୁ ଗାଧେଇ ନିଅନ୍ତୁ। ଏବଂ ଗାଧେଇ ସାରିବା ପରେ ଧଳା କିମ୍ବା ହଳଦିଆ ସଫା ବସ୍ତ୍ର ପରିଧାନ କରନ୍ତୁ। ଏହା ଶୁଭ ଫଳ ପ୍ରଦାନ କରିଥାଏ।

୨.ମହାଶିବରାତ୍ରି ପାଳନ କରୁଥିଲେ କେବେବି କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଏବଂ ମାଛ , ମାଂସ କିମ୍ବା ଅଣ୍ଡାର ସେବନ କରନ୍ତୁ ନାହିଁ କିମ୍ବା ନିଜ ପରିବାରକୁ ସେବନ କରିବାକୁ ବାରଣ କରିବା ଆବଶ୍ୟକ ।

୩.ମହାଶିବରାତ୍ରି ରେ ନିର୍ଜଲା ଓ ନିରଳା ଉପବାସ କରିବା ଉଚିତ ଅଟେ। କିନ୍ତୁ ଆପଣ ପୂଜା ସାରିବା ପରେ ଫଳ ଖାଇପାରିବେ।

୪.ଏହି ଦିନ କାହା ସହ ଯୁକ୍ତି ତର୍କ ବା କଳି ଝଗଡା କରନ୍ତୁ ନାହିଁ। ଏହା ମନକୁ ପବିତ୍ର ଏବଂ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ତେଣୁ ଏହିଦିନ ଝଗଡା ଓ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଉଚିତ ।ଏବଂ ଏହିଦିନ ନଖ , କେଶ ଆଦି କାଟନ୍ତୁ ନାହିଁ।

୫.ଶିବରାତ୍ରୀ ଦିନ କେବେ ବି କୌଣସି ଦେବା ଦେବୀ ଙ୍କୁ ଖରାପ କୁହନ୍ତୁ ନାହିଁ। କିମ୍ବା ଏହି ଦିନରେ ବେଲ ପତ୍ର ତୁଳାନ୍ତୁ ନାହିଁ ।ଏହାର ଗୋଟେ ଦିନ ପୂର୍ବରୁ ଆପଣ ବେଲପତ୍ର ତୋଳିପାରିବେ।

୬.ଏହିଦିନ ରାତ୍ରୀରେ ଶୋଇବା ଉଚିତ ନୁହେଁ ।କିନ୍ତୁ ଯଦି ଆପଣ ରାତିସାରା ଚାହିଁବାରେ ଅସୁବିଧା ରହିଥାଏ ତେବେ ଅତିକମରେ ପ୍ରଥମ ପ୍ରହର ପର୍ଯ୍ୟନ୍ତ ଉଜାଗର ରହି ଦୀପ ଲଗାନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।