ନୂଆ ରୂପରେ “ସାଥ ନିଭାନା ସଥିଆ” ଅଭିନେତ୍ରୀ ଗୋପୀ ପୁଣି ଥରେ ଦର୍ଶକଙ୍କୁ ମୁଗ୍ଧ କରିବେ ନୂଆ ରଙ୍ଗ ଓ ନୂଆ ଢ଼ଂଙ୍ଗ ରେ ପ୍ରଥମ ନଜରରେ ଚିହ୍ନିବା ବି ମୁସ୍କିଲ

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ନିଜର ଲକ୍ଷ ସାଧନ କରିବାକୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଓଡ଼ିଆ ଟିଭି ସିରିଏଲ ର ଆଗଧାଡିର ଅଭିନେତ୍ରୀ ଙ୍କ ଜୀବନୀ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଦ୍ୱନ୍ଦ ରେ ପଡିଯିବେ ।


ତେବେ ଆମେ ଆଜି ଆପଣଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ବିଶୟରେ ଜଣେଇବାକୁ ଚାହୁଁଚୁ ସେ ହେଉଛନ୍ତି ଷ୍ଟାରପ୍ଲସ୍ ଟିଭି ଚେନାଲ ର ଲୋକପ୍ରିୟ ଧାରାବାହିକ ” ସାଥ ନିଭାନା ସଥିଆ” ର ଅଭିନେତ୍ରୀ ଜିୟା ମାନିକ । ଜିୟା ମାନିକ “ସାଥ ନିଭାନା ସଥିଆ” ସିରିଏଲ ରେ ଗୋପୀ ନାମରେ ଲୋକମାନଙ୍କ ସାମ୍ନା କୁ ଆସିଥିଲେ । କିନ୍ତୁ କିଛି ଦିନ ଏହାକୁ କରିବା ପରେ ସେ ଅଧାରେ ଏହି ସିରିଏଲ ଛାଡି ପଳେଇଥିଲେ । ତେବେ ଆମେ ଆଜି ଆପଣଙ୍କୁ ତାଙ୍କ ଜୀବନର କିଛି ଗୁପ୍ତ କଥା ଜଣେଇବାକୁ ଯାଉଛୁ ।


ଉଲେଖଯୋଗ୍ୟ ଯେ , ଜିୟା ମାନିକ ୧୯୮୬ ମସିହା ଫେବ୍ରୁଆରୀ ୧୮ ତାରିଖରେ ଗୁଜୁରାଟ ର ଏକ ସାଂଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଗୁଜୁରାଟର ଅହମ୍ମଦାବଦ ଇଣ୍ଟର ନ୍ୟାସନାଲ୍ ବିଦ୍ୟାଳୟରୁ ତାଙ୍କର ପାଠ ପଢା ସାରିଛନ୍ତି ଓ ଗ୍ରାଜୁଏସନ୍ ସର୍ଦ୍ଦାର ପଟ୍ଟେଲ୍ ୟୁନିଭରସିଟି ମହାବିଦ୍ୟାଳୟରୁ କରିଛନ୍ତି । ପିଲା ଦିନରୁ ତାଙ୍କର ଅଭିନୟ ପ୍ରତି ଖୁବ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ସେ ତାଙ୍କର ଛାତ୍ର ଜୀବନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଅଭିନୟ କରି ବହୁତ ପୁରସ୍କାର ମଧ୍ୟ ଜିତି ଥିଲେ ।

ତା ପରେ ସେ ନିଜର କ୍ୟାରିୟର ଅଭିନୟ ବାଟରେ କରିବାକୁ ଚାହିଁଲେ ଯାହା ଫଳରେ ତାଙ୍କୁ ପ୍ରଥମ ଥର ପାଇଁ “ନା ଘରକେ ନା ଘାଟକେ” ରେ ଫିଲ୍ମ ରେ ଅମ୍ରେଶ୍ ପୁରୀ ଙ୍କ ସହ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ଏଥିରେ ଭଲ ପ୍ରଦର୍ଶନ କରିବା ପରେ ସେ ୨୦୧୧ ମସିହାରେ “ସାଥ ନିଭାନା ସଥିଆ” ସିରିଏଲ ରେ ଗୋପୀ ବା ମୁଖ୍ୟ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ ଯେଉଁଥିରେ ସେ ସବୁଠାରୁ ଅଧିକ ଲୋକପ୍ରିୟ ମଧ୍ୟ ହୋଇପାରିଥିଲେ ।


ମାତ୍ର କିଛି ଅସୁବିଧା ହେବା ପରେ ସେ ଏହି ସିରିଏଲ କୁ ଅଧାରେ ଛାଡି ଦେଇଥିଲେ ଏବଂ ଝଲକ ଦିଖ ଲାଜା ରେ ଦେଖିବାକୁ ମିଳିଥିଲେ ମାତ୍ର ସେଠାରେ ମଧ୍ୟ ତାଙ୍କର ନିର୍ମାତା ଙ୍କ ସହ କିଛି କଥା କଟାକଟି ହେବ ଫଳରେ ସେ ସେହି ସୋ କୁ ଛାଡି ଦେଇଥିଲେ । ତେବେ ବର୍ତ୍ତମାନ ସେ ୩୪ ବର୍ଷ ର ହୋଇଯାଇଛନ୍ତି ଏବଂ ଆଗ ଠାରୁ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏବଂ ଶୁଣିବାକୁ ମିଳିଛି କି ସେ ବର୍ତ୍ତମାନ ଜିଟିଭି ର “ମୋହିନୀ” ସିରିଏଲ ରେ ଗୋପୀ କେରେକ୍ଟର ମାଧ୍ୟମରେ ପୁଣି ଲୋକମାନଙ୍କ ସାମ୍ନା କୁ ଆସିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।