Ollywood News – ଓଲିଉଡରେ ଛାଡପତ୍ର ଏହି ଯୋଡ଼ି ଙ୍କୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ,ଶୀଘ୍ର ଦେଖନ୍ତୁ ଯାହାକି ଆଗରୁ ଆପଣ ଜାଣି ନଥିବେ

0

ମାନବ ଜୀବନ ରେ ଜଣେ ଅନ୍ୟ ଜଣକ ସହ ଏକ ବନ୍ଧନ ରେ ବାନ୍ଧି ରହିବାକୁ ସମ୍ପର୍କ କୁହାଯାଏ।ତେବେ ଏହି ସମ୍ପର୍କ ର ଡୋରି ଏକ ସୂତଖିଓ ପରି, ଯଦି ସେହି ସୂତା ଥରେ ଛିଡ଼ିଯାଏ ତାହେଲେ ତାକୁ ପୁନର୍ବାର ବାନ୍ଧି ହୁଏ ସତ କିନ୍ତୁ ପୂର୍ବ ପରି ସମ୍ପର୍କ ରେ ମଧୁରତା ନ ଥାଏ।ତେବେ ଆସନ୍ତୁ ଆଜି ଜାଣିବା ଓଡ଼ିଆ ଚଳଚ୍ଚିତ୍ର ଜଗତର କିଛି ପ୍ରସିଦ୍ଧ ଯୋଡ଼ି ଯାହା କି ବିବାହ ବନ୍ଧନ ରେ ବାନ୍ଧି ହୋଇ ମଧ୍ୟ କିଛି କାରଣ ବଶତଃ ଦୁହେଁ ଦୁହିଁଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

ଏହି ସିନେ ଜଗତ ରେ କିଛି ଯୋଡ଼ି ପରଦା ପଛ ରେ ଅଭିନୟ କରୁକରୁ ବାସ୍ତବ ଜୀବନ ରେ ବିବାହ କରିଥିଲେ।ପରେ କିପରି ତାଙ୍କ ସମ୍ପର୍କ ରେ ତିକ୍ତତା ଯୋଗୁ ଫାଟ ସୃଷ୍ଟି ହୋଇଛି ଆସନ୍ତୁ ଜାଣିବା।

୧- ବର୍ଷା- ଅନୁଭବ

ଆଜିର ଯୁବ ସମାଜ ରେ ପ୍ରସଂଶକ ମାନଙ୍କର ବେଶ୍ ପସନ୍ଦ ଯୋଡ଼ି ଭାବେ ଏମାନଙ୍କ ଯୋଡ଼ି ପରିଚିତ।ସିନେମା ରେ ଅଭିନୟ କରୁକରୁ ଉଭୟ ପ୍ରେମ ବନ୍ଧନ ରେ ବାନ୍ଧି ହୋଇ ୨୦୧୪ ମସିହା ରେ ବିବାହ କରିଥିଲେ।କିନ୍ତୁ ଶେଷରେ ପ୍ରେମର ଅନ୍ତ ଘଟି ଉଭୟ ଅଦାଲତର ଦ୍ୱାରଦେଶ ରେ ପହଞ୍ଚିଥିଲେ। ଅନୁଭବ ବର୍ଷା ଙ୍କୁ ମଦ୍ୟପାନ କରି ମାଡ ମାରୁଥିବର ଅଭିଯୋଗ କରିଥିଲେ।

୨- ଅନୁ ଚୌଧୁରୀ – ସନ୍ଦୀପ ମିଶ୍ର

ଓଡ଼ିଆ ସିନେ ଜଗତର ସୁନ୍ଦରୀ ନାୟିକା ଅନୁ ଚୌଧୁରୀ ସନ୍ଦୀପ ମିଶ୍ର ଙ୍କୁ ବିବାହ କରି ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା

୩- ଚନ୍ଦନ – ଜୁଲି

ଓଡ଼ିଆ ଅଭିନେତା ଚନ୍ଦନ ଜୁଲି ଙ୍କୁ ବିବାହ କରିଥିଲେ।ପରେ ଚନ୍ଦନ ଜୁଲିଙ୍କୁ ଯୌତୁକ ନିର୍ଯାତନା ଦେଉଥିବାର ଅଭିଯୋଗ ସାମ୍ନା କୁ ଆସିଥିଲା ଏବଂ ଶେଷରେ ତାଙ୍କ ସମ୍ପର୍କ ର ଅନ୍ତ ଘଟିଥିଲା।

୪ – ଅସୀମା ପଣ୍ଡା – ମାନସ ମିଶ୍ର

ଓଡ଼ିଆ ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସମସ୍ତଙ୍କର ପ୍ରିୟ ଗାୟିକା ଅସୀମା ପଣ୍ଡା ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ସଙ୍ଗୀତ ଗାଇବାକୁ ନିବାରଣ କରୁଥିଲେ।ସଙ୍ଗୀତ ଅସୀମା ଙ୍କ ପାଇଁ ଜୀବନର ପ୍ରାଣ ସଦୃଶ।ତେଣୁ ସଙ୍ଗୀତ ପାଇଁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା।

୫- ଶ୍ରୀରାମ ପଣ୍ଡା – ତ୍ରିପୁରା ମିଶ୍ର

ହ୍ୟଣ୍ଡସାମ ଅଭିନେତା ଶ୍ରୀରାମ ପଣ୍ଡା ଅଭିନେତ୍ରୀ ତ୍ରିପୁରା ମିଶ୍ର ଙ୍କୁ ବିବାହ କରିଥିଲେ।ପରେ ସଂସାର ମୋହ ରୁ ନିସ୍ତାର ପାଇଁ ସେ ସନ୍ନ୍ୟାସ ପଥ ଅବଲମ୍ବନ କରିଥିଲେ।ଫଳରେ ଉଭୟଙ୍କର ସମ୍ପର୍କ ର ବିଚ୍ଛେଦ ଘଟିଥିଲା।

୬ – ସବ୍ୟସାଚୀ – ସୀମା

ମଲ୍ଟି ଏକ୍ଟର୍ ତଥା ବାସ୍ତବ ଜୀବନ ରେ ସମାଜସେବୀ ସବ୍ୟସାଚୀ ନିଜ ବାନ୍ଧବୀ ଙ୍କୁ ଭଲ ପାଇଁ ବିବାହ କରିଥିଲେ।ପରେ ସମ୍ପର୍କ ରେ ତିକ୍ତତା ହେତୁ ଉଭୟ ୨୦୧୩ ରେ ଛାଡ଼ପତ୍ର ଦେଇଥିଲେ।

୭- ସିଦ୍ଧାନ୍ତ – ରଚନା

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମୋଷ୍ଟ ରୋମାଣ୍ଟିକ ଯୋଡ଼ି ଭାବେ ପ୍ରଶଂସକ ମାନେ ସିଦ୍ଧାନ୍ତ ତଥା ବଙ୍ଗୀୟ ସୁନ୍ଦରୀ ରଚନା ଙ୍କୁ ସମ୍ମୁଖକୁ ଆଣିଥାନ୍ତି।ଉଭୟ ବିବାହ କରିଥିଲେ କିନ୍ତୁ ୨୦୦୪ ମସିହାରେ ସୁନ୍ଦର ସମ୍ପର୍କ ଭାଙ୍ଗିଯାଇଥିଲା।  ଏହି କଥା ଟି ସମ୍ପୂର୍ଣ୍ଣ ଭାବରେ ମିଛ  ରଚନା ପ୍ରବଳ ବସୁ ଙ୍କୁ ଏବଂ ସିଦ୍ଧାନ୍ତ ମାମ ମିଶ୍ର ଙ୍କୁ ବିବାହ କରିଥିଲେ ବୋଲି ଶୁଣାଯାଏ।ତେଣୁ ଜୀବନ ରେ ସୁଖଦୁଃଖ ରେ ରହିବାକୁ ପଡିଥାଏ।ଦୁଃଖ ନ ସହିପାରିଲେ ସମ୍ପର୍କ ର ଅନ୍ତ ଘଟିଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।