୩୬ ଇଞ୍ଚର ବର କନ୍ୟା କଲେ ବିବାହ , ଫଟୋ ଦେଖିଲେ ଆପଣ ବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,

0

ବିବାହ ଏକ ଦିବ୍ୟ ପ୍ରଣୟ ସମ୍ପର୍କ।ବିବାହ ବନ୍ଧନ ରେ ବାନ୍ଧିବାକୁ ଯାଉଥିବା ଦୁଇ ଯୋଡ଼ି ସାଧାରଣତଃ ସ୍ଵର୍ଗରୁ ପ୍ରସ୍ତୁତ ହୋଇଥାଏ ବୋଲି କୁହାଯାଏ।ଭଗବାନ ବ୍ରହ୍ମା ସବୁ ପ୍ରାଣୀ ମାନଙ୍କୁ ସୃଷ୍ଟି କରିଛନ୍ତି।ତେବେ ସେହି ସୃଷ୍ଟି ପ୍ରକ୍ରିୟା ଆଗକୁ ବଢିବା ପାଇଁ ବିବାହ ଏକ ମାଧ୍ୟମ।ଯୋଡ଼ି ଆଜ୍ଞା ସ୍ଵର୍ଗରୁ ବନିକରି ଆସିଥାଏ,ଏହା ଆପଣ ନିଶ୍ଚିତ ଜାଣିଥିବେ।ତେବେ ଆଜି ଆମେ ସେହିଭଳି କିଛି ଯୋଡ଼ି ବିଷୟରେ ଆପଣ ମାନଙ୍କୁ ଜଣାଇବୁ।ଯାହାକୁ ଜାଣିଲା ପରେ ଆପଣ ବି କହିବେ ହଁ ସତରେ ଯୋଡ଼ି ସ୍ବର୍ଗ ରୁ ବନିଥାଏ।

ଆସନ୍ତୁ ଜାଣିବା ସେହି ସୁନ୍ଦର ଯୋଡିଙ୍କ ବିଷୟରେ କିଛି ନୂଆ ତଥ୍ୟ। ରାଜସ୍ଥାନ ର ଖଣ୍ଡବା ଜିଲ୍ଲାର ପୁନାସା ଜନପଦ ରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି।ଯାହାକୁ ଦେଖିବା ପାଇଁ ପୁରା ଗାଆଁ ଏକାଠି ହୋଇଥିଲା।ସେ ନିମନ୍ତ୍ରଣ ମିଳୁ କି ନ ମିଳୁ କିନ୍ତୁ ସମସ୍ତେ ଏହି ବାହାଘର ରେ ଆସି ଉପସ୍ଥିତ ହୋଇଥିଲେ।ଲୋକଙ୍କ କହିବାନୁଯାୟ ଏହି ଯୋଡ଼ି ଅସମ୍ଭବ ପରି ମନେ ହେଉଥିଲା।

ବହୁ ବର୍ଷ ପରେ ଏମାନଙ୍କ ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।ସମସ୍ତେ ଏମାନଙ୍କର ସୁଖ କାମନା ଆଶୀର୍ବାଦ ଦେଇଥିଲେ।ରାଜସ୍ଥାନ ର ଖାଣ୍ଡବା ନିବାସୀ ଧନେଶ ରାଜବୈଦ୍ୟ,ଯାହାଙ୍କର ବୟସ ୩୬ ବର୍ଷ ଅଟେ,ତେବେ ସେ ବିବାହ ପାଇଁ ବହୁ ଦିନରୁ ଝିଅ ଖୋଜୁଥିଲେ,କିନ୍ତୁ ତାଙ୍କ ପାଇଁ କୌଣସି ଝିଅ ମିଳୁନଥିଲା।କିନ୍ତୁ ବର୍ତ୍ତମାନ ସେ ନିଜ ପସନ୍ଦ ମୁତାବକ ଝିଅ ଖୋଜିନେଇଛନ୍ତି।

ଯାହାକି ସେ ଏବେ ବିବାହ କରିନେଲେ।କନ୍ୟାଟି ର ନାମ ଚେତନା।ଉଭୟ ଉଭୟଙ୍କ ପାଇଁ ଉପଯୁକ୍ତ ଥିଲେ। ଧନେଶ୍ ବହୁ ଧୁମ୍ ଧାମ ରେ ନିଜ ବାହାଘର କରିଥିଲେ।ଯାହାକୁ ଦେଖିବା ଲାଗି ପୁରା ଗାଆଁ ଏକାଠି ହୋଇଥିଲ।ଏହି ବର କନ୍ୟା ଙ୍କ ଯୋଡ଼ି ବିରଳ ଯୋଡ଼ି।ଉଭୟଙ୍କର ଉଚ୍ଚତା ଖୁବ୍ କମ୍।

ଧନେଶ ଙ୍କ ର ଉଚ୍ଚତା ଅଳ୍ପ ହେଲେ ମଧ୍ୟ ସେ ବିବାହ କରିବା ପାଇଁ ବହୁ ଡିଗ୍ରୀ ହାସଲ କରିଛନ୍ତି।ଯାହାକି ଗୋଟେ ସାଧାରଣ ପୁଅ ନିକଟରେ ଦେଖିବାକୁ ମିଳିବ ନାହିଁ।ସେ ହିନ୍ଦୀ ରେ ଏମ୍, ଏ କରିଛନ୍ତି।ତାହା ସହ ଡିଗ୍ରୀ ରେ ବି. ଡି. ମଧ୍ୟ କରିଛନ୍ତି।ଏମିତିରେ ପାଠପଢ଼ାରେ ତାଙ୍କୁ କେହି ପଛରେ ପକାଇ ପାରିବେ ନାହିଁ।କିନ୍ତୁ ତାଙ୍କର ଗୋଟିଏ ଇଚ୍ଛା ଥିଲା କି ସେ ବିବାହ କରିବେ।ଏବଂ ପରିଶେଷରେ ଯେବେ ଚେତନା ଙ୍କ ବିଷୟରେ ଜଣାପଡ଼ିଲା।

ସେ ବହୁତ ଖୁସି ହେଇଗଲେ ଯେ ଚେତନା ଙ୍କ ଉଚ୍ଚତା ବି ତାଙ୍କ ଭଳି।ଏହା ଶୁଣି ତାଙ୍କ ଖୁସିର ସୀମା ରହିଲା ନାହିଁ।ଶେଷରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେଲେ।ମହାପ୍ରଭୁ ଜଗନ୍ନାଥ ତାଙ୍କ ବୈବାହିକ ଜୀବନକୁ ମଙ୍ଗଳମୟ କରନ୍ତୁ।ସତରେ ଯୋଡ଼ି ସ୍ବର୍ଗ ରେ ହିଁ ବାନିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।