ଦେଢମାସର ପୁଅକୁ ବଞ୍ଚାଇବା ପାଇଁ ମାଆଟିଏ ଆଜି ହାତପାତି ଅନୁରୋଧ କରୁଛି ଆପଣଙ୍କ ଗୋଟିଏ ସୋୟାର ଛୋଟ ଛୁଆଟିର ଜୀବନ ବଞ୍ଚାଇ ପାରିବ

0

ସମାଜରେ ମଣିଷ କେତେବେଳେ କୋଉ ପରିସ୍ଥିତିରେ ବିପଦରେ ସମ୍ମୁଖୀନ ହୋଇପଡେ କେହି ଜାଣିନାହାନ୍ତି।ଆଉ ଯଦି ଗରିବ ଶ୍ରେଣୀ ବର୍ଗର ଲୋକ ବିପଦାପନ୍ନ ହୋଇପଡେ ତେବେ ଏହା କାଠିକର ପାଠ ହୋଇଯାଏ।କାରଣ ଅର୍ଥ ଅଭାବରୁ ଗରିବ ଲୋକ ଙ୍କ ଜୀବନ ବହୁତ ଦୁଃଖମୟ।ତେବେ ଅର୍ଥ ଅଭାବରୁ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି।ତେବେ ଆସନ୍ତୁ ଜାଣିବା ଏକ ଦୁଃଖଦ ଘଟଣା ବିଷୟରେ।ଯାହାକି ଜଗତସିଂହପୁର ଜିଲ୍ଲାର ସଭାମୂଳ ପଞ୍ଚାୟତ ର ପଲସା ଗ୍ରାମର ଘଟଣା। ମାଆ ଟି ଆଜି କାନ୍ଦୁଛି।

ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରିଥିବା ପିଲାର ଜୀବନ ବିପଦରେ।ହେଲେ ସେହି ମାଆ ଆଜି ନିଜର ଛୋଟ ଶିଶୁ କୁ ବଞ୍ଚାଇବା ପାଇଁ ଅସମର୍ଥ। କାଳ ର କରାଳ ଗତିରେ ବର୍ଷେ ପୂର୍ବରୁ ଏହି ମାସ ନିଜର ୭ ମାସ କନ୍ୟା ସନ୍ତାନ କୁ ହରାଇଥିଲା।ଜନ୍ମ ସମ୍ବନ୍ଧୀୟ କିଡନୀ ରୋଗରେ ଗୋଟିଏ ଝିଅ କୁ ହରାଇବା ପରେ ଆଉ ଏକ ସନ୍ତାନ କୁ ହରାଇବାର କ୍ଷମତା ନାହିଁ। ଏ ଘଟଣା ସୁଜିତ୍ ବାରିକ ଓ ସୁନୀତା ବାରିକ ଙ୍କ ର ଘଟଣା।

ମାଆ ଟି ଆଜି ବିକଳ ହେଇ ଆପଣଙ୍କ ନିକଟରେ ପଣତ ପତେଇ ଦେଢ଼ ମାସର ପୁଅ କୁ ବଞ୍ଚାଇବା ପାଇଁ ନିବେଦନ କରୁଛି।ବିନା କାରଣରେ ଆମେ ପ୍ରତ୍ୟେକ ଦିନ ଅଯଥା ପଇସା ଖର୍ଚ୍ଚ କରିଦାଉଛୁ।କେତେ ଗୁପଚୁପ ଖାଇ ତ କେତେବେଳେ ପାନ ଗୁଟଖା ଖାଇ।ତ ଯଦି ଆମର ଟିକିଏ ସାହାଯ୍ୟରେ ଜଣକ ଜୀବନ ବଞ୍ଚିପାରିବ ତେବେ ଆମେ କାହିଁକି ପଛଘୁଞ୍ଚା ଦେବା।

ଗୋଟିଏ କୁନି ଶିଶୁର ଜୀବନ ବଞ୍ଚାଇବା ପାଇଁ କଣ ଆପଣ ନିଜ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିପାରିବେନି। ଚାଲନ୍ତୁ ସମସ୍ତେ ମିଶି ଏକ ସହଯୋଗ ର ହାତ ବଢ଼ାଇବା।ଗୋଟିଏ ନବଜାତ ଶିଶୁର ଜୀବନ ଜ୍ୟୋତି ଲିଭିବା ପୂର୍ବରୁ ବଞ୍ଚାଇବାର ପ୍ରୟାସ କରିବା।

ତେବେ ଅର୍ଥ ଅଭାବରୁ କେହି କେବେ ମରି ନ ଯାନ୍ତି।ଏଥି ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ।ସେହି ବିକଳ ମାଆ ମୁହଁରେ ଯଦି ଆମ ସାହାଯ୍ୟ ଦ୍ଵାରା ହସ ପ୍ରସ୍ଫୁଟିତ ହୋଇପାରିବ,ତ ଆମେ କାହିଁକି ପଛଘୁଞ୍ଚା ଦେବା ।ସେହି ଦେଢ଼ ମାସର ଶିଶୁର ଜୀବନ ଆପଣ ମାନଙ୍କ ହାତରେ।ଆପଣଙ୍କ ଦୟା,ତ୍ୟାଗ,ସାହାଯ୍ୟ ଆଉ କାହା ଜୀବନର ଖୁସିର କାରଣ ହୋଇପାରେ।ମନୁଷ୍ୟ ଜୀବନ ବହୁ ମୂଲ୍ୟବାନ।ସେହି ଶିଶୁ ବଡ଼ ହେଲେ ଜଣେ ଭଲ ନାଗରିକ ନ ହେବ ବୋଲି କଥା କଣ।ତେବେ ନିଜର ଭବିଷ୍ୟତ କୁ ମଜବୁତ୍ କରିବାକୁ ହେଲେ ବର୍ତ୍ତମାନ ଯୁବ ସମାଜ ସାହାଯ୍ୟର ହାତ ବଢ଼ାଇବା ଦରକାର।ତେବେ ଆପଣଙ୍କ ସାହାଯ୍ୟ ଛୋଟ ଶିଶୁର ଜୀବନ ବଞ୍ଚାଇ ପାରିବ।

ନାମ- ସୁଜିତ୍ କୁମାର ବାରିକ , ବ୍ୟାଙ୍କ୍ ନାମ – fincare ବ୍ୟାଙ୍କ୍
account details-2100000197809 ,  IFSC code – FSFB0000001 ,  phonepay -6371276832
ଯୋଗାଯୋଗ -6371276832

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।